ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଭରତପୁର ଥାନାର ବର୍ବରତା ବଖାଣିଲେ ପୀଡିତା, ଦିଆଯାଇଥିଲା ଅକଥନୀୟ ନିର୍ଯାତନା

ଭୁବନେଶ୍ବର, ୧୯।୯ : ବର୍ବରତାର ସବୁ ସୀମା ଟପିଯାଇଛି ଭରତପୁର ଥାନା ପୋଲିସ।  ଥାନାରେ ଦିଆଯାଇଥିଲା ମେଜରଙ୍କ ବାନ୍ଧବୀଙ୍କୁ  ଅକଥନୀୟ ନିର୍ଯାତନା। ଅଭିଯୋଗ କରିବାକୁ ଆସି ଥାନା ଭିତରେ ଖାଇବାକୁ ପଡିଥିଲା ଗୋଇଠା ଓ ମାଡ଼।  ରାତିତମାମ ଦିଆଯାଇଥିଲା ନିର୍ଯାତନା । ଏମ୍ସ ହସ୍ପିଟାଲରୁ ଡିସଚାର୍ଜ ପରେ ସେ ବଖାଣିଛନ୍ତି ସେଦିନ ରାତିର କଥା।  ଯାହାକୁ ଶୁଣିବା ପରେ  ଛାତି ଥରାଇ ଦେଇଥିଲା।  ପୋଲିସ୍ ବିରୋଧରେ ସଙ୍ଗୀନ ଅଭିଯୋଗ କରିବା ବେଳେ ସେ କାନ୍ଦି ପକାଇଥିଲେ। 

ଶନିବାର ରାତିର ଘଟଣା ସମ୍ପର୍କରେ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ସେ କହିଥିଲେ  । ସେଦିନ ରାତିରେ କିଭଳି ଭରତପୁର ଥାନାରେ ନିର୍ଯାତନା ଦିଆଯାଇଥିଲା ତାହା ବଖାଣିଥିଲେ। ପ୍ରଥମେ  ଚୁଟି ଧରି ତାଙ୍କୁ ଘୋଷାଡି ନେଇଥିଲେ। ତା’ ପରେ ଜଣେ ମହିଳା କନେଷ୍ଟବଳ ତାଙ୍କ ବେକ ଧରିଥିବା ବେଳେ ଅନ୍ୟ ଜଣେ କନେଷ୍ଟବଳ ଜ୍ୟାକେଟରେ ତାଙ୍କ ହାତ ବାନ୍ଧି ଦେଇଥିଲେ।  ଅନ୍ୟ ଜଣେ ମହିଳା କନେଷ୍ଟବଳ ତାଙ୍କ ଗୋଡ଼ ବାନ୍ଧି ଦେଇ ରୁମ୍ ରେ ବନ୍ଦ କରିଦେଇଥିଲେ । ନିଜର ପ୍ରତିରକ୍ଷା ପାଇଁ ସେ ଚିତ୍କାର କରିଥିଲେ। କିନ୍ତୁ ପୁରୁଷ କନେଷ୍ଟବଳ ଏବଂ ମହିଳା କନେଷ୍ଟବଳ ମିଶିକି ମାଡ଼ ମାରିଥିଲେ । ପରେ ଭୋରୁ ୨ କନେଷ୍ଟବଳଙ୍କ ସହ  ଆଇଆଇସି ଆସି  ତାଙ୍କୁ ଦୁର୍ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ ବୋଲି ସେ କହିଛନ୍ତି।  ଜଣେ ଓକିଲ ହିସାବରେ ପୋଲିସ ସମ୍ମୁଖରେ ନିଜ ଉପରେ ହୋଇଥିବା ନିର୍ଯାତନାକୁ ଏଫଆଇଆରରେ ରଖିବାକୁ ଦାବି କରୁଥିବା ବେଳେ ପୋଲିସର ତାଙ୍କ ପ୍ରତି ଏବଂ ତାଙ୍କ   ବନ୍ଧୁଙ୍କ ପ୍ରତି ହୋଇଥିବା ଅକଥନୀୟ ଅତ୍ୟାଚାର କେଉଁ ଭଳି ଆଇନ ବୋଲି ସେ ପ୍ରଶ୍ନ କରିଛନ୍ତି। 

ସେପ୍ଟେମ୍ବର ୧୪ ତାରିଖ  ଶନିବାର ବିଳମ୍ବିତ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ପଟିଆର ଏକ ରେସ୍ତୋରୋରୁ ଆସୁଥିଲେ। ରାସ୍ତାରେ ଏକ କାରକୁ ଓଭରଟେକ କରିବା ପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ । ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ । ଅଭିଯୋଗ ରଖିବାକୁ ତାଙ୍କୁ କହିବାପରେ ସେ ଶୁଣିନଥିଲେ । ଏନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ହୋଇଥିଲା । ଏହା ପରେ ପୋଲିସ ପକ୍ଷରୁ ଥାନାରେ ତାଙ୍କୁ ନିର୍ଯାତନା ଦିଆଯାଇଥିଲା। ପରବର୍ତ୍ତି ସମୟରେ ମେଜରଙ୍କ ବାନ୍ଧବୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ଆଇଆଇସିଙ୍କ ସମେତ ୫ ଜଣଙ୍କୁ ନିଲମ୍ବନ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.