ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

୭ ଜିଲ୍ଲାର ୨୪ ଆସନ, ୮ ଦଳ ଓ ୨୧୯ ପ୍ରାର୍ଥୀ… ବୁଧବାର ଜମ୍ମୁକାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ଦୀର୍ଘ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବୁଧବାର ( ସେପ୍ଟେମ୍ବର ୧୮) ପ୍ରଥମ ପର୍ଯ୍ୟାୟରେ ୭ ଜିଲ୍ଲାର ୨୪ ବିଧାନସଭା ଆସନରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ୨୪ ଆସନ ମଧ୍ୟରୁ ୮ଟି ଜାମ୍ମୁ ଡିଭିଜନ୍‌ରେ ଯାଉଥିବା ବେଳେ ବାକି ୧୬ଟି ଆସନ କାଶ୍ମୀର ଘାଟିରେ ରହିଛି । ସବୁଠୁ ଅଧିକ ୭ଟି ଆସନ ଅନନ୍ତନାଗରେ ଥିବା ବେଳେ ସବୁଠାରୁ କମ୍‌ ୨-୨ଟି ଶୋପିୟାନ ଏବଂ ରାମବନ ଜିଲ୍ଲାରେ ରହିଛି । ଆର୍ଟିକିଲ୍‌ ୩୭୦ ହଟିବା ପରେ ଜମ୍ମୁକାଶ୍ମୀରରେ ପ୍ରଥମ ଥର ନିର୍ବାଚନ ହେଉଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି । 

୨୦୧୪ ନିର୍ବାଚନ ସମୟରେ ଜମ୍ମୁକାଶ୍ମୀର ଏକ ରାଜ୍ୟ ଥିଲା । ସେଠାରେ ବିଜେପି ଏବଂ ପିଡିପି ମେଣ୍ଟ ସରକାର ଥିଲା । କିନ୍ତୁ ଏବେ ସ୍ଥିତି ବଦଳିଯାଇଛି । ଏବେ ଜମ୍ମୁକାଶ୍ମୀର ଏକ ରାଜ୍ୟ ନୁହେଁ ବରଂ ଗୋଟିଏ କେନ୍ଦ୍ରଶାସିତ ପ୍ରଦେଶ । ପ୍ରଥମ ପର୍ଯ୍ୟାୟରେ ପୁଲଓ୍ବାମାରେ ୪ ଆସନ, ଶୋପିୟାନରେ ୨, କୁଲଗାମରେ ୩, ଅନନ୍ତନାଗରେ ୭, ରାମବନରେ ୨, କିଶ୍ତଓ୍ବାଡ ୩ ଏବଂ ଡୋଡା ଜିଲ୍ଲାର ୩ଟି ଆସନରେ ନିର୍ବାଚନ ହେବ ।

ନିର୍ବାଚନ ଆୟୋଗଙ୍କ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ୨୩,୨୭,୫୮୦ ଭୋଟର ମତଦାନ କରିବାକୁ ଯୋଗ୍ୟ । ସେଥିମଧ୍ୟରୁ ୧୧, ୭୬,୪୬୨ ପୁରୁଷ ଏବଂ ୧୧,୫୧,୦୫୮ ମହିଳା ରହିଛନ୍ତି । ଏହା ସହ ୬୦ ହଜାର କିନ୍ନର ସାମିଲ ଅଛନ୍ତି । ଏହି ସମୟରେ ୧୮ରୁ ୧୯ ବର୍ଷ ଆୟୁବର୍ଗର ୧.୨୩ ଲକ୍ଷ, ୨୮,୩୦୯ ଦିବ୍ୟାଙ୍ଗ ଏବଂ ୮୫ ବର୍ଷରୁ ଅଧିକ ବୟସର ୧୫,୭୭୪ ଜଣ ମତଦାନ କରିବେ । ପ୍ରଥମ ପର୍ଯ୍ୟାୟ ଭୋଟିଂରେ ପ୍ରଥମ ଥର ଭୋଟ ଦେବାକୁ ଯାଉଥିବା ମତଦାତାଙ୍କ ସଂଖ୍ୟା ୧.୨୩ ଲକ୍ଷରୁ ଅଧିକ । ସେହିଭଳି ୩୫ ହଜାର ବିସ୍ଥାପିତ କାଶ୍ମୀର ପଣ୍ଡିତ ୨୪ଟି ମତଦାନ କେନ୍ଦ୍ରରେ ନିଜର ମତସାବ୍ୟସ୍ତ କରିବେ । ୨୪ଟି ଆସନରେ ୯୦ ଜଣ ସ୍ବାଧୀନ ପ୍ରାର୍ଥୀ ଏବଂ ୨୧୯ ଦଳୀୟ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିବେ ।

  • Jammu Kashmir
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.