ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଦୀର୍ଘ ୧୮ ଘଣ୍ଟାର ଅପରେସନ୍‌ ସଫଳ, ୩୬ ଫୁଟ୍‌ ବୋରଓ୍ବେଲରୁ ଉଦ୍ଧାର ହେଲା ଶିଶୁ କନ୍ୟା

ନୂଆଦିଲ୍ଲୀ: ଦୀର୍ଘ ୧୮ ଘଣ୍ଟାର ଅପରସେନ୍‌ ପରେ ବୋରଓ୍ୱେଲରୁ ଉଦ୍ଧାର ହେଲା ଅଢ଼େଇ ବର୍ଷର କୁନି ଝିଅ । ଶେଷରେ ଜୀବନ ଜିତିଲା ଏବଂ ଏନଡିଆରଏଫ ଏବଂ ପୋଲିସର ଅକ୍ଳାନ୍ତ ପରିଶ୍ରମ ସଫଳ ହେଲା । ରାଜସ୍ଥାନର ଦୌସାରେ ୩୬ ଫୁଟ ବୋରଓ୍ୱେଲ ଭିତରକୁ ଖସିପଡିଥିବା କୁନି ଝିଅ ନୀରୁ ଗୁର୍ଜାରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ୧୮ ଘଣ୍ଟାର ଅପରେସନ୍‌ ପରେ ଏହି ସଫଳତା ମିଳିଛି ।

ବୁଧବାର ଅଢ଼େଇ ବର୍ଷର କୁନି ଝିଅ ନୀରୁ ଘର ପାଖରେ ଖେଳୁଥିବା ବେଳେ ବୋରଓ୍ୱେଲ ଭିତରକୁ ଖସି ପଡିଥିଲା । ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଝିଅଟି ବୋରଓ୍ୱେଲରେ ଖସିପଡିଥିବା ଜାଣିବାକୁ ପାଇଥିଲେ । ଏହାପରେ ଖବର ପାଇ ପ୍ରଶାସନ, ଏସ୍‌ଡିଆରଏଫ ଓ ଏନ୍‌ଡିଆରଏଫ୍ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବୋରୱେଲ ନିକଟରେ ୩୬ ଫୁଟ ଗଭୀର ଗାତ ଖୋଳା ଯାଇଥିଲା । 




ଉଦ୍ଧାର ପାଇଁ ଗୋଟିଏ ୩ଟି ଜେସିବି ଏବଂ ଦୁଇଟି ଟ୍ରାକ୍ଟରର ସାହାଯ୍ୟ ନିଆଯାଇଥିଲା। ପାଇପର ୨୦ ଫୁଟ ଟନେଲ୍ ନିର୍ମାଣ କରାଯାଇଥିଲା । ଏଥିସହ ଶିଶୁଟିର ଗତିବିଧି ଦେଖିବା ପାଇଁ ଏକ କ୍ୟାମେରା ମଧ୍ୟ ଭିତରକୁ ଛଡା ଯାଇଥିଲା । ଶେଷରେ ଦୀର୍ଘ ୧୮ ଘଣ୍ଟାର ଅପରେସନ୍‌ ପରେ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ ପାଇଁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତେବେ ବୁଧବାର ଦିନ ଶିଶୁଟି ବୋରଓ୍ବେଲରେ ଖସିପଡ଼ିଥିବା ନେଇ ଖବର ପାଇବା ପରେ ଦୌସାର ଜିଲ୍ଲାପାଳ ଦେବେନ୍ଦ୍ର କୁମାର, ଏସପି ରଞ୍ଜିତା ଶର୍ମାଙ୍କ ସମେତ ଜଳ ଯୋଗାଣ ଅଧିକାରୀ ଏବଂ ସ୍ଥାନୀୟ ସରକାରୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ । ଶିଶୁଟି ସୁରକ୍ଷିତ ଉଦ୍ଧାର ହୋଇଯିବା ପରେ ସ୍ଥାନୀୟ ପ୍ରଶାସନକୁ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟିଛି । 

  • Rajasthan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.