ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ବ୍ଲକ ପରିସରରେ ହାଇଡ୍ରାମା, ପୂର୍ବତନ ସରପଞ୍ଚ ଏବଂ ଜଣେ ମହିଳାଙ୍କ ମଧ୍ୟରେ ଟଣା ଘୋଷରା

ବାସୁଦେବପୁର, ୧୩/୦୯ : ବ୍ଲକ ପରିସରରେ ହାଇଡ୍ରାମା। ରଣକ୍ଷେତ୍ର ପାଲଟିଲା ବାସୁଦେବପୁର ବ୍ଲକ ପରିସର। ପୂର୍ବତନ ସରପଞ୍ଚ ଏବଂ ଜଣେ ମହିଳାଙ୍କ ମଧ୍ୟରେ ଛକାପଞ୍ଝା। ବାଲିମେଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ପଳିତାଙ୍କୁ ଜୋତାରେ ପିଟିଲେ ମହିଳା। 

ସୂଚନାନୁଯାୟୀ, ବାସୁଦେବପୁର ବ୍ଲକ ପରିସରରେ ବାଲିମେଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ପଳିତାଙ୍କୁ ଜଣେ ମହିଳା ଜୋତାରେ ମାଡ଼ ମାରିଛନ୍ତି। ପ୍ରଫୁଲ୍ଲ ମଧ୍ୟ ତାଙ୍କୁ ଆକ୍ରମଣ କରିଛନ୍ତି। କିଛି ସମୟ ପର୍ଯ୍ୟନ୍ତ ଉଭୟଙ୍କ ମଝିରେ ଟଣା ଘୋଷରା ଚାଲିଥିଲା। ଯାହାକୁ ନେଇ ବ୍ଲକ ପରିସର ଲୋକାରଣ୍ୟ ହେଇଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ବାସୁଦେବପୁର ପୋଲିସ ପହଞ୍ଚି ଜୋତାରେ ମାଡ଼ ମାରିଥିବା ମହିଳାଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି। ଅଟକ ମହିଳା ବାସୁଦେବପୁର ଜଗନ୍ନାଥପ୍ରସାଦ ପଞ୍ଚାୟତର ବୋଲି ଜଣାପଡିଛି। ଉଭୟ ଉଭୟଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ଆଣିଛନ୍ତି। ତେବେ ପୂର୍ବ ଶତ୍ରୁତାକୁ ନେଇ ବ୍ଲକ ପରିସରରେ ପୂର୍ବତନ ସରପଞ୍ଚଙ୍କୁ ମହିଳା ଜଣକ ଜୋତାରେ ମାରିଥିବା ବୋଲି କହିଛନ୍ତି ପୂର୍ବତନ ସରପଞ୍ଚ। ସେହିପରି ପ୍ରଫୁଲ୍ଲ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବାରୁ ଜୋତାରେ ପିଟିଥିବା କହିଛନ୍ତି ମହିଳା ଜଣଙ୍କ। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.