ଭଦ୍ରକ,୦୨/୦୯: ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଲେ ଦୁର୍ବୃତ । ଦୁଇଟି ଆଲମାରୀ ଭାଙ୍ଗି ୧୨ ଭରି ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଗେଲଟୁଆ ପଞ୍ଚାୟତ ବ୍ରାହ୍ମଣ ସାହିର ମାର୍କଣ୍ଡ ପାଣିଗ୍ରାହୀଙ୍କ ଘରୁ ଏହି ଲୁଟ୍ ହୋଇଛି ।
ସୂଚନା ଅନୁଯାୟୀ, ମାର୍କଣ୍ଡ ପାଣିଗ୍ରାହୀ ତାଙ୍କ ପରିବାର ସହ ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଇଥିଲେ । ସେଠାରୁ ସକାଳ ସମୟରେ ଫେରିଥିଲେ । ଫେରିବା ପରେ ଆଲମାରୀ ଭାଙ୍ଗି ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟ୍ ହୋଇଥିବାର ଦେଖିବାକୁ ପାଇଥିଲେ । ଘରେ ଥିବା ଦୁଇଟି ଆଲମାରୀ ଭାଙ୍ଗି ୧୨ ଭରି ସୁନା ଅଳଙ୍କାର ସହ କିଛି ନଗଦ ଟଙ୍କା ଚୋରି କରି ନେଇଥିଲେ ଲୁଟେରା । ତେବେ ଚୋରମାନେ ଘର ପାଖ ଗଛରେ ଚଢି ସିଡି ଘର ଦେଇ ଘରକୁ ପଶିଥିବାର ଅନୁମାନ କରାଯାଉଛି । ଏନେଇ ପରିବାର ଲୋକେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।