ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ପିସି ଚାପରେ ଫରେଷ୍ଟରଙ୍କ ଆତ୍ମହତ୍ୟା କରି ଥିବା ପରିବାରଲୋକଙ୍କ ଅଭିଯୋଗ, ରାୟଗଡ଼ା ଡିଏଫ୍‌ଓଙ୍କ ବିରୋଧରେ ଏତଲା

ଭବାନୀପାଟଣା,୧୯/୦୯: ରାୟଗଡ଼ା ଫରେଷ୍ଟ ଡିଭିଜନ ଦ୍ୱାରା ପରିଚାଳିତ ଜାରିଂ ହାଇଟେକ୍‌ ନର୍ସରୀ ରିସର୍ଚ୍ଚ ସେଣ୍ଟରରେ କାମ କରୁଥିବା ଫରେଷ୍ଟର ସଞ୍ଜୟ ନାୟକ (୩୩) ଆତ୍ମହତ୍ୟା କରିଛନ୍ତି ।  ଭବାନୀପାଟଣା ଫରେଷ୍ଟ କଲୋନିସ୍ଥିତ କ୍ୱାର୍ଟର୍ସରୁ ବୁଧବାର ତାଙ୍କର  ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବାରମ୍ବାର ପିସି ପାଇଁ ରାୟଗଡ଼ା ଡିଏଫ୍‌ଓ ଚାପ ପକାଇବାରୁ ସେ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ମୃତ ସଞ୍ଜୟଙ୍କ  ଭାଇ ରବିନାରାୟଣ ନାୟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।  ଟାଉନ୍‌ ଥାନା ପୁଲିସ୍‌ ଘଟଣାସ୍ଥଳରୁ ସୁଇସାଇଡ୍‌ ନୋଟ୍‌ ଜବତ  କରିଛି । ଏହାକୁ ସିଲ୍‌ କରି କଳାହାଣ୍ଡି ଏସ୍‌ପିଙ୍କ ଜିମା ଦିଆଯାଇଛି ।  

ଫରେଷ୍ଟର ସଞ୍ଜୟଙ୍କ ପୈତୃକ ଘର ରାୟଗଡ଼ା ବ୍ରାହ୍ମଣସାହିରେ । ପୁଲିସ୍‌ଠାରୁ ସୂଚନା ପାଇ ସଞ୍ଜୟଙ୍କ ମା’ହେମଲତା ନାୟକ, ସମ୍ପର୍କୀୟ ଭାଇ ପ୍ରଦୀପ ନାଏକ ଓ ମାମୁ ସନ୍ତୋଷ ନାୟକ ପ୍ରମୁଖ  ଭବାନୀପାଟଣା ପହଞ୍ଚିଛନ୍ତି । ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ  ହସ୍ତାନ୍ତର କରାଯାଇଛି । ମୃତକଙ୍କ ଭାଇ ରବିନାରାୟଣ ସୁଇସାଇଡ୍‌ ନୋଟ୍‌ ପଢ଼ିଥିଲେ । ତାଙ୍କ ଅଭିଯୋଗ ଅନୁସାରେ ସଞ୍ଜୟ ୪ବର୍ଷ  ହେଲା ଜାରିଂ ରିସର୍ଚ୍ଚ ସେଣ୍ଟରରେ କାମ କରୁଥିଲେ । ତାଙ୍କୁ  ଡିଏଫ୍‌ଓ ବାରମ୍ବାର ପିସି ପାଇଁ ଚାପ ପକାଉଥିଲେ । ଗତବର୍ଷ  ୭ଲକ୍ଷ ଟଙ୍କା ପିସି ମାଗିଥିଲେ। ଚଳିତବର୍ଷ ସଞ୍ଜୟ ତାଙ୍କୁ ଅଢ଼େଇ  ଲକ୍ଷ ଦେଇଥିଲେ । ଏତିକିରେ ଡିଏଫ୍‌ଓ ସନ୍ତୁଷ୍ଟ ହୋଇ ନ ଥିଲେ ।  ବାଧ୍ୟ କରିବାରୁ ସଞ୍ଜୟ ଏସି କିଣି ଦେଇଥିଲେ । ଏକ ମନ୍ଦିର ପାଇଁ  ୪୦ହଜାର ଡୋନେସନ୍‌ ବ୍ୟବସ୍ଥା କରିଥିଲେ । ଡିଏଫ୍‌ଓଙ୍କ ଘରେ  ବୋରୱେଲ ଖନନ ମଧ୍ୟ କରାଇଥିଲେ। ବାରମ୍ବାର ଚାକିରିରୁ କାଢ଼ି ଦେବାକୁ ଧମକ ଦେଇ ପିସି ଦାବି କରୁଥିବା ନେଇ ସୁଇସାଇଡ୍‌  ନୋଟ୍‌ରେ ଉଲ୍ଲେଖ ଥିବା ରବି ଅଭିଯୋଗ କରିଛନ୍ତି । ରବି ଆହୁରି ମଧ୍ୟ କହିଛନ୍ତି, ଗତ ୧ ତାରିଖରେ ସଞ୍ଜୟଙ୍କୁ ଜବରଦସ୍ତି ବଲାଙ୍ଗିରକୁ  ବଦଳି କରାଯାଇଥିଲା । ଡିଏଫ୍‌ଓ ବାରମ୍ବାର ମାନସିକ ଚାପଦେବାରୁ  ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.