ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ମହିଳାଙ୍କୁ ଶକ୍ତିଶାଳୀ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ, ଏ ସରକାରକୁ ସାଧାରଣ ଲୋକଙ୍କ ଭରସା ଓ ବିଶ୍ୱାସ ଦରକାର

ଭୁବନେଶ୍ଵର, ୧୯/୦୯ : ରାଜ୍ୟରେ ବିଜେପି ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ ଅଭିଭାଷଣ ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ଯେ, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶାରେ ସରକାର ପରିବର୍ତ୍ତନ ହେଲା। ଯାହା ମୋଦି ଗ୍ୟାରେଣ୍ଟି ଥିଲା, ଚାରି ଦ୍ଵାରା ଖୋଲିଲା, ରତ୍ନ ଭଣ୍ଡାର ଖୋଲିଲା, ସୁଭଦ୍ରା ଯୋଜନା ଦିଆଗଲା। ଶ୍ରୀମନ୍ଦିର ପାଇଁ ୫୦୦ କୋଟିର ବ୍ୟବସ୍ଥା କରାଗଲା। ଓଡ଼ିଆ ଅସ୍ମିତା ସୁରକ୍ଷା ପାଇଁ ୨୦୦ କୋଟିର କର୍ପସ ଫଣ୍ଡ ହୋଇଛି। ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ହୋଇ ଛିଡା ହେଲେ ମୋହନ ମାଝୀ । ଅଭିଯୋଗ ପ୍ରକୋଷ୍ଠ ଖୋଲିଲା, ଲୋକଙ୍କ ଅଭିଯୋଗ ଶୁଣାଣୀ ହେଲା। ଏ ସରକାରର ସବୁଠୁ ବଡ଼ ସଫଳତା, ଲୋକଙ୍କ ସହ ଯୋଡ଼ି ହେବାର ପ୍ରତିବଦ୍ଧତା। ଲୋକଙ୍କ ଭରସା ତିଆରି ହୋଇଛି। ସାଧାରଣ ଲୋକ ମନ୍ତ୍ରୀଙ୍କ ପାଖରେ ପହଞ୍ଚି ପାରୁଛନ୍ତି । ଯାହା କଥା ଦେଇଥିଲୁ କରୁଛୁ । 

ପ୍ରଭାତୀ ପରିଡ଼ା ପୁଣି କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ କହିଥିଲେ, ମିଶନ ଶକ୍ତି ବନ୍ଦ ହୋଇଯିବ କିନ୍ତୁ ମିଶନ ଶକ୍ତି ଆଜି ଦୌଡୁଛି। ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଅନେକ ବିକାଶମୂଳକ କାମ ପାଇଁ ଭିତ୍ତିଭୂମି ପଡ଼ୁଛି। ଏ ସରକାରଙ୍କୁ ସାଧାରଣ ଲୋକଙ୍କ ଭରସା ଓ ବିଶ୍ୱାସ ଦରକାର। ୧୦୦ ଦିନ ଭିତରେ ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମିଳିଛି। ଅନ୍ୟ ମହିଳାମାନଙ୍କୁ ମଧ୍ୟ ଖୁବଶୀଘ୍ର ପ୍ରଥମ କିସ୍ତି ମିଳିବ। ମୋଦି ଗ୍ୟାରେଣ୍ଟିରେ ଯାହା ଲେଖିଛୁ, ସବୁ ଗୋଟି ଗୋଟି କରି ପୂରଣ କରାଯିବ। ଗାଁ ଲୋକଙ୍କ ପାଖକୁ ଯୋଜନାର ସୁଫଳ ପହଞ୍ଚାଇବାକୁ ପ୍ରଶାସନିକ ଅଧିକାରୀମାନେ ଯିବେ। ଗରିବଙ୍କୁ ପକ୍କା ଘର ମିଳିବ । ମୋଦିଙ୍କ ଯୋଜନା ଓ ମୋହନ ସରକାରଙ୍କ ପ୍ରତିବଦ୍ଧତାକୁ ନେଇ ଡବଲ ଇଞ୍ଜିନ ସରକାର ଚାଲିବ । ରେଳ ବାଇ କ୍ଷେତ୍ରରେ ୧୦ ହାଜର କୋଟିର ଅନୁଦାନ ମିଳିଛି। ଗାଁରେ ଥିବା ମହିଳାମାନଙ୍କୁ ସଶକ୍ତ କରି ସ୍ଵାବଲମ୍ବୀ କରିବା ପାଇଁ ମୋହନ ସରକାର ପ୍ରତିଶ୍ରୁତିବଦ୍ଧ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମଣ୍ଡଳ ସଦସ୍ୟ ରାତି ୨ଟା ଯାଏଁ ଲୋକଙ୍କ ପାଇଁ କାମ କରୁଛନ୍ତି। ସରକାର ଓଡ଼ିଶାବାସୀଙ୍କ ସ୍ୱପ୍ନ ପୂରଣ କରିବେ। ଗାଁର ଭିତ୍ତିଭୂମି ଆହୁରି ମଜବୁତ ହେବ। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.