ଭୁବନେଶ୍ବର,୧୮।୯ : ରାଜ୍ୟ ଗୃହ ବିଭାଗ ପକ୍ଷରୁ ଡିଜିପି ଓ୍ବାଇ ବି ଖୁରାନିଆଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ୨୦୨୬ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଓ୍ବାଇ ବି ଖୁରାନିଆ ରହିବେ ଓଡିଶା ଡିଜିପି। ଗୃହ ବିଭାଗ ପକ୍ଷରୁ ତାଙ୍କ କାର୍ଯ୍ୟକାଳ ୨ ବର୍ଷ ବୃଦ୍ଧି କରାଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୧୬ ତାରିଖରେ ଓ୍ବାଇ .ବି. ଖୁରାନିଆ ଓଡିଶା ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।
୧୯୯୦ ବ୍ୟାଚ ଓଡିଶା କ୍ୟାଡର ଆଇପିଏସ ହେଉଛନ୍ତି ଖୁରାନିଆ। ସେ ନୟାଗଡ, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଏବଂ ଗଞ୍ଜାମ ଜିଲ୍ଲାର ପୋଲିସ ଅଧୀକ୍ଷକ ଭାବେ କାର୍ଯ୍ୟ କରିଥିଲେ। ସେ ନୂଆଦିଲ୍ଲୀ ବିଏସଏଫ ମୁଖ୍ୟାଳୟରେ ସ୍ପେଶାଲ ଡିଜି ( ଅପରେଶନ) ଭାବରେ ମଧ୍ୟ କାର୍ଯ୍ୟରତ ଥିଲେ।