ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଭଡ଼ାଟିଆ ବରୁଆରେ ହେବ ବଳିଯାତ୍ରା: ଶ୍ରଦ୍ଧାଳୁ ମହଲରେ ଅସନ୍ତୋଷ, ପ୍ରଶାସନ ନିରବ

ସୋନପୁର,୧୯/୦୯: ଭାବ ଓ ଭକ୍ତିର ପର୍ବ ବଳିଯାତ୍ରା । ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ପୀଠ ସୋନପୁର  ସହରରେ ଚୌହାଣ ରାଜାମାନଙ୍କ ଶାସନ କାଳରୁ ଶାରଦୀୟ ବଳିଯାତ୍ରା ହୋଇଆସୁଛି । ଯାତ୍ରାରେ ବରୁଆଙ୍କ ଶରୀରରେ  ମା’ ଆବିର୍ଭୂତ ହୁଅନ୍ତି । ଏଥିପାଇଁ ସ୍ୱତନ୍ତ୍ର ବରୁଆ ମଧ୍ୟ ରହିଛନ୍ତି । କିନ୍ତୁ କିଛିବର୍ଷ ହେଲା ସେମାନେ ଅସହଯୋଗ  କରୁଥିବାରୁ ଭଡ଼ାଟିଆ ବରୁଆଙ୍କୁ ନେଇ ବଳିଯାତ୍ରା  କରାଯାଉଛି । ପୂଜା ସେବାର ପ୍ରତିଦାନରେ ସମ୍ପୃକ୍ତ  ବରୁଆମାନେ ମା’ଙ୍କ ଜମି ଭୋଗଦଖଲ କରୁଥିଲେ ବି ପ୍ରଶାସନ ଏ ଦିଗରେ କୌଣସି ଠୋସ ପଦକ୍ଷେପ  ନେଉନି । ଏଭଳି ଉଦାସୀନତା ପାଇଁ ଚଳିତବର୍ଷ ମଧ୍ୟ  ଭଡ଼ାଟିଆ ବରୁଆଙ୍କ ଭରସାରେ ବଳିଯାତ୍ରାର ଆୟୋଜନ  ହେବା ଅନୁମାନ କରାଯାଉଛି । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।  

ଚୌହାଣ ରାଜାମାନଙ୍କ ଶାସନ କାଳରୁ ଅର୍ଥାତ୍‌  ୧୬୪୦ରୁ ୧୯୪୭ ପର୍ଯ୍ୟନ୍ତ ଖୁବ୍‌ ନିଷ୍ଠାର ସହ  ବଳିଯାତ୍ରା ପାଳନ କରାଯାଉଥିଲା । ଏବେ ବି ସେହି ବିଧି  ଜାରି ରହିଛି । ବଳିଯାତ୍ରାରେ ପୁରୋହିତ, ବରୁଆ, ମଲ୍ଲିକ,  ଚାରିଘରିଆ, ମଶାଲତୀ, ଗାଏନ, ଛତ୍ରିଆ, ଛିପି, ଥନାପତି, ମାଳୀ, ଭଣ୍ଡାରୀ, ମହୁରିଆ, ଭୁଲିଆ ଆଦି ୩୬ଟି ସମ୍ପ୍ରଦାୟର  ସେବାୟତମାନେ ଅଂଶଗ୍ରହଣ କରିଥାନ୍ତି । ଅତୀତର ସେହି  ତନ୍ତ୍ର ଯୁଗର ସ୍ମାରକୀସ୍ୱରୂପ ଏବେ ମଧ୍ୟ ଶାରଦୀୟ ଉତ୍ସବ  ସମୟରେ ସୋନପୁରର ତ୍ରିଶକ୍ତି ସୁରେଶ୍ୱରୀ, ଖମ୍ବେଶ୍ୱରୀ  ଏବଂ ସମଲେଶ୍ୱରୀ ମନ୍ଦିରରେ ଢୋଲ, ନିଶାନ, ମହୁରୀ  ବାଜିଉଠେ । ଅନ୍ୟ କେତେକ ସ୍ଥାନରେ ବରୁଆ ଦେହରେ  ଦେବତା ଆବିର୍ଭାବ ହୋଇ ବଳିଯାତ୍ରା କରାଯାଉଥିଲେ ମଧ୍ୟ  ଏଠାକାର ବଳିଯାତ୍ରା ନିଆରା । 

ରାଜ ପୁରୋହିତ ନିଜ ମୁଷ୍ଟି  ବନ୍ଧନରେ ସମସ୍ତ ଗୋପନୀୟତାକୁ ରଖି ବରୁଆମାନଙ୍କ  ଦେହରେ ଶକ୍ତିପାତ କରିଥାନ୍ତି । ବଳି ପାଇଁ ପ୍ରଥମେ ରାଜ  ପୁରୋହିତ ଦେବୀଙ୍କ ସମ୍ମୁଖସ୍ଥ ମଣ୍ଡପରେ ନିଜ ଶରୀରକୁ  ଶୁଦ୍ଧକରି ଅରୁଆ ଚାଉଳରେ ଯନ୍ତ୍ରକାଟି ତନ୍ତ୍ରମନ୍ତ୍ର ବିଧିରେ  ପୂଜାର୍ଚ୍ଚନା କରନ୍ତି । ସ୍ଥାନୀୟ ସାତବନ୍ଧ ହନୁମାନ ଘାଟରେ  ବରୁଆକୁ ସ୍ନାନ କରାଇ ଦେବୀଙ୍କଠାରୁ ପ୍ରାପ୍ତ ବସ୍ତ୍ର ପରିଧାନ  କରାଯାଏ । ଖଉଳମାଟିକୁ ସ୍ପର୍ଶ କରାଇ ଉକ୍ତ ଯନ୍ତ୍ରରେ  ବରୁଆକୁ ଉପବେସନ କରାଯାଏ । ମନ୍ତ୍ରପୂତ ଯନ୍ତ୍ରରେ  ଉପବିଷ୍ଟ ବରୁଆ ଦେହରେ ଦେବତା ଆବିର୍ଭାବ ହୁଅନ୍ତି ।  ଢୋଲ, ନିଶାନ ଓ ମହୁରୀର ଗମ୍ଭୀର ନାଦର ତାଳେତାଳେ  ବଳି ନାଚିଉଠେ । ବରୁଆ ଦେହରେ ଦହି, ଦହନା,  ମନ୍ଦାର, ସିନ୍ଦୁର, ମୁଣ୍ଡରେ ଚୂଳ ଉପସ୍ଥିତ ଶ୍ରଦ୍ଧାଳୁଙ୍କ  ମନରେ ଭୟ ସଂଚାର କରେ । ଏହି ପ୍ରସିଦ୍ଧ ବଳିଯାତ୍ରା  ଆଶ୍ୱିନ ମାସ ଅମାବାସ୍ୟାଠାରୁ କାର୍ତ୍ତିକ ମାସ କୃଷ୍ଣ  ପ୍ରତିପଦା ପର୍ଯ୍ୟନ୍ତ ହୋଇଥାଏ । ବଳି ମଧ୍ୟରେ ଉଆଁସବଳି,  ବୁଢ଼ାରଜା ବଳି, ନିଶାବଳି, ଖଉଳ ବା ପଞ୍ଚମୀ ବଳି,  ଗାଏନ ବଳି, ଡାଙ୍ଗୁଆ ବଳି, ମହାବଳି, ଦଶହରା ବଳି  ଏବଂ ପୂର୍ଣ୍ଣିବଳି ଆଦି ପାଳନ କରାଯାଏ । 

ବଳିଯାତ୍ରାରେ ନିୟୋଜିତ ସମସ୍ତ ସେବାୟତଙ୍କୁ  ରାଜାରାଜୁଡା ସମୟରୁ ହଜାର ହଜାର ଏକର ଚାଷ ଜମି  ଯୋଗାଇ ଦିଆଯାଇଛି । ପ୍ରାୟ ୨୪/୨୫ ବର୍ଷ ପୂର୍ବରୁ ଜିଲ୍ଲାର  ବିନିକା ବ୍ଲକ ସକମା ଗାଁର ବରୁଆମାନେ ବଳିଯାତ୍ରାରେ  ଅଂଶଗ୍ରହଣ କରୁଥିଲେ । ଏଥିପାଇଁ ତାଙ୍କୁ ଜମି ଯୋଗାଇ  ଦିଆଯାଇଥିଲା । ବଳିଯାତ୍ରାରେ ଅଂଶଗ୍ରହଣ କରି ସେବା  ପୂଜା କରୁଥିବା ପର୍ଯ୍ୟନ୍ତ ସେମାନେ ଉକ୍ତ ଜମିସବୁ  ଭୋଗ ଦଖଲରେ ରହିପାରିବେ ବୋଲି ଜମି ପଟ୍ଟ ଠାରେ ଉଲ୍ଲେଖ ମଧ୍ୟ ରହିଛି । ତେବେ ଗତ ୨୪ବର୍ଷରୁ  ଊଦ୍ଧ୍ୱର୍ ହେବ ସକମା ଗାଁର ବରୁଆମାନେ ଏବେ ଆଉ  ପ୍ରସିଦ୍ଧ ବଳିଯାତ୍ରାରେ ଅଂଶଗ୍ରହଣ କରୁନାହାନ୍ତି ।  ଫଳରେ ଯାତ୍ରା ଯେତିକି ଆକର୍ଷଣୀୟ ହେବା କଥା ଆଉ  ହୋଇପାରୁନାହିଁ । ଏଣୁ ଏବେ ଭଡ଼ାଟିଆ ବରୁଆରେ  ଭକ୍ତି, ଭାବର ଏହି ପ୍ରସିଦ୍ଧ ଯାତ୍ରା ହେଉଛି । ଏଭଳି  ସ୍ଥିତିରେ ଭବିଷ୍ୟତରେ ଏହି ଐତିହାସିକ ତଥା ପ୍ରସିଦ୍ଧ  ବଳିଯାତ୍ରା ବନ୍ଦ ହେବା ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ତେବେ  ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ସକମା ଗାଁର ବରୁଆମାନେ  ଅସହଯୋଗ କରି ଆସୁଥିଲେ ମଧ୍ୟ ତାଙ୍କ ବିରୋଧରେ  କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । 

ନିୟମ  ମୁତାବକ ଯେହେତୁ ସେମାନେ ବଳିଯାତ୍ରାରେ ଅଂଶଗ୍ରହଣ କରୁନାହାନ୍ତି, ତେଣୁ ସେମାନଙ୍କୁ ଜମିରୁ ବେଦଖଲ କରିବା  କଥା । କିନ୍ତୁ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ  ନିଆଯାଉନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଏ  ସଂକ୍ରାନ୍ତରେ ଏକ ମାମଲା ସୋନପୁର ଏସ୍‌ଡିଜେଏମ୍‌  କୋର୍ଟରେ ୧୯୯୯ ମସିହାରୁ ବିଚରାଧୀନ ରହିଥିଲେ  ମଧ୍ୟ ଏହାର ଫଇସଲା ହୋଇପାରୁନାହିଁ । ଏଦିଗରେ  ରାଜ୍ୟ ଦେବୋତ୍ତର କମିଶନ ସ୍ୱତନ୍ତ୍ର ପଦକ୍ଷେପ ନେବାର  ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.