ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଓଡ଼ିଆ ଦାଦନଙ୍କୁ ରାସନ୍‌ କାର୍ଡ ଚିନ୍ତା: ଆଇସ୍କାନ୍‌ ମେସିନ୍‌ ଧରି ସୁରଟମୁହାଁ ଡିଲର୍‌, ଚାନ୍ଦା କରି ଫ୍ଲାଇଟ୍‌ ଟିକେଟ ଦେଉଛନ୍ତି ପ୍ରବାସୀ

ତିହିଡ଼ି,୧୪/୦୯: ତିନିମାସ ତଳେ ଭୋଟ  ଦେବାକୁ ଆସିଥିଲେ । କିଏ ମାସେ ତ କିଏ ୧୫ଦିନ  ଗାଁରେ ରହି ଫେରିଥିଲେ କାମକୁ । ଏବେ ରାସନ  କାର୍ଡ ଇ-କେୱାଇସି ପାଇଁ କାମ ଛାଡ଼ି ଗାଁକୁ ପୁଣି  ଥରେ ଆସିବାକୁ ଅମଙ୍ଗ ବାହାରେ ଖଟୁଥିବା ଓଡ଼ିଆ  ଦାଦନ । ସେଥିପାଇଁ ସେମାନେ ବାହାର କରିଛନ୍ତି  ଉପାୟ । ଗାଁ ଡିଲର୍‌ଙ୍କୁ ପାଖକୁ ଡକାଇଛନ୍ତି । ଡିଲର୍‌ଙ୍କ  ଯିବା-ଆସିବା, ରହିବା-ଖାଇବା ଖର୍ଚ୍ଚ ବହନ କରିବାକୁ ମିଳିମିଶି ଚାନ୍ଦା କରିଛନ୍ତି । ଖାଲି ଏତିକି ନୁହେଁ, ଡିଲର୍‌  ଯେପରି ସୁବିଧାରେ ଆସିବେ ଏବଂ ଫେରିବେ  ସେଥିଲାଗି ଫ୍ଲାଇଟ୍‌ ଟିକେଟ୍‌ ବ୍ୟବସ୍ଥା ମଧ୍ୟ କରିଛନ୍ତି । 

ରାସନ୍‌ କାର୍ଡରୁ ଭୂତ ହିତାଧିକାରୀଙ୍କୁ  ହଟାଇବାକୁ ନୂଆ ସରକାର ନୂଆ ନିୟମ ଆଣିଛନ୍ତି।  ରାସନକାର୍ଡ ତାଲିକାଭୁକ୍ତ ହେବାକୁ ଆଶାୟୀ ପରିବାରର ସବୁ ସଦସ୍ୟଙ୍କ ଆଇସ୍କାନ୍‌ କିମ୍ବା  ଅଙ୍ଗୁଳି ଛାପ ରହିବା ବାଧ୍ୟତାମୂଳକ କରାଯାଇଛି । ଡିଲର୍‌ମାନେ ହିତାଧିକାରୀଙ୍କ ଘରକୁ ଯାଇ କିମ୍ବା  ସେମାନଙ୍କୁ ଡିଲର୍‌ ପଏଣ୍ଟ୍‌କୁ ଡକାଇ ଆଇସ୍କାନ୍‌  କରାଇବେ । ଏହାଦ୍ୱାରା ବର୍ଷ ବର୍ଷ ହେଲା  ହେଉଥିବା ଚାଉଳ ହଡ଼ପକୁ ରୋକାଯାଇପାରିବ ।  ଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ  ସାମିଲ ହେବେ । ଏଭଳି ନିୟମ ପରେ ଯେମିତି  ହେଉ ରାସନ୍‌ କାର୍ଡରେ ନାମ ଅନ୍ତର୍ଭୁକ୍ତ କରିବା  ପାଇଁ ହିତାଧିକାରୀଙ୍କ ମଧ୍ୟରେ ଚାଲିଛି କସରତ ।  ଏଥିପାଇଁ ଡିଲର୍‌ ପଏଣ୍ଟ୍‌ରେ ନାହିଁ ନ ଥିବା ଭିଡ଼  ହେଉଛି । ଲୋକେ ରାତି ଅନିଦ୍ରା ହେଉଛନ୍ତି । ହେଲେ  ପ୍ରବାସୀ ଓଡ଼ିଆଙ୍କ ପାଇଁ ଗାଁକୁ ଆସି ଏତେସବୁ ନିୟମ ପାଳନ କରିବା କାଠିକର ପାଠ ହୋଇଛି ।  

ସମସ୍ୟାର ସମାଧାନ ପାଇଁ ପ୍ରବାସୀ ଓଡ଼ିଆ  ଶ୍ରମିକମାନେ ଏହାର ସମାଧାନର ଉପାୟ ବାହାରି  କରିଛନ୍ତି । ଡିଲର୍‌ଙ୍କୁ ଡାକିବା ପରେ ଏବେ ସେମାନେ ଉଡ଼ାଜାହାଜରେ ଠିକଣା  ସ୍ଥାନକୁ ଗଲେଣି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ସମ୍ପୂର୍ଣ୍ଣ ସତ୍ୟ । ଭଦ୍ରକ ଜିଲ୍ଲାର ୬ରୁ  ଅଧିକ ଡିଲର୍‌ ସୁରଟ, ବେଙ୍ଗାଲୁରୁ ଓ କେରଳ  ଯାଇଛନ୍ତି । ତିହିଡ଼ି ବ୍ଲକ୍‌ରୁ ୩ ଜଣ, ଚାନ୍ଦବାଲିରୁ  ୨ଜଣ ଓ ଭଦ୍ରକ ବ୍ଲକ୍‌ରୁ ଜଣେ ଡିଲର୍‌ ଯାଇଥିବା  ଜଣାପଡ଼ିଛି । ଏହି ଡିଲର୍‌ମାନଙ୍କ ସମସ୍ତ ଯାତ୍ରା  ଖର୍ଚ୍ଚ ଦାଦନ ଶ୍ରମିକମାନେ ବୁଝୁଛନ୍ତି । 

କାରଣ ନିର୍ବାଚନ ବେଳେ ମାସେ ଛୁଟି ନେଇ  ଏହି ଦାଦନମାନେ ଗାଁକୁ ଆସିଥିଲେ ଭୋଟ  ଦେବାକୁ । ଏବେ ସେମାନେ କାମ କରୁଥିବା  ସୂତାକଳ, ରବର କଳ, ଝୋଟକଳ କମ୍ପାନୀ  ମାଲିକ ଛୁଟି ଦେଉନାହାନ୍ତି । ତେଣୁ ରାସନ୍‌ କାର୍ଡ  ପାଇଁ ଆଇସ୍କାନ୍‌ କରିବାକୁ ସେମାନେ ଘରକୁ  ଫେରୁନାହାନ୍ତି । ଗାଁକୁ ଆସିଲେ ଯାତାୟାତ  ଖର୍ଚ୍ଚ ଲାଗିବ । ଦରମା ବି କଟିବ । ତେଣୁ  ନିଜ ଗାଁର ଡିଲର୍‌ଙ୍କୁ ପାଖକୁ ଡକାଉଛନ୍ତି ।  ଏଥିପାଇଁ ମିଳିମିଶି ଚାନ୍ଦା କରି ଡିଲର୍‌ମାନଙ୍କୁ  ଟ୍ରେନ୍‌, ଫ୍ଲାଇଟ୍‌ରେ ନେଇଯାଉଛନ୍ତି ସୁରଟ ।  ମନ୍ତ୍ରୀ କିମ୍ବା ବିଧାୟକଙ୍କୁ ସ୍ୱାଗତ କରିବା ଭଳି  ଡିଲର୍‌ଙ୍କୁ ସମ୍ମାନ ଦେଇଛନ୍ତି । ଏଥିରେ ଡିଲର୍‌  ବି ବେଶ୍‌ ଖୁସ୍‌ ।  

ଭଦ୍ରକ ଜିଲ୍ଲାର ସମ୍ପୃକ୍ତ ରିଟେଲର୍‌ମାନେ  ବେଙ୍ଗାଲୁରୁ, କୋଲକାତା, ସୁରଟ୍‌, ହାଇଦ୍ରାବାଦରେ  ଥିବା ପ୍ରବାସୀଙ୍କ ଇ-କେୱାଇସି କରିବାକୁ ବାହାରି  ଯାଇଥିବା ଜଣାପଡ଼ିଛି । ସାଙ୍ଗରେ ନେଇଛନ୍ତି  ଆଇସ୍କାନ୍‌ ମେସିନ୍‌ । ବିଶେଷ କରି ସୁରଟରେ  ଥିବା ଓଡ଼ିଆ ଶ୍ରମିକଙ୍କ ଇ-କେୱାଇସି କରିବା  ସେମାନଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଏବେ  ସେମାନେ ସୁରଟର ବସ୍ତିରେ ବୁଲିବେ । ଆଶାୟୀଙ୍କ  ଆଇସ୍କାନ୍‌ କରାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.