ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ମାଆଙ୍କୁ ଦୁଇ ପୁଅ ଛୁରି ଭୁସି ହତ୍ୟା କରିବା ଘଟଣା: ଫେରାର୍‌ ସାନପୁଅ ଅନୁରାଗ ମହାନ୍ତି ଗିରଫ, ଆଜି ହେବ କୋର୍ଟ ଚାଲାଣ

କଟକ/କଟକସଦର,୧୬/୦୯: ପରିବାରରେ ନାନାଦି ସମସ୍ୟାରୁ  ଅଶାନ୍ତି ଓ ଏହାକୁ ନେଇ ଦୁଇ ପୁଅଙ୍କ ମନରେ ଜୀବନ ପ୍ରତି ଆସିଥିବା ନୈରାଶ୍ୟ ଭାବ ମହାନଦୀ ବିହାରରେ ଘଟିଥିବା  ହତ୍ୟାକାଣ୍ଡ ପଛର ଏକ ପ୍ରମୁଖ କାରଣ ।  ଶନିବାରଠାରୁ କରିଥିବା ତଦନ୍ତ ପରେ ଚାଉଳିଆଗଞ୍ଜ ଥାନା ପୁଲିସ ଏଭଳି  କିଛି ତଥ୍ୟ ସାମ୍ନାକୁ ଆଣିଛି । ତେବେ  ବୃଦ୍ଧା ମାଆଙ୍କୁ ଛୁରି ଭୁସି ହତ୍ୟା କରିବା  ପରଠୁ ଫେରାର୍‌ ଥିବା ସାନ ପୁଅ ଅନୁରାଗ  ମହାନ୍ତିକୁ ଚାଉଳିଆଗଞ୍ଜ ଥାନା ପୁଲିସ ଧରିବାରେ ସଫଳ ହୋଇଛି । ରବିବାର ଦିନ  ତମାମ୍‌ ପୁଲିସ ଅନୁରାଗକୁ ଜେରା କରିବା  ପରେ ଗିରଫ ଦର୍ଶାଇଥିବା ସୂଚନା ମିଳିଛି ।  ସମ୍ଭବତଃ ସୋମବାର ଅନୁରାଗକୁ କୋର୍ଟ ଚାଲାଣ କରାଯାଇପାରେ । 

ଶନିବାର ହତ୍ୟାକାଣ୍ଡ ଭିଆଇବା  ପରେ ପ୍ରଥମେ ସାନ ଓ ପରେ ବଡ଼ ପୁଅ  ଘରୁ ବାହାରକୁ ପଳାଇଥିଲେ । ବଡ଼  ପୁଅ ଅଂଶୁମାନ ପ୍ରଥମେ ରାଜନେତା ସଂଜୟ ଜେନା ଓ ଜଣେ ସୁଇପରକୁ ଚକ୍‌ମା ଦେଇ  ଘରୁ ବାହାରକୁ ପଳାଇଥିଲେ । ମାତ୍ର ସେ କିଛି ଦୂରକୁ ଯାଇ ଏକ  ମଣ୍ଡପ ପାଖରେ ଥିବା ବେଳେ ସଂଜୟ ଓ ପୁଲିସ ସୂଚନା ପାଇ ସେଠାରେ ପହଞ୍ଚି ତାକୁ କାବୁ କରି ନେଇଥିଲେ । ମାତ୍ର ମୃତା  ଅନିମା ମହାନ୍ତି ପଡ଼ିଥିବା ଘରେ ଯାଇ ପୁଲିସ ଖୋଜାଖୋଜି  କଲା ବେଳକୁ ସାନ ପୁଅ ଅନୁରାଗ ନଥିଲା । ସିସିଟିଭି  ଫୁଟେଜ୍‌ ଯାଞ୍ଚ୍‌ କରିବାରୁ ସାନପୁଅ ଘରୁ ବାହାରି ଯାଉଥିବା  ଜଣାପଡ଼ିଥିଲା । ଏହାପରେ ପୁଲିସ ଟିମ୍‌ ତାକୁ ଖୋଜାଖୋଜି  କରିଥିଲେ ବି ସେ ଧରା ପଡ଼ିନଥିଲା । ଶନିବାରଠାରୁ ଦୁଇଟି  ଟିମ୍‌ ତାକୁ ଖୋଜିବା ପାଇଁ ବାହାରକୁ ଯାଇଥିଲା । 

ରବିବାର ସନ୍ଧ୍ୟାରେ ପୁଲିସ ସୂଚନା ଦେଇଥିଲା ଯେ, ଅନୁରାଗକୁ କଟକରୁ  କାବୁ କରାଯାଇଛି । ମାତ୍ର ଅନୁରାଗ ରବିବାର ଅପରାହ୍ନରେ ଥାନାରେ ଆସି ଆତ୍ମସମର୍ପଣ କରିଥିବା ଶୁଣିବାକୁ ମିଳୁଛି ।  ଖୋଦ୍‌ ଥାନା ଅଧିକାରୀ ଅଭିଯୁକ୍ତ ଅନୁରାଗକୁ ଜେରା କରୁଛନ୍ତି ।  ‘ବାପା ବଡ଼ ଚାକିରି କରିଥିଲେ, ମାତ୍ର ଦୁଇ ପୁଅ ଜୀବନରେ  ସଫଳତା ପାଇପାରିଲେ ନାହିଁ । ଅଧାରୁ ଚାକିରି ଛାଡ଼ି ଘରେ  ରହିଲେ । ହଠାତ୍‌ ଭଉଣୀଙ୍କର ମୃତ୍ୟୁ ହେଲା । କରୋନା  ବେଳେ ବାପା ବି ଚାଲିଗଲେ । ଝିଅ ଓ ସ୍ୱାମୀଙ୍କ ମୃତ୍ୟୁ ପରେ  ମା’ ଅନିମାଙ୍କ ମୁଣ୍ଡରେ ସବୁବେଳେ ଚିନ୍ତା ଲାଗି ରହିଥିଲା ।  

ଦୁଇ ପୁଅ ଚାକିରି ନକରି ଘରେ ବସିବାରୁ ମା’ ସହିତ  ପାଟିତୁଣ୍ଡ କରୁଥିଲେ । ଏପରିକି ଘରର ସବୁ ଜିନିଷପତ୍ର  ଧିରେ ଧିରେ ଦୁଇ ପୁଅ ବିକି ଖାଇଲେ । ଏହାକୁ ନେଇ ମାଆ  ସହିତ ଉଭୟଙ୍କର ବାରମ୍ବାର ଗଣ୍ଡଗୋଳ ହୁଏ । ଦୁଇ ପୁଅ  କିଛି କରୁନାହାନ୍ତି ବୋଲି ମା’ ମଧ୍ୟ ଏକାଧିକ ଥର ଆକ୍ଷେପ  କରିଛନ୍ତି । ଏପରିକି ବୟସ ଅତିକ୍ରାନ୍ତ ହେବାକୁ ବସିଲେ ବି  ଦୁଇ ପୁଅ ବାହା ହେଲେନି । ଏହାକୁ ନେଇ ଘରେ ସବୁବେଳେ  ଅଶାନ୍ତି ଲାଗି ରହେ । ସମ୍ପର୍କୀୟ ଓ ପଡ଼ୋଶୀ ମଧ୍ୟ ଟାହିଟାପରା  କରୁଥିଲେ । ଏହି ଅଶାନ୍ତିରୁ ଉଭୟଙ୍କ ମନରେ ନୈରାଶ୍ୟ ଭାବ  ଓ କ୍ରୋଧ ଆସିଲା ଓ ଶେଷରେ ପାରିବାରିକ ତିକ୍ତତା ବଢ଼ିବାରୁ  ଗତକାଲି ଭୋର୍‌ରୁ ଦୁଇ ପୁଅ ହଠାତ୍‌ ରାଗିଯାଇ ମାଆଙ୍କୁ  ଛୁରି ଭୁସି ମାରିଦେଲେ । ଜେରା ପରେ ଆଜି ପ୍ରାଥମିକ ଭାବେ  ପୁଲିସ ହତ୍ୟାକାଣ୍ଡର ଏଭଳି କିଛି ତଥ୍ୟ ପାଇଛି । ତଦନ୍ତ ଶେଷ  ପରେ ସଂପୂର୍ଣ୍ଣ ବିଷୟ ଜଣାପଡ଼ିବ ବୋଲି ପୁଲିସ କହିଛି।

ଅନ୍ୟପଟେ ହତ୍ୟାକାଣ୍ଡ ସ୍ଥଳରୁ ସାଇଣ୍ଟିଫିକ୍‌ ଟିମ୍‌  ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ଯାହା ଅଭିଯୁକ୍ତଙ୍କୁ  ଦୋଷୀ ସାବ୍ୟସ୍ତ କରିବାରେ ଅଧିକ ସହାୟକ ହେବ ବୋଲି  ପୁଲିସ କହିଛି । ତେବେ ଏହି ମାମଲାରେ ଇନ୍‌ଫର୍ମାଣ୍ଟ୍‌  ବା ସୂଚନାକାରୀ ଥିବା ସଂଜୟ ଜେନା ବ୍ୟବଚ୍ଛେଦ ପରେ  ମୃତଦେହକୁ ସତ୍କାର କରିବାରେ ସହଯୋଗ କରିଛନ୍ତି ।  ଅନିମାଙ୍କର ଜଣେ ସମ୍ପର୍କୀୟଙ୍କ ଉପସ୍ଥିତିରେ ଭାଗ୍ୟଧର  ଆଚାର୍ଯ୍ୟ ଓ ତାଙ୍କର ଜଣେ ସହଯୋଗୀ ସତୀଚୌରାଠାରେ  ଶବ ସଂସ୍କାର କରିଥିଲେ ।

ଜଗନ୍ନାଥ ମନ୍ଦିର ଟ୍ରଷ୍ଟକୁ ଦାନ ହୋଇଛି ପ୍ଲଟ୍‌!

ମୃତା ଅନିମା ମହାନ୍ତିଙ୍କ ମହାନଦୀବିହାରରେ ଥିବା ୭୧୪  ନମ୍ବର ପ୍ଲଟ୍‌ଟି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଦାନ ହୋଇଥିବା  ସ୍ଥାନୀୟ ଅଞ୍ଚଳରେ ଶୁଣିବାକୁ ମିଳୁଛି । କିନ୍ତୁ ଏହି ସମ୍ପତ୍ତି  କିଏ ଓ କେବେ ଦାନ କରିଛି ତାହା ଠିକ ଭାବେ କେହି କହି  ପାରୁନାହାନ୍ତି । ଏପରିକି ଦାନର କିଛି ଦସ୍ତାବିଜ୍‌ ମଧ୍ୟ ଉକ୍ତ  ଘରେ ନାହିଁ । ଏନେଇ ପୁଲିସ ଯାଞ୍ଚ୍‌ କରୁଥିବା ସୂଚନା ମଳିଛି । 

ଘର ଖାଲି, ପୁଲିସ ତାଲା ପକାଇଛି 

ବାପା ମରିବା ପରେ ଦୁଇ ପୁଅ ଘରେ ଥିବା ସଞ୍ଚିତ  ଅର୍ଥକୁ ଖର୍ଚ୍ଚ କରି ଚାଲିଲେ । ଆଉ ସଞ୍ଚିତ ଅର୍ଥ ଧିରେ  ଧିରେ ଶେଷ ହେବାକୁ ଲାଗିଲା । ପଇସା ସରିବା ପରେ  ଗହଣା ଗୁଡ଼ିକୁ ଦୁଇ ପୁଅ ବିକ୍ରି କରିଦେଲେ । ପରେ ପରେ  ଘରେ ଥିବା ଆସବାବପତ୍ର ବି ବିକ୍ରି କରି ଖାଇଲେ । ଏବେ  ସେହି ଘରେ କୌଣସି ବଡ଼ ଓ ଭଲ ଆସବାବପତ୍ର ନାହିଁ ।  ଗତକାଲିର ଘଟଣା ପରେ ଉକ୍ତ ଘରେ ଆଉ କେହି ରହିବାକୁ  ନାହିଁ । ଅନିମାଙ୍କ ସତ୍କାର ସରିଛି । ବଡ଼ ପୁଅ ଗତକାଲି ଗିରଫ  ହୋଇଥିଲା । ଫେରାର୍‌ ସାନପୁଅ ଆଜି ଥାନାରେ । ଏଭଳି  ସ୍ଥିତିରେ ସେହି ଘରେ ରହିବାକୁ ଆଉ କେହି ନାହାନ୍ତି । ଘରକୁ  ନେଇ କେହି ସମ୍ପର୍କୀୟ ବି ପୁଲିସକୁ ଯୋଗାଯୋଗ କରି  ନାହାନ୍ତି । ଏଭଳି ସ୍ଥିତିରେ ଘରକୁ ପୁଲିସ ତାଲା ପକାଇ ରଖିଛି ।  

ମାନସିକ ସ୍ଥିତିକୁ ନେଇ ସ୍ପଷ୍ଟତା ନାହିଁ: ପୁଲିସ 

ପଡ଼ୋଶୀମାନେ ଗତକାଲିଠାରୁ କହୁଥିଲେ ଯେ, ଦୁଇ  ପୁଅ ମାନସିକ ରୋଗରେ ପୀଡ଼ିତ । ହେଲେ ଜେରା ବେଳେ  ଦୁଇ ପୁଅ ରୋକ୍‌ଠୋକ୍‌ ଉତ୍ତର ଦେଉଥିବା ପୁଲିସ କହୁଛି ।  ଏପରିକି ଦୁହେଁ କେଉଁ ଡାକ୍ତର ପାଖରେ ଚିକିତ୍ସା ହେଉଥିଲେ  ସେନେଇ ମଧ୍ୟ କୌଣସି ତଥ୍ୟ ପ୍ରମାଣ ପୁଲିସକୁ ମିଳିନି । ତେଣୁ  ଦୁଇ ପୁଅଙ୍କୁ ମାନସିକ ସ୍ଥିତି ଠିକ୍‌ ନଥିବା କଥା କହିବା ଠିକ୍‌  ହେବନି ବୋଲି ପୁଲିସ କହିଛି । ଦୁଇ ପୁଅ କେବଳ ପାରିବାରିକ  ଅଶାନ୍ତି ଦେଇ ଗତି କରୁଥିଲେ ବୋଲି ପୁଲିସ ସୂଚନା ଦେଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.