ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ପନ୍ନୁ ମାମଲାରେ ଭାରତ ସରକାରଙ୍କୁ ଆମେରିକା କୋର୍ଟର ସମନ୍, ଅସନ୍ତୋଷ ପ୍ରକାଶ କଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୯।୯: ଖଲିସ୍ତାନୀ ଆତଙ୍କୀ ଗୁରୁପନ୍ତଓ୍ବନ୍ତ ସିଂହ ପନ୍ନୁର ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ଆମେରିକାର ଏକ କୋର୍ଟ ଭାରତ ସରକାରଙ୍କୁ ସମନ୍ ଜାରି କରିଛନ୍ତି। ଏହାକୁ ନେଇ ଭାରତ ସରକାର କଡା ଆପତ୍ତି ପ୍ରକାଶ କରିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହାକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛି। ବୈଦେଶିକ ସଚିବ ବିକ୍ରମ ମିସରୀ ଏ ସମ୍ପର୍କରେ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭୁଲ ଓ ଆମେ ଏହାକୁ ବିରୋଧ କରୁଛି। ନ୍ୟୁୟର୍କର ଦକ୍ଷିଣ ଜିଲ୍ଲାର ଡିଷ୍ଟ୍ରିକ୍ଟ କୋର୍ଡ ଏହି ସମନ୍ ଭାରତ ସରକାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ର’ର ପୂର୍ବତନ ମୁଖ୍ୟ ସାମନ୍ତ ଗୋୟଲ, ର’ ଏଜେଣ୍ଟ ବିକ୍ରମ ଯାଦବ ଓ ବ୍ୟବସାୟୀ ନିଖିଲି ଗୁପ୍ତାଙ୍କ ନାଁରେ ଜାରି କରିଛନ୍ତି। 

ଏହି ସମନ୍‌ରେ ସବୁ ପକ୍ଷକୁ ୨୧ ଦିନ ମଧ୍ୟରେ ଜବାବ୍ ଦେବାକୁ କୁହାଯାଇଛି। ବୈଦେଶିକ ସଚିବ ଆମେରିକା କୋର୍ଟର ସମନରେ କହିଛନ୍ତି, ଯେତେବେଳେ ଆମ ପାଖକୁ ଏହି ମାମଲା ଆସିଥିଲା ଆମେ ଆକ୍ସନ ନେଇଥିଲୁ। ଏହି ମାମଳାରେ ଏକ ହାଇଲେବଲ କମିଟି ଗଠିତ ହୋଇଛି, ଯାହାକି ଯାଞ୍ଚ କରୁଛି। ମୁଁ ଏବେ ସେହି ବ୍ୟକ୍ତିଙ୍କ ଆଡକୁ ଧ୍ୟନ ଦେବାକୁ ଚାହିଁବି ଯିଏକି ଏହି କେସ୍ ରୁଜୁ କରିଛନ୍ତି। ପନ୍ନୁର ଇତିହାସ ସମସ୍ତଙ୍କୁ ଜଣ, ସେ କିଭଳି ବେଆଇନ ସଂଗଠନ ସହ ଜଡିତ। ଏହା ସମସ୍ତଙ୍କୁ ଭଲ ଭାବରେ ଜଣା। 

ଉଲ୍ଲେଖନୀୟ ଯେ, ପନ୍ନୁ କଟ୍ଟରପନ୍ଥୀ ସଂଗଠନ ସିଖ୍ ଫର ଜଷ୍ଟିସର ମୁଖିଆ। ସେ ଭାରତୀୟ ନେତା ଓ ସଂସ୍ଥା ବିରୋଧରେ ବିଷ ଓଗାଳି ସାରିଛି। ଭାରତ ସରକାର ୨୦୨୦ ରେ ପନ୍ନୁକୁ ଆତଙ୍କବାଦୀ ଘୋଷିତ କରିଥିଲେ। ଗତ ବର୍ଷ ନଭେମ୍ବରରେ ବ୍ରିଟିସ୍ ଖବର କାଗଜର ଫାଇନାନ୍ସିଆଲ ଟାଇମ୍ସ ନିଜର ଏକ ରିପୋର୍ଟରେ ଦାବି କରିଥିଲେ ପନ୍ନୁଙ୍କ ହତ୍ୟା ଷଡଯନ୍ତ୍ର ଆମେରିକା ବିଫଳ କରିଛି। ପନ୍ନୁ ପାଖରେ ଆମେରିକା ଓ କାନାଡା ଉଭୟ ଦେଶର ନାଗରିକତ୍ବ ରହିଛି। ଏହି ରିପୋର୍ଟ ପରେ ଜୋ ବାଇଡେନ୍ ପ୍ରଶାସନ ମଧ୍ୟ ସୂଚନା ଦେଇଥିଲା। ଏ ସମ୍ପର୍କରେ ସୂଚନା ମିଳିବା ପରେ ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ, ଯଦି ଏଭଳି ହୋଇଥାଏ ତେବେ ଚିନ୍ତାର ବିଷୟ। ଆମେ ଏ ବିଷୟରେ ଉଚ୍ଚସ୍ତରୀୟ ବୈଠକ କରି ଯାଞ୍ଚ କରିବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.