ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

କାଶ୍ମୀର ନିର୍ବାଚନ ସମୟରେ ପାକିସ୍ତାନ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ‘ଅନୁଚ୍ଛେଦ ୩୭୦କୁ ନେଇ ଏନସି-କଂଗ୍ରେସ ମେଣ୍ଟ ଓ ପାକ୍‌ ଏକମତ’

Image Courtesy: indiatoday

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ଜାରି ରହିଥିବା ବିଧାନସଭା ନିର୍ବାଚନ ଉପରେ ପାକିସ୍ତାନ ନଜର ରଖିଛି । ଜମ୍ମୁକାଶ୍ମୀରକୁ ଆର୍ଟିକିଲ୍‌ ୩୭୦ ଏବଂ ୩୫ଏ ଫେରିବ ବୋଲି ଆଶା ରଖିଛି ପାକିସ୍ତାନ । କାଶ୍ମୀରକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ । ଜମ୍ମୁକାଶ୍ମୀରରେ ଅନୁଚ୍ଛେଦ ୩୭୦ ଏବଂ ୩୫ ଏ ପୁନଃ କାର୍ଯ୍ୟକାରୀ କରିବାକୁ ନେଇ ପାକିସ୍ତାନ ଏବଂ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟର ଷ୍ଟାଣ୍ଡ ଗୋଟିଏ ବୋଲି କହିଛନ୍ତି ଖ୍ବାଜା ଆସିଫ । ସେପଟେ ଜମ୍ମୁକାଶ୍ମୀରରେ ୩୭୦ ଏବଂ ୩୫ ଏ ପ୍ରତ୍ୟାବର୍ତ୍ତନକୁ ନେଇ ନିରବ ରହିଛି କଂଗ୍ରେସ । ଏପରିକି ନିଜର ନିର୍ବାଚନୀ ଇସ୍ତାହାରରେ ଏନେଇ କିଛି ଉଲ୍ଲେଖ କରିନାହିଁ ଦଳ । କିନ୍ତୁ ବିଗତ ଦିନରେ ଜମ୍ମୁକାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବାକୁ ଦାବି କରିଥିଲେ ରାହୁଲ ଗାନ୍ଧୀ । 

ଶେଖ ଅବଦୁଲ୍ଲା ଏବଂ ନେହରୁ ଜମ୍ମୁକାଶ୍ମୀରରେ ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଲାଗୁ କରିଥିଲେ । ଏବେ ଦୁଇ ଜଣଙ୍କ ଦଳ ଏକାଠି ହୋଇ ନିର୍ବାଚନ ଲଢ଼ୁଥିବା ବେଳେ ଜିତିଲେ ଆର୍ଟିକିଲ ୩୭୦ ଏବଂ ୩୫ଏକୁ ପୁନଃ ଲାଗୁ କରିବେ ବୋଲି କହିଛନ୍ତି । କଣ ଆପଣଙ୍କୁ ଲାଗୁଛି ଏହା ସମ୍ଭବ ହୋଇପାରିବ ବୋଲି ଖ୍ବାଜାକୁ ପ୍ରଶ୍ନ କରିଥିଲେ ଜିଓ ନ୍ୟୁଜର ସାମ୍ବାଦିକ । ଏହା ପରେ ଖ୍ବାଜା ଆସିଫ କହିଥିଲେ ଯେ,  ‘ଜମ୍ମୁକାଶ୍ମୀରରେ ନ୍ୟାସନାଲ କନଫରେନ୍ସ ଏବଂ କଂଗ୍ରେସର ସ୍ଥିତି ଭଲ ଅଛି । ସେମାନଙ୍କ ସରକାରକୁ ଆସିବାର ସମ୍ଭାବନା ରହିଛି । ତେଣୁ ସେମାନେ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିବା ଦରକାର ।’

 ସେ ଆହୁରି କହିଥିଲେ,  ପାକିସ୍ତାନ ଏବଂ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ ଜମ୍ମୁକାଶ୍ମୀରରେ ଅନୁଚ୍ଛେଦ ୩୭୦ ଏବଂ ୩୫ଏ ପ୍ରତ୍ୟାବର୍ତ୍ତନ ଲାଗି ଗୋଟିଏ ମତ ପୋଷଣ କରୁଛନ୍ତି । ଖ୍ବାଜା କହିଛନ୍ତି, ପାକିସ୍ତାଦ ସବୁ ବେଳେ ଦାବି କରିଆସିଛି କାଶ୍ମୀରର ଷ୍ଟାଟସ ପୁଣି ଥରେ ରିଷ୍ଟୋର କରାଯାଉ । ସୂଚନାଯୋଗ୍ୟ, ବର୍ତ୍ତମାନ ଜମ୍ମୁକାଶ୍ମୀର ନିର୍ବାଚନ ଲାଗି କଂଗ୍ରେସର ଇସ୍ତାହାରରେ ୩୭୦ ଏବଂ ୩୫ଏ ପୁଣି ଥରେ ଲାଗୁ କରିବା ନେଇ କିଛି ବି ଉଲ୍ଲେଖ ନାହିଁ । କଂଗ୍ରେସ ଏବେ କେବଳ ଜମ୍ମୁକାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳୁ ବୋଲି ଦାବି କରୁଛନ୍ତି । ଅନ୍ୟପଟେ କଂଗ୍ରେସର ସହଯୋଗୀ ନ୍ୟାସନାଲ କନଫରେନ୍ସ ଅନୁଚ୍ଛେଦ ୩୭୦ ଏବଂ ୩୫ଏ ପୁନଃ ଲାଗୁ କରିବାକୁ ସ୍ବର ଉଠାଉଛି । ଏହାକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରିଆସିଛି । 

  • Pakistan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.