ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସାଂଘାତିକ ଅଭିଯୋଗ, ପଶୁ ଚର୍ବିରେ ତିଆରି ହେଉଥିଲା ତିରୁପତିଙ୍କ ଲଡୁ

Image Courtesy: indiatoday

ନୂଆଦିଲ୍ଲୀ: ତିରୁପତି ମନ୍ଦିରରେ ପ୍ରସାଦ ଭାବରେ ମିଳୁଥିବା ଲଡୁରେ ପଶୁ ଚର୍ବି ମିଶୁଥିଲା । ଏହା ସହ ନିମ୍ନମାନର ସାମଗ୍ରୀରେ ପ୍ରସ୍ତୁତ ହେଉଥିଲା ଲଡୁ। ତିରୁପତି ମନ୍ଦିର ଉପରେ ଆସ୍ଥା ରଖିଥିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ପ୍ରତି ଏହା ବିଶ୍ବାସଘାତ । ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ । ଆନ୍ଧ୍ର ପ୍ରଦେଶର ପୂର୍ବତନ ୱାଇଏସ୍‌ଆର କଂଗ୍ରେସ ସରକାରଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣି ସେ ପ୍ରବଳ ବର୍ଷିଛନ୍ତି । ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ରାଜ୍ୟରେ ଜଗନ ସରକାର ଥିବା ବେଳେ ମନ୍ଦିର ପ୍ରସାଦରେ ନିମ୍ନମାନର ସାମଗ୍ରୀ ସାଙ୍ଗକୁ ପଶୁ ଚର୍ବି ମିଶା ଯାଉଥିବା ଜାଣିବାକୁ ପାଇଥିଲି । ଏହା ମୋତେ ଚକିତ କରିଥିଲା । ଏହି ମନ୍ଦିର ଉପରେ କୋଟି କୋଟି ଭକ୍ତ ଆସ୍ଥା ପ୍ରକଟ କରୁଥିବା ବେଳେ ଏପରି କରିବା ନିମନ୍ତେ ସେ ଲଜ୍ଜାବୋଧ କରିବା ଉଚିତ ଥିଲା ।

 ଏନଡିଏ ଦଳ ବୈଠକରେ ଚନ୍ଦ୍ରବାବୁ ନାଇଡ଼ୁ କହିଛନ୍ତି, ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଲଡୁ ପ୍ରସାଦ ରୂପେ ଲଗା ଯାଇଥାଏ । ଗତ ସରକାର ଅମଳରେ ଏହି ଲଡୁକୁ ଘିଅ ବଦଳରେ ପଶୁ ଚର୍ବିରେ ତିଆରି କରାଯାଉଥିଲା ।  ଏହି ମନ୍ଦିରର ପରିଚାଳନା ଭାର ତିରୁମାଳା ତିରୁପତି ଦେବସ୍ଥାନମ ଉପରେ ନ୍ୟସ୍ତ । ମୁଖ୍ୟମନ୍ତ୍ରୀ ନାଇଡୁ କହିଛନ୍ତି, ଏବେ କିନ୍ତୁ ତିରୁପତି ଲଡୁ ଶୁଦ୍ଧ ଘିଅରେ ପ୍ରସ୍ତୁତ ହେଉଛି । ଫଳରେ ଏହାର ମାନରେ ପରିବର୍ତ୍ତନ ହୋଇଛି । ସେପଟେ ଚନ୍ଦ୍ରବାବୁ ନାଇଡୁଙ୍କ ପରେ ତାଙ୍କ ପୁଅ ଏବଂ ଆଇଟି ମନ୍ତ୍ରୀ ନାରା ଲୋକେଶ ମଧ୍ୟ ପୂର୍ବତନ ଜଗନ ମୋହନ ରେଡ୍ଡୀଙ୍କ ସରକାର ଉପରେ ବର୍ଷିଛନ୍ତି । ତିରୁପତି ମନ୍ଦିର ଲଡୁ ପଶୁ ଚର୍ବିରେ ତିଆରି ହେଉଛି ଜାଣିବା ପରେ ମୁଁ ମର୍ମାହତ ହୋଇଥିଲି ବୋଲି ନାରା ଲୋକେଶ କହିଛନ୍ତି । 

ଟିଡିପି ସରକାରର ଏପରି ଅଭିଯୋଗରେ କଡ଼ା ପ୍ରତିକ୍ରିୟା ରଖିଛି ୱାଇଏସ୍‌ଆର କଂଗ୍ରେସ । ଦଳର ନେତା ଏବଂ ରାଜ୍ୟସଭା ସାଂସଦ ୱାଇବି ରେଡ୍ଡି ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏପରି କରି ମୁଖ୍ୟମନ୍ତ୍ରୀ ମନ୍ଦିରର ପବିତ୍ରତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିବା ସେ ଅଭିଯୋଗ କରିଛନ୍ତି । 

ସେ ଆହୁରି କହିଛନ୍ତି, କୌଣସି ବ୍ୟକ୍ତି ମନ୍ଦିରର ପ୍ରସାଦକୁ ନେଇ ଏପରି ଶବ୍ଦ ପ୍ରୟୋଗ କରିବା କିମ୍ବା ଅଭିଯୋଗ ଉଠାଇବା ଉଚିତ ନୁହେଁ । ଚନ୍ଦ୍ରବାବୁ ନାଇଡୁଙ୍କ କଥା ପ୍ରମାଣିତ କରୁଛି ଯେ, ରାଜନୈତିକ ଲାଭ ନିମନ୍ତେ ସେ ଯେକୌଣସି ବି ସ୍ତରକୁ ଖସି ପାରନ୍ତି। ଲୋକଙ୍କ ମନରେ ତିରୁପତିଙ୍କ ପ୍ରତି ଥିବା ଆସ୍ଥାକୁ ପୁନଃ ସ୍ଥାପନ ନିମନ୍ତେ ମୁଁ ନିଜ ପରିବାର ସହ ପହଞ୍ଚି ଭଗବାନଙ୍କ ସମ୍ମୁଖରେ ଶପଥ ନେବାକୁ ପ୍ରସ୍ତୁତ। ଚନ୍ଦ୍ରବାବୁ ନାଇଡୁ କ’ଣ ନିଜ ପରିବାର ସହ ଏପରି କରିବାକୁ ପ୍ରସ୍ତୁତ କି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ୱାଇବି ରେଡ୍ଡି ।

  • Chandrababu naidu
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.