ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଦେଶର ପ୍ରଥମ ‘ବୋଇଙ୍ଗ୍‌ 737 MAX 9’ କିଣିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୧୯/୦୯: ଭାରତର ସବୁଠାରୁ ଧନୀ ମୁକେଶ ଅମ୍ବାନୀ କିଣିଛନ୍ତି ଦେଶର ପ୍ରଥମ ‘ବୋଇଙ୍ଗ୍‌ 737 MAX 9’। ତେବେ ଏହି ଅଲଟ୍ରା ଲଙ୍ଗ୍‌ ରେଞ୍ଜ ବିଜନେସ୍‌ ଜେଟ୍‌ର ଦାମ୍‌ ପାଖାପାଖି ୧୦୦୦ କୋଟି ଟଙ୍କା । ନିକଟରେ ଅନେକ ପରିବର୍ତ୍ତନ ଏବଂ ଉଡ଼ାଣ ପରୀକ୍ଷଣ ପରେ ଭାରତରେ ଡେଲିଭର ହୋଇଛି ବୋଇଙ୍ଗ୍‌ 737 MAX 9 । ବିତରଣ ପୂର୍ବରୁ ସ୍ୱିଜରଲାଣ୍ଡର ୟୁରୋ ଏୟାରପୋର୍ଟ ବେସେଲ-ମୁଲହାଉସ-ଫ୍ରିବର୍ଗ (ବିଏସଏଲ)ରେ ଏହାର କ୍ୟାବିନ ପରିବର୍ତ୍ତନ ସହ ଇଣ୍ଟେରିୟର ଅପଗ୍ରେଡ କରାଯାଇଥିଲା । ତେବେ ଏହା ବ୍ୟତୀତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଖରେ ରହିଛି ଆହୁରି ୯ଟି ପ୍ରାଇଭେଟ୍‌ ଜେଟ୍‌ର ଭଣ୍ଡାର ।

ସୂଚନା ମୁତାବକ, ୨୦୨୩ ଏପ୍ରିଲ୍ ୧୩ରୁ ଏହି ଜେଟ ସ୍ୱିସ୍ ସୁବିଧାରେ ଥିଲା । ଭାରତକୁ ଡେଲିଭର ହେବା ପୂର୍ବରୁ ଏହା ବେସେଲ, ଜିନେଭା ଏବଂ ଲଣ୍ଡନ ଲ୍ୟୁଟନ୍ ବିମାନବନ୍ଦର ମଧ୍ୟରେ ୬ଟି ପରୀକ୍ଷଣ ଉଡ଼ାଣ ଶେଷ କରିଥିଲା । ବେସେଲରୁ ଦିଲ୍ଲୀକୁ ଅନ୍ତିମ ଉଡ଼ାଣ ୨୦୨୪ ଅଗଷ୍ଟ ୨୭ରେ ହୋଇଥିଲା । ମୋଟ ୯ ଘଣ୍ଟାରୁ ଅଧିକ ସମୟର ଏହା ଯାତ୍ରା ଥିଲା ଏବଂ ଦୂରତା ଥିଲା ୬,୨୩୪ କିଲୋମିଟର । ବୋଇଙ୍ଗ 737 MAX 9 ଅଗଷ୍ଟ ୨୮ରେ ଦିଲ୍ଲୀରେ ପହଞ୍ଚିଥିଲା । ବର୍ତ୍ତମାନ ଏହି ଜେଟ୍‌ ଦିଲ୍ଲୀ ବିମାନବନ୍ଦରର କାର୍ଗୋ ଟର୍ମିନାଲ ନିକଟସ୍ଥ ଏକ ରକ୍ଷଣାବେକ୍ଷଣା ଆପ୍ରୋନରେ ରହିଛି । କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଖୁବଶୀଘ୍ର ଜେଟ୍‌ ମୁମ୍ବାଇରେ ଥିବା  ରିଲାଏନ୍ସର ମୁଖ୍ୟାଳୟ ଅଭିମୁଖେ ଯିବ। ପ୍ରକାଶ ଥାଉକି, ଦୁନିଆର ସବୁଠାରୁ ମହଙ୍ଗା ଜେଟ୍‌ ମଧ୍ୟରୁ ବୋଇଙ୍ଗ 737 MAX 9 ଅନ୍ୟତମ । ଏହା ଦୁଇଟି CFMI LEAP-1B ଇଞ୍ଜିନ୍ ଦ୍ୱାରା ସଞ୍ଚାଳିତ । ଏହି ଜେଟ୍‌ ଗୋଟିଏ ଯାତ୍ରାରେ ୬,୩୫୫ ସାମୁଦ୍ରିକ ଦୂରତା ଅତିକ୍ରମ କରିପାରିବ । ଜେଟ୍‌ର ବେସ୍‌ ଦାମ୍‌ ରହିଛି ୧୧୮.୫ ମିଲିୟନ ଡଲାର । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.