ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଭାରତରେ ବଡ଼ ଆତଙ୍କୀ ହମଲା କରିପାରେ ISIL, ଜମ୍ମୁ-କଶ୍ମୀର ନିର୍ବାଚନକୁ ଦୃଷ୍ଟିରେ ରଖି ଚାଲିଛି ଷଡଯନ୍ତ୍ର

ନୂଆଦିଲ୍ଲୀ,୧୯।୯:ଆଗାମୀ ଦିନରେ ଭାରତରେ ହୋଇପାରେ ବଡ଼ ଧରଣର ଆତଙ୍କୀ ହମଲା। ଏଭଳି ଏକ ଚେତାବନୀ ଦେଇଛି ଆତଙ୍କବାଦୀ ନିରୋଧି ବିଶ୍ବ ସଂଗଠନ FATF । ଏହି ଚେତାବନୀ ଅନୁସାରେ, ଭାରତ ଉପରେ ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ୍ ଆଣ୍ଡ ଦ ଲେଭେଣ୍ଟ(ISIL) ବା ଅଲ୍-କାଏଦା ସହ ଜଡିତ ଗୋଷ୍ଠୀ ଜମ୍ମୁ-କଶ୍ମୀରରେ ଖୁବ୍ ସକ୍ରିୟ ରହିଛି। ସେଠାରେ ବିଧାନସଭା ନିର୍ବାଚନ  ଚାଲିଥିବା ବେଳେ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ନିର୍ବାଚନକୁ ମଧ୍ୟ ପ୍ରଭାବିତ କରିବାର ଷଡଯନ୍ତ୍ର କରୁଛନ୍ତି। 

ସବୁଠାରୁ ଖାସ୍ କଥା ଏହା ଯେ, FATF ମନି ଲଣ୍ଡରିଂ ଓ ଆତଙ୍କୀ ଫଣ୍ଡିଂ ଗତିବିଧିକୁ ରୋକିବା ଓ ତାଙ୍କ ବିରୋଧରେ ଉଠାଯାଉଥିବା ଆକ୍ସନକୁ ନେଇ ଭାରତ ସରକାରଙ୍କ ଦ୍ବାରା ଉଠାଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛି। FATF ମନି ଲଣ୍ଡରିଂ ଓ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ରୋକିବା ନେଇ ଭାରତ ଯେଉଁ ପଦକ୍ଷେପ ନେଇଛି ତାହା ଖୁବ୍ ପ୍ରଶଂସନୀୟ।  ତଥାପି ଆହୁରି ସୁଧାରର ଆବଶ୍ୟକତା ରହିଛି। ଭାରତରେ ମନି ଲଣ୍ଡରିଂ ମାମଲାରେ ସମ୍ବିଧାନିକ ସୀମା ରହିଛି। ଭାରତର କୋର୍ଟରେ ମାମଲା ବର୍ଷ ବର୍ଷ ଧରି ଚାଲିଥାଏ।ଇଡି ୫ ବର୍ଷରେ ପ୍ରାୟ ୧୦ ବିଲିୟନ ଡଲାର ସମ୍ପତ୍ତି ଜବତ କରିଛି, କିନ୍ତୁ କୋର୍ଟ କେସ୍‌ର ସମାଧାନ ଓ ସଜା ମିଳିବା ପରେ ଏହି ରାଶି ୫ ମିଲିୟନ ଡଲାରରୁ ମଧ୍ୟ କମ୍ ରହିଛି। ଭାରତ ଏହି ପ୍ରସଙ୍ଗକୁ ଅଧିକ ଧ୍ୟାନ ଦେବା  ଦରକାର ,କାରଣ ଏହାଦ୍ବାରା ଆତଙ୍କୀଙ୍କ ଆର୍ଥିକ ପୋଷଣ ବିରୋଧରେ ଆମର ଲଢେଇ ଖୁବ୍ ଦୁର୍ବଳ ହୋଇଯିବ।

ବିଶ୍ବ ସଂଗଠନ FATF ନିଜ ରିପୋର୍ଟରେ କହିଛି, ଭାରତର ପୂର୍ବତ୍ତୋର ଓ ଉତ୍ତର ଅଞଚଳରେ ଆଞ୍ଚଳିକ ବିଦ୍ରୋ ଓ ଅନ୍ୟ ଭାରତ ବିରୋଧି ସଂଗଠନ ଳଗାତାର ସରକାରଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି। ଭାରତ ଏସବୁର ମୁକାବିଲା କରିବା ପାଇଁ ଏଫ୍‌ଟିଏଫ୍‌ ଦ୍ବାରା ଦିଆଯାଇଥିବା ୪୦ଟି ପାରାମିଟରକୁ ଗ୍ରହଣ କରିଛି। ଆତଙ୍କ ବିରୋଧି ଏହି ଅଭିଯାନରେ ଆଗକୁ ବଢିବା ପାଇଁ ଭାରତକୁ ଏହି ସବୁ ପାରାମିଟରକୁ ନେଇ ଆଗକୁ ବଢିବା ଦରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.