ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ହୋଟେଲ ରୁମ୍‌ରେ ଯୁବତୀ ମୃତ୍ୟୁ ଘଟଣା: ଖୋଲୁନି ଖିଅ, ପୁରୁଷ ବନ୍ଧୁଙ୍କୁ ଚାଲିଛି ପଚରାଉଚରା..

ରାଉରକେଲା,୧୫/୦୯: ହୋଟେଲ ରୁମ୍‌ରେ ନିଜ ଦେହରେ କିରାସିନି ଢାଳି ଆତ୍ମହୁତି ଉଦ୍ୟମ କରିଥିବା ଯୁବତୀଙ୍କ ମୃତ୍ୟୁ ଘଟଣାର ଖିଅ ଖୋଜୁଛି ପୁଲିସ୍‌ । ତିନି ଦିନ ହେଲା ପୁରୁଷ ବନ୍ଧୁଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି । କିନ୍ତୁ ସିଦ୍ଧାନ୍ତରେ ପହଞ୍ଚିପାରୁନି । ଦୁହେଁ ହୋଟେଲ  ରୁମ୍‌ରେ ଥିବା ସମୟରେ ସେମାନଙ୍କ ମଧ୍ୟରେ କଣ କଥା ହୋଇଥିଲା? ଗଣ୍ଡଗୋଳ ହୋଇଥିଲା କି? କାହିଁକି  ଯୁବତୀ ଜଣକ ଆତ୍ମହତ୍ୟା କଲେ? ଏମିତି ଅନେକ  ପ୍ରଶ୍ନର ଉତ୍ତର ପୁରୁଷ ବନ୍ଧୁଙ୍କ ପାଖରୁ ଖୋଜୁଛି ପୁଲିସ୍‌ ।  ହେଲେ ତିନି ଦିନ ବିତି ଯାଇଥିଲେ ମଧ୍ୟ ପୁରୁଷ ବନ୍ଧୁ  ମୁହଁ ଖୋଲୁନାହାନ୍ତି । ଯାହା ପୁଲିସ୍‌ର ମୁଣ୍ଡବ୍ୟଥାର  କାରଣ ସାଜିଛି ।  

ଏଠାରେ ସ୍ମରଣଯୋଗ୍ୟ, ମୃତ ଯୁବତୀଙ୍କ ସହ ଛେଣ୍ଡ ଥାନା ଅନ୍ତର୍ଗତ ବନପୋଷରେ ରହୁଥିବା ଅଜୟ ସାଆଙ୍କ ପ୍ରେମ ସମ୍ପର୍କ ଥିଲା । ଗତ ବୁଧବାର ସକାଳେ ଅଜୟ ଏବଂ ଯୁବତୀ  ଜଣକ ହୋଟେଲ ମହାରାଜାକୁ ଯାଇଥିଲେ । ଉଭୟେ ଗୋଟିଏ  ରୁମ୍‌ରେ ରହିଥିଲେ । ରୁମ୍‌ ନେବାର କିଛି ସମୟ ପରେ ଅଜୟ  କୌଣସି ସାମଗ୍ରୀ ନେବା ଲାଗି ବାହାରକୁ ଆସିଥିଲେ । ଏହି  ସମୟରେ ଯୁବତୀ ଜଣକ କିରାସିନି ଢାଳି ହୋଇ ଦେହରେ ନିଆଁ ଲଗାଇ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.