ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ପ୍ରତିଦିନ ନ ଗଧୋଇବା ହେଲା ଡିଭୋର୍ସର କାରଣ, ବିବାହର ୪୦ଦିନ ପରେ ମହିଳା ନେଲେ ସ୍ବାମୀଙ୍କଠାରୁ ଅଲଗା ହେବାର ନିଷ୍ପତ୍ତି

ନୂଆଦିଲ୍ଲୀ, ୧୮/୯ : ଦାମ୍ପତ୍ତ୍ୟ ଜୀବନରେ ଡିଭୋର୍ସ ଏକ ବହୁ ବଡ଼ ନିଷ୍ପତ୍ତି । ଯାହାକୁ ଯେ କେହି ବି ବହୁ ଭାବି ଚିନ୍ତି ନେଇ ଥାନ୍ତି । କେତେକ ଥର ସାମାଜର ଚାପରେ ଲୋକେ ନ ଚାହିଁକି ବି ବାଧ୍ୟ ହୋଇ ବିବାହ ନିଭାଇ ଥାନ୍ତି । ମାତ୍ର ଧିରେ ଧିରେ ଏହି କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେଇଛି । ଏବେ ମହିଳା ସାମାଜିକ ଚାପ ପୂର୍ବରୁ ନିଜ ଖୁସିକୁ ନଜର ରଖି ନିଷ୍ପତ୍ତି ନେଉଛନ୍ତି । ସ୍ବାମୀ-ସ୍ତ୍ରୀଙ୍କ ଡିଭୋର୍ସ ନେବାର ଆପଣମାନେ ବହୁ କାରଣ ଶୁଣିଥିବେ । ମାତ୍ର ଏବେ ଏକ ଏଭଳି ଆଶ୍ଚର୍ଯ୍ୟ କର ଘଟଣା ସାମ୍ନାକୁ ଆସିଛି ଯାହାକୁ ନେଇ ଆପଣ ବି ଚିନ୍ତିତ ହୋଇଯିବେ । କହିବେ ସତରେ କ’ଣ ଏଭଳି କାରଣ ହୋଇପାରେ ବିବାହ ବିଚ୍ଛେଦର। ପ୍ରତିଦିନ ନ ଗାଧୋଇବାକୁ ନେଇ ଉଭୟ ଦମ୍ପତ୍ତିଙ୍କ ମଧ୍ୟରେ ହୋଇଛି ଡିଭୋର୍ସ । ଆଜ୍ଞା ହଁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଆଗ୍ରାରୁ ।  ଜଣେ ମହିଳା ସ୍ବାମୀ ପ୍ରତିଦିନ ନ ଗାଧୋଇବାକୁ ନେଇ ଚିନ୍ତିତ ହୋଇ ଡିଭୋର୍ସ ନେବାର ନିଷ୍ପତ୍ତି ନେଇଛନ୍ତି । ବିବାହର ପ୍ରାୟ ୪୦ଦିନ ପରେ ମହିଳା କୋର୍ଟରେ ଡିଭୋର୍ସ ନେବା ଲାଗି ଆବେଦନ କରିଛନ୍ତି ।

ଆଗ୍ରାର ନବ ବିବାହିତ ମହିଳାଙ୍କ ଅନୁସାରେ ତାଙ୍କ ସ୍ବାମୀ ମାସରେ କେବଳ ଦୁଇ ଥର ଗାଧୋଇଥାନ୍ତି । ଯେଉଁ କାରଣରୁ ତାଙ୍କ ଶରୀରରୁ ଦୁର୍ଗନ୍ଧ ବାହାରୁଛି । ଏହି କାରଣରୁ ମହିଳା ଆଗ୍ରାର କୌଣସି ଫ୍ୟାମିଲି କାଉନସିଲିଂ ସେଣ୍ଟରରେ ଅଭିଯୋଗ କରି କହିଛନ୍ତି ଯେ ମୋ ସ୍ବାମୀ ନିଜ ଦେହର ଧ୍ୟାନ ଦେଉନାହାନ୍ତି। ଏଥିଯୋଗୁ ମୁଁ ଚାହୁଁନାହିଁ ତାଙ୍କ ସହ ରହିବାକୁ । ସେ ଏହା ବି କହିଛନ୍ତି କି ତାଙ୍କ ସ୍ବାମୀ ସପ୍ତାହରେ ଗୋଟିଏ କିମ୍ବା ଦୁଇ ଦିନ ନିଜ ଉପରେ ଗଙ୍ଗାଜଳ ପକାଇ ଦେଇଥାନ୍ତି । ମହିଳାଙ୍କ ଅନୁସାରେ ୪୦ଦିନର ବିବାହରେ ତାଙ୍କ ସ୍ବାମୀ କେବଳ ୬ଦିନ ଗାଧୋଇଛନ୍ତି । ଏବେ ମହିଳା ଜଣଙ୍କ ନିଜ ସ୍ବାମୀଙ୍କଠାରୁ ଅଲଗା ହେବାକୁ ଚାହୁଁଛନ୍ତି । ଯେଉଁଥିପାଇଁ ସେ କୋର୍ଟରେ ଆବେଦନ କରିଛନ୍ତି ।

ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ସାଉଁଣ୍ଟୁଛି । ଏହାକୁ ନେଇ ବହୁ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.