ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ

ତିହିଡ଼ି,୧୨/୦୯: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌  ପାଳିଆ ଅଞ୍ଚଳରେ ଗଣେଶ ମେଢ଼ ଭସାଣି ବେଳେ  ଘଟିଛି ଅଘଟଣ । ସାଇଡ୍‌ ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ୧୫ ଆହତ  ହୋଇଥିବାବେଳେ ୫ ଗୁରୁତର ହୋଇଛନ୍ତି । 

ଭସାଣି ରାସ୍ତାରେ କ୍ଷୀର ଭ୍ୟାନ୍‌ ନେଇ ଆସୁଥିବା ଜଣେ ବ୍ୟକ୍ତି ସାଇଡ୍‌ ମାଗିଥିଲେ । ତେବେ ଡିଜେ ଶବ୍ଦରେ ମସଗୁଲ ଥିବା ଯୁବକମାନେ ତାଙ୍କୁ ସାଇଡ୍‌ ଦେଇ ନ ଥିଲେ । ପରେ ଏହାକୁ  ନେଇ ବଚସା ଓ ଧସ୍ତାଧସ୍ତି ହୋଇଥିଲା । ସାଇଡ୍‌ ମାଗୁଥିବା ବ୍ୟକ୍ତିଙ୍କୁ ଭସାଣିରେ ନାଚୁଥିବା ଯୁବକମାନେ ପିଟିଥିଲେ । ଆହତ ବ୍ୟକ୍ତି ଫୋନ୍‌  ଯୋଗେ ନିଜ ବସ୍ତିର ଲୋକଙ୍କୁ ଘଟଣାସ୍ଥଳକୁ  ଡାକିଥିଲେ । ବସ୍ତିର ଲୋକେ ଆସି କେତେକ  ଯୁବକଙ୍କୁ ପିଟାମରା କରିବା ପରେ ପରିସ୍ଥିତି  ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ପରେ ଏହା  ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଥିଲା । ଆହତମାନଙ୍କୁ ତିହିଡ଼ି ମେଡିକାଲ୍‌ରେ ଭର୍ତ୍ତି  କରାଯାଇଛି । ସେମାନଙ୍କ ମଧ୍ୟରେ ୫ ଜଣ  ଗୁରୁତର ଥିବା ବେଳେ ଦୁଇ ପକ୍ଷର ଦୁଇ  ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।  ଖବର ପାଇ ତିହିଡ଼ି ଥାନାଧିକାରୀ ପ୍ରସନ୍ନ  ନାୟକ ସଦଳବଳେ ଘଟଣାସ୍ଥଳ ପହଞ୍ଚିଥିଲେ। ପୁଲିସ ୪ଜଣଙ୍କୁ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.