ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ପଶ୍ଚିମବଙ୍ଗର ଶିଥିଳ ପୂଜା ବଜାର : ମିଳୁନାହାଁନ୍ତି ପ୍ରାୟୋଜକ, ବ୍ୟକ୍ତିଗତ ଋଣ ନେବେ ଆୟୋଜକ

ନୂଆଦିଲ୍ଲୀ, ୧୯/୦୯ : କୋଲ୍‌କାତାରେ ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ ସମଗ୍ର ପଶ୍ଚିମବଙ୍ଗରେ ମାହୋଲ ଗରମ । ପ୍ରତିବାଦ ଏବଂ ଆନ୍ଦୋଳନ ଜାରି ରହିଛି । ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଆଗକୁ ଦୁର୍ଗା ପୂଜା ଥିବାବେଳେ ଉତ୍ସବକୁ ପାଳନ ନ କରିବାକୁ ସୋସିଆଲ ମିଡିଆରେ ଆହ୍ୱାନ ଦିଆଯାଉଛି । ଏହାମଧ୍ୟରେ ପଶ୍ଚିମବଙ୍ଗର ପୂଜା ବଜାର ଶିଥିଳ ପଡ଼ିଯାଇଛି । ୫୦,୦୦୦ କୋଟିର ଏହି ବଜାର ଏ ବର୍ଷ ଫିକା ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି । ପୂଜା ପୂର୍ବରୁ ଖାଉଟି ଚାହିଦା ଏବଂ କର୍ପୋରେଟ୍‌ ଫଣ୍ଡିଂ ଯାହାକି କୋଲକାତାର ପୂଜାଗୁଡ଼ିକର ଜୀବନରେଖା ଭାବେ ଜଣା, ତାହା ବଡ଼ ଆକାରରେ ପ୍ରଭାବିତ ହୋଇଛି । ମାସକରୁ ଅଧିକ ସମୟ ଧରି କୋଲକାତାରେ ଚାଲିଥିବା ଆନ୍ଦୋଳନ ଏ ବର୍ଷ ପୂଜା ବଜାରକୁ ଫିକା କରିଦେବ ବୋଲି ଆଶଙ୍କା ଉପୁଯିଛି । ଏ ବର୍ଷ ପୂଜା ସେଲିବ୍ରେଶନରୁ ଦୂରେଇ ରହିବା ପାଇଁ ସୋସିଆଲ ମିଡିଆରେ ଆହ୍ୱାନ ଦିଆଯାଉଛି । ତେବେ ଏହା ମଧ୍ୟରେ ବ୍ରାଣ୍ଡ୍‌ଗୁଡ଼ିକ ଚିନ୍ତାରେ । ଆଗାମୀ ଦିନରେ ଯଦି ସାଧାରଣ ଲୋକଙ୍କ ମଧ୍ୟରେ ପୂଜାକୁ ନେଇ ଉତ୍ସାହ ନ ଫେରେ ତେବେ ପୋଷାକ, ଫ୍ୟାଶନ ଉତ୍ପାଦ, ଏଫ୍‌ଏମ୍‌ସିଜି ପ୍ରଡକ୍ଟ ଏବଂ ଦୀର୍ଘସ୍ଥାୟୀ ଖାଉଟି ଉତ୍ପାଦଗୁଡ଼ିକର ବିକ୍ରି ପ୍ରଭାବିତ ହେବ । ସେହିଭଳି ରେଷ୍ଟୁରାଣ୍ଟଗୁଡ଼ିକରେ ବି ବିକ୍ରି ହ୍ରାସ ଘଟିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । 

ଶିଥିଳ ପୂଜା ବଜାରର ପ୍ରଭାବ କମ୍ପାନିଗୁଡ଼ିକର ଅକ୍ଟୋବର-ଡିସେମ୍ବର ତ୍ରୟମାସ ଆର୍ଥିକ ଫଳାଫଳରେ ଦେଖିବାକୁ ମିଳିପାରେ । ପୂଜାରେ କମ୍ପାନିଗୁଡ଼ିକର ଦେଶରେ ଯେତିକି ବିକ୍ରି ହୋଇଥାଏ ସେଥିରେ ପଶ୍ଚିମବଙ୍ଗର ସିଂହଭାଗ ଯୋଗଦାନ ରହିଥାଏ । ଆଉ ଏକ ବଡ଼ ସମସ୍ୟା ହେଉଛି କମ୍ପାନିଗୁଡ଼ିକ ଆୟୋଜକମାନଙ୍କୁ ସ୍ପନ୍‌ସରସିପ୍‌ ଦେବାକୁ କୁଣ୍ଠାବୋଧ କରୁଛନ୍ତି । ବିଭତ୍ସ ବଳାତ୍କାର ଏବଂ ହତ୍ୟା ମାମଲାକୁ ନେଇ ରାଜ୍ୟରେ ଜନସାଧାରଣଙ୍କ ମୁଡ୍‌ ଯେପରି ରହିଛି ଉକ୍ତ ପରିସ୍ଥିତିରେ ବିଜ୍ଞାପନ ଦେଇ କମ୍ପାନିଗୁଡ଼ିକ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ଚାହାନ୍ତି ନାହିଁ । 

କୋଲକାତାର ପୂଜା ଆୟୋଜକମାନଙ୍କ ଏକ ସମୁଦାୟ ‘ଫୋରମ୍‌ ଫର୍‌ ଦୁର୍ଗାତ୍ସୋବ’ ଅନୁସାରେ, ସହରରେ ବର୍ତ୍ତମାନ ସୁଦ୍ଧା ଆୟୋଜକମାନଙ୍କ ପାଖକୁ ମାତ୍ର ୪୦ରୁ୪୫% ସ୍ପନ୍‌ସରସିପ୍‌ ଅର୍ଥ ଆସିଛି । ସାଧାରଣତଃ ଏହି ସମୟ ସୁଦ୍ଧା ଆୟୋଜକମାନେ ୭୦ରୁ୮୦% ପାଣ୍ଠି ପାଇସାରିଥାନ୍ତି ।  କେତେକ ବଡ଼ ବ୍ରାଣ୍ଡ୍‌ଗୁଡ଼ିକ ଅନୁସାରେ, ସେମାନେ ପ୍ରାୟୋଜକ ଦେବେ ଅବା ନାହିଁ ତାହାକୁ ନେଇ ବିଚାର କରୁଛନ୍ତି । ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଏବଂ ବିଭତ୍ସ ହତ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଥିବା ସମୟରେ ଏକ ବ୍ରାଣ୍ଡ ଭାବେ ସେଲିବ୍ରେଶନରେ ସାମିଲ ହେବା ଠିକ୍‌ ହେବ ନାହିଁ ବୋଲି ଏକ ପ୍ରମୁଖ ପ୍ୟାକେଜ୍‌ଡ ଉତ୍ପାଦ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରକାଶ କରିଛନ୍ତି । 

ଅନ୍ୟ ଏକ ଅଗ୍ରଣୀ ଖାଉଟି ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ୍‌ର ମୁଖ୍ୟ କୁହନ୍ତି, ପ୍ରତିବର୍ଷ ଆମେ ଯେତିକି ପୂଜାକୁ ପ୍ରାୟୋଜକ ଦେଇଥାଉ ଏଥର ତାହାକୁ ଅଧା କରିଦେଇଛୁ । ଗତବର୍ଷ ତୁଳନାରେ ଏ ବର୍ଷ ସ୍ପନ୍‌ସରସିପ୍‌ ରାଶି ମଧ୍ୟ କମ୍‌ ରହିଛି । କାରଣ ଲୋକଙ୍କ ଦୃଷ୍ଟିକୁ ଆସିବାକୁ ଆମେ ଚାହୁଁନା । ଫୋରମ୍‌ ଫର୍‌ ଦୁର୍ଗାତ୍ସୋବର ସାଧାରଣ ସମ୍ପାଦକ ଶାଶ୍ୱତ ବାସୁ କୁହନ୍ତି, କେତେକ ସ୍ପନ୍‌ସର ସେମାନଙ୍କ ପ୍ରାୟୋଜକକୁ ସ୍ଥଗିତ ରଖିଛନ୍ତି । କିଛି ଏଥିରୁ ହଟିଯାଇଛନ୍ତି । ବିଶେଷ କରି ଜୁନ୍‌ଜୁଲାଇରେ ପାଣ୍ଡାଲ୍‌, ଲାଇଟ୍‌ ଏବଂ ଦୁର୍ଗା ପ୍ରତିମା ବରାଦ ଦିଆଯାଇଥାଏ । ଉପରୋକ୍ତ ଘଟଣାର ଯଥେଷ୍ଟ ପୂର୍ବରୁ ଅର୍ଡର ଦିଆଯାଇସାରିଛି । କିନ୍ତୁ ଏବେ ପ୍ରାୟୋଜକଙ୍କଠାରୁ ସ୍ପନ୍‌ସରସିପ୍‌ ମିଳୁନାହିଁ । କୋଭିଡ୍‌ ସମୟ ତୁଳନାରେ ସ୍ଥିତି ବିକୃତ ବୋଲି ସେ କହିଛନ୍ତି । ଖର୍ଚ୍ଚ ଉଠାଇବା ପାଇଁ ଆୟୋଜକମାନଙ୍କୁ ବ୍ୟକ୍ତିଗତ ଋଣ ନେବାକୁ ପଡ଼ିପାରେ ବୋଲି ସେ କହିଛନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.