ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ତାଲିକା: ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ୩୨ ଗବେଷକ

ଭୁବନେଶ୍ୱର,୧୯/୦୯: ଆମେରିକାର  ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ହୋଇଛି  ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା। ଏହି  ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୩୨ ଜଣ  ବିଶିଷ୍ଟ ଗବେଷକ ସ୍ଥାନ ପାଇଛନ୍ତି । ୨୦୨୪ ବର୍ଷ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ  ପ୍ରକାଶିତ ୨ ପ୍ରତିଶତ ବୈଜ୍ଞାନିକମାନଙ୍କ ତାଲିକାରେ  ସୋଆର ଏହି ଗବେଷକମାନେ ସାମିଲ ହୋଇଛନ୍ତି ।  

୨୦୨୩ରେ ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି  ସମ୍ମାନଜନକ ତାଲିକାରେ ସୋଆର ୨୨ଜଣ ଗବେଷକ  ସ୍ଥାନ ପାଇଥିିଲେ । ୨୦୨୪ ନିମନ୍ତେ ପ୍ରକାଶ ପାଇଥିବା  ତାଲିକାରେ ସେମାନଙ୍କ ମଧ୍ୟରୁ ୨୦ ଜଣ ଏହି ସ୍ଥାନ  ପୁର୍ନବାର ଅଧିକାର କରିଛନ୍ତି । ଷ୍ଟାନ୍‌ଫୋର୍ଡ ଦ୍ୱାରା  ପ୍ରକାଶିତ ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକା ଏକ  ଗୁରୁତ୍ୱପୂର୍ଣ୍ଣ ର‌୍ୟାଙ୍କିଙ୍ଗ । ଯାହା ଗବେଷଣା କ୍ଷେତ୍ରରେ  ଉଚ୍ଚମାନର କାର୍ଯ୍ୟ କରୁଥିବା ଗବେଷକମାନଙ୍କୁ  ସ୍ଥାନିତ କରିଥାଏ । ତାଲିକାରେ ସୋଆ ପରିଚାଳିତ  ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ୍‌ ଆଣ୍ଡ  ରିସର୍ଚ୍ଚ (ଆଇଟିଇଆର୍‌)ର ୧୪ ଜଣ ଗବେଷକ ସ୍ଥାନ  ପାଇଥିବା ବେଳେ ସୋଆ ପକ୍ଷରୁ ସ୍ଥାପିତ ହୋଇଥିବା  ୧୯ଟି ଗବେଷଣା କେନ୍ଦ୍ର ମଧ୍ୟରୁ ୬ଟି ଗବେଷଣା  କେନ୍ଦ୍ରର ୧୧ ଜଣ ଗବେଷକ ସ୍ଥାନ ପାଇଛନ୍ତି ।  

ସୋଆ ଅଧିନସ୍ଥ ମଲ୍ଟିଡିସିପ୍ଲିନାରୀ ରିସର୍ଚ୍ଚ ସେଲ୍‌ର  ନିର୍ଦ୍ଦେଶକ ପ୍ରଫେସର ପ୍ରଦୀପ୍ତ କୁମାର ଦାଶ ଏବଂ  ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର (ଡାକ୍ତର) ଅଶୋକ  କୁମାର ମହାପାତ୍ର ମଧ୍ୟ ଏହି ସମ୍ମାନଜନକ ତାଲିକାରେ  ସାମିଲ ହୋଇଛନ୍ତି । ଏହି ଦୁଇ ଗବେଷକ ପୂର୍ବରୁ  ସୋଆର କୁଳପତି ଦାୟିତ୍ୱ ତୁଲାଇଛନ୍ତି । ସୋଆର ସେଣ୍ଟର ଫର୍‌ ନାନୋ ସାଇନ୍‌ସେସ୍‌  ଆଣ୍ଡ ନାନୋ ଟେକ୍ନୋଲୋଜି (ସିଏନ୍‌ଏସ୍‌ଏନ୍‌ଟି) ର ୫ ଜଣ ବୈଜ୍ଞାନିକ ଏହି ତାଲିକାରେ ସାମିଲ ହୋଇଥିବା ବେଳେ ବାୟୋଫୁଏଲ୍‌ସ ଆଣ୍ଡ ବାୟୋ  ପ୍ରୋସେସିଂ ରିସର୍ଚ୍ଚ ସେଣ୍ଟରର ୨ ଜଣ ଗବେଷକ ଏହି ତାଲିକାରେ ସ୍ଥାନିତ ହୋଇଛନ୍ତି । 

ସେହିପରି  ସେଣ୍ଟର ଫର୍‌ ଇଣ୍ଡଷ୍ଟ୍ରିଆଲ୍‌ ବାୟୋଟେକ୍ନୋଲୋଜି  ରିସର୍ଚ୍ଚ (ସିଆଇବିଆର୍‌), ମଲ୍ଟି ଡିସିପ୍ଲିନାରୀ ରିସର୍ଚ୍ଚ  ସେଲ୍‌ (ଏମ୍‌ଡିଆର୍‌ସି), ସେଣ୍ଟର ଫର୍‌ ଇଣ୍ଟରନେଟ୍‌  ଅଫ୍‌ ଥିଙ୍ଗ୍‌ସ (ସିଆଇଓଟି) ଏବଂ ସେଣ୍ଟର ଅଫ୍‌  ଏକ୍ସଲେନ୍ସ ଇନ୍‌ ଥିଓରେଟିକାଲ ଆଣ୍ଡ ମ୍ୟାଥମେଟିକାଲ  ସାଇନ୍‌ସେସ୍‌ (ସିଇଟିଏମ୍‌ଏସ୍‌)ର ଜଣେ ଲେଖାଏ  ଗବେଷକ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି।  ଏହି ସମ୍ମାନଜନକ ତାଲିକାରେ ସିଏନ୍‌ଏସ୍‌ଏନ୍‌ଟିର  ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ା, ବାୟୋ- ଫୁଏଲ୍‌ସ ଆଣ୍ଡ ବାୟୋ-ପ୍ରୋସେସିଙ୍ଗ ରିସର୍ଚ୍ଚ  ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ  ଶୁକ୍ଲା, ସେଣ୍ଟର ଫର୍‌ ଇଣ୍ଡଷ୍ଟ୍ରିଆଲ୍‌ ବାୟୋଟେକ୍ନୋଲୋଜି  ରିସର୍ଚ୍ଚର ନିର୍ଦ୍ଦେଶକ ପ୍ରଫେସର ହୃଦୟନାଥ ଥାଟ୍ଟୋଇ  ଏବଂ ସେଣ୍ଟର ଫର୍‌ ବାୟୋଟେକ୍ନୋଲୋଜି ନିର୍ଦ୍ଦେଶକ  ପ୍ରଫେସର ସଂଘମିତ୍ରା ନାୟକ ସାମିଲ ହୋଇଛନ୍ତି । 

 ଆଇଟିଇଆର୍‌ ଗବେଷକ ପ୍ରଫେସର ଆର. ଏନ୍‌.ପି. ଚୌଧୁରୀ, ପ୍ରଫେସର ମନୋହର ମିଶ୍ର,  ପ୍ରଫେସର ରଶ୍ମି ଆଚାର୍ଯ୍ୟ, ପ୍ରଫେସର ଏସ୍‌.ଆର୍‌ ମିଶ୍ର,  ପ୍ରଫେସର ରାଜଶ୍ରୀ ଦାଶ, ପ୍ରଫେସର ବିନୋଦ କୁମାର  ସାହୁ, ପ୍ରଫେସର ରେଣୁ ଶର୍ମା, ପ୍ରଫେସର ନିହାରବାଳା  ଦେବୀ, ଡ. ମନୋଜ କୁମାର ନାୟକ, ଡ.ଶୁଭଶ୍ରୀ  ଚୌଧୁରୀ, ଡ.ଅକ୍ଷୟ କୁମାର ବର୍ମା, ଡ.ଶେଷଦେବ  ସାହୁ, ଡ.ସନ୍ତୋଷ କୁମାର ପରିଡ଼ା ଏବଂ ଡ.ଅକ୍ଷୟ  କୁମାର ପାତ୍ର ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।  

ତାଲିକାରେ ସ୍ଥାନିତ ହୋଇଥିବା ଅନ୍ୟ  ଗବେଷକମାନେ ହେଉଛନ୍ତି ଫାର୍ମାସ୍ୟୁଟିକ୍ସର ପ୍ରଫେସର  ଗୌତମ ରଥ, ଡ. ଅମିତ କୁମାର ନାୟକ ଏବଂ ଡ.  ବିନୀତ କୁମାର ରାୟ, ସେଣ୍ଟ୍ରାଲ ରିସର୍ଚ୍ଚ ଲ୍ୟାବ୍‌ର ପ୍ରଫେସର  ରବୀନ୍ଦ୍ର ନାଥ ପାଢ଼ୀ, ସିଏନ୍‌ଏସ୍‌ଏନ୍‌ଟିର ଡ. ସୁସଙ୍ଗିନୀ  ନାୟକ, ଡ. ସୁଲଗ୍ନା ପଟ୍ଟନାୟକ, ଡ.ସତ୍ୟବ୍ରତ ସୁବୁଦ୍ଧି  ଏବଂ ଡ.ଦିପ୍ତୀପ୍ରଭା ସାହୁ, ଏଗ୍ରିକଲ୍‌ଚରାଲ ସାଇନ୍‌ସେସର  ପ୍ରଫେସର ଜ୍ଞାନରଞ୍ଜନ ରାଉତ, ବାୟୋ-ଫୁଏଲ୍ସ ଆଣ୍ଡ  ବାୟୋ-ପ୍ରୋସେସିଙ୍ଗ୍‌ ରିସର୍ଚ୍ଚ ସେଣ୍ଟରର ଡ.ଦେବବ୍ରତ  ପ୍ରଧାନ, ସିଇଟିଏମ୍‌ଏସ୍‌ର ପ୍ରଫେସର ତାପସ ରଞ୍ଜନ  ରାଉତରାୟ ଏବଂ ସିଆଇଓଟିର ଡ.ରାହୁଲ ପ୍ରିୟଦର୍ଶୀ  ପ୍ରମୁଖ । ଏହି ଖବର ଜଣାପଡ଼ିବା ପରେ ସୋଆ  ବିଶ୍ୱବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛ

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.