ଆନନ୍ଦପୁର, ୧୮/୯ : ଘସିପୁରା ଥାନା ଗୋହିରା ଝାଡେଶ୍ବର ପ୍ରୋଜେକ୍ଟ ନିକଟରୁ ସନ୍ଦେହ ଜନକ ଅବସ୍ଥା ଏକ ଅଖା ଉଦ୍ଧାର । ଏହି ଅଖା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।
ଖବରପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଅଖା ଭିତରେ ମୃତଦେହ ଥିବା ସନ୍ଦେହ କରାଯାଉଛି । ଖବରଲେଖା ହେବା ସୁଦ୍ଧା ଅଖାଟି କେଉଁଠୁ ଆସିଲା କାହିଁକି ଆସିଲା ଏବଂ କିଏ ଛାଡ଼ିଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ ।