ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ସାଇବର ଧମକ

ନୂଆଦିଲ୍ଲୀ,୧୯/୦୯: ବିସିସିଆଇର ପୂର୍ବତନ ସଭାପତି ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ସାଇବର ଧମକ। ଏହାକୁ ନେଇ ସେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ କୋଲକାତା ପୋଲିସ ନିକଟରେ ସେ ସାଇବର ଧମକ ଏବଂ ମାନହାନୀ ଅଭିଯୋଗ ଦାଖଲ କରିଛନ୍ତି। ବୁଧବାର ସୌରଭ ଗାଙ୍ଗୁଲିଙ୍କ ସଚିବ ତରଫରୁ ଥାନାରେ ଅଭିଯୋଗ ହୋଇଛି। 

ସୂଚନା ମୁତାବକ,ଇ-ମେଲ ଜରିଆରେ ଜଣେ ମୃଣମୟ ଦାସ ନାମକ ବ୍ୟକ୍ତି ସହ ଜଡିତ ସାଇବର ଧମକ ଓ ମାନହାନୀ ମାମଲରେ ଏହି ଅଭିଯୋଗ ଦାଖଲ କରାଯାଇଛି। ଏହି ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହା ସୌରଭ ଗାଙ୍ଗୁଲିଙ୍କୁ ଟାର୍ଗେଟ କରି ବ୍ୟବହୃତ ହୋଇଛି ଯାହା ତାଙ୍କ ପ୍ରତିଷ୍ଠା ପାଇଁ କ୍ଷତିକାରକ ବୋଲି ଅଭିଯୋଗରେ କୁହାଯାଇଛି। ସେପଟେ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ସୌରଭ ଗାଙ୍ଗୁଲିଙ୍କ ସଚିବ ମଙ୍ଗଳବାର ରାତିରେ କୋଲକାତା ପୋଲିସର ସାଇବର ବିଭାଗକୁ ଏକ ଇ-ମେଲ ପଠାଇ ଅଭିଯୋଗ କରିଛନ୍ତି। ଗାଙ୍ଗୁଲିଙ୍କ ସଚିବ ଇ-ମେଲ ସହିତ ଏକ ଭିଡିଓ ଲିଙ୍କ ମଧ୍ୟ ସେୟାର କରିଛନ୍ତି। ଏହି  ଇ-ମେଲ ଆମେ ପାଇଛୁ ଏବଂ ପୂରା ଘଟଣାର ଯାଞ୍ଚ ପରେ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ପୋଲିସ ଅଧିକାରୀ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.