ଭଦ୍ରକ,୧୯।୯ : ଧୂଷୁରୀ ଥାନା ଅନ୍ତର୍ଗତ ଗୋଡିପୋଖରୀରେ ଗୋଷ୍ଠୀ ସଂଘର୍ଷକୁ ନେଇ ବିଏନଏସଏସର ୧୬୩ ଧାରା ଲାଗୁ ହୋଇଛି । ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ନିର୍ଦ୍ଦେଶରେ ୧୬୩ ଧାରା ଲାଗୁ କରାଯାଇଛି।
୧୯ ତାରିଖ ଅପରାହ୍ନ ୨ ଟା ଠାରୁ ୨୧ ତାରିଖ ସରାତି ୧୦ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କର୍ଫ୍ୟୁ ।ଏହି ସମୟରେ ଗୋଡିପୋଖରୀ ଅଞ୍ଚଳରେ ଏକତ୍ରିତ ନହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଡିପୋଖରୀ ଗାଁ ଓ ଏହାର ଏକ କି.ମି ପରିସର ମଧ୍ୟରେ ଥିବା ଗାଁରେ ଏହା ନିର୍ଦେଶନାମା ଲାଗୁ କରାଯାଇଛି।