ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ମଥରୁରାରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍,ଟ୍ରାକ୍‌ରୁ ଖସିଲା ୨୫ଟି ବଗି

ନୂଆଦିଲ୍ଲୀ,୧୯/୦୯: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍। ଉତ୍ତରପ୍ରଦେଶ ମଥରୁରାରେ ଟ୍ରେନ୍‌ ଲାଇନଚ୍ୟୁତ ହୋଇ ଟ୍ରେନର ୨୫ଟି ବଗି ଟ୍ରାକ୍‌ରୁ ଖସି ଯାଇଥିବା ଜଣାଯାଇଛି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।ତେବେ ଟ୍ରେନ୍‌ଟି ଝାନସୀରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିବା ବେଳେ ବୃନ୍ଦାବନ ନିକଟରେ ଏହି ଅଘଟଣ ଘଟିଛି।

ଏନେଇ ଆଗ୍ରା ରେଲୱେ ମଣ୍ଡଳର ଡିଆରଏମ୍‌ ତେଜ ପ୍ରତାପ ଅଗ୍ରୱାଲଙ୍କ ସୂଚନା ଅନୁଯାୟୀ, ଟ୍ରେନ୍‌ର ୨୫ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଏଥିଯୋଗୁ ବିଦ୍ୟୁତ୍‌ ସରବରାହ ହେଉଥିବା ବହୁ ଖମ୍ବ ଭାଙ୍ଗି ଯାଇଛି। ଏହାକୁ ଠିକ୍‌ କରିବାକୁ ନିହାତି ପକ୍ଷେ ୧୦ରୁ ୧୨ ଘଣ୍ଟା ଲାଗିବ । ତେଣୁ ବହୁ ଟ୍ରେନ୍‌ର ରୁଟ୍‌ ପ୍ରଭାବିତ ହୋଇଛି। ସପ୍ତାହେ ମଧ୍ୟରେ ୭ ଥର ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌ ହେଲାଣି। ୨୦୨୧ ମସିହା ଜୁଲାଇ ୭ ତାରିଖରୁ ୨୦୨୧୪ ଜୁନ ୧୭ ତାରିଖ ମଧ୍ୟରେ ୧୩୧ଟି ଟ୍ରେନ୍‌ ଦୁର୍ଘଟଣା ଘଟିଲାଣି। ସେଥିରେ ୯୨ଟି ଦୁର୍ଘଟଣାରେ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଗତ ୩ ବର୍ଷରେ ପ୍ରତି ମାସ ୨ ପାସେଞ୍ଜର ଟ୍ରେନ୍‌ ଓ ଗୋଟିଲ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ୍‌ ହୋଇଛି। 

ଏହି ଘଟଣାରେ ବିଜେପି ସରକାରକୁ ଟାର୍ଗେଟ କରି ଆପ୍‌ କହିଛି, ରେଳ ଲାଇନ୍‌ରେ କବଚ ସିଷ୍ଟମ ଲଗାହେଲେ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିବ ବୋଲି କେନ୍ଦ୍ର ସରକାର କହୁଛନ୍ତି। ମାତ୍ର ଏପର୍ଯ୍ୟନ୍ତ କେବଳ ୨% ରେଳ ରୁଟ୍‌ରେ କବଚ ସିଷ୍ଟମ ଲଗାଯାଇଛି। ଅବଶିଷ୍ଟ ୯୮% ଜାଗାରେ ଏବେବି ଏହି କାମ ଆରମ୍ଭ ହୋଇନି। ତେବେ କେତେ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ଏହାର ଅପେକ୍ଷା କରିବାକୁ ପଡ଼ିବ  ବୋଲି ଆପ୍ ପ୍ରଶ୍ନବାଚୀ ସୃଷ୍ଟି କରିଛି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.