ପ୍ରମୂଖ ଖବର

ଦୁଇ ପୁରୁଷ ସହଯୋଗୀଙ୍କ ସହ ମିଶି ମା’ର ତଣ୍ଟି ଚିପି ହତ୍ୟା କଲା ଝିଅ

ମୁମ୍ବାଇ: ସଂପତ୍ତି ବିବାଦକୁ ନେଇ ଦୁଇ ପରୁଷ ସହଯୋଗୀଙ୍କ ସହ ମିଶି ନିଜ ଜନ୍ମକଲା ମା’କୁ ମାରିଦେଲା ଝିଅ । ଏଭଳି ଅଭାବନୀୟ ଘଟଣା ନଭି ମୁମ୍ବାଇରେ ଘଟିଥିବା ନେଇ ସୋମବାର ପୋଲିସ ସୂଚନା ଦେଇଛି । ଏହା ପୂର୍ବରୁ ରବିବାର ପୋଲିସ ୨୬ ବର୍ଷୀୟା ଅଭିଯୁକ୍ତ ପ୍ରଣାଳୀ ନାଏକ ଏବଂ ତାର ସହଯୋଗୀ ବିବେକ ଗଣେଶ ପାଟିଲ ଏବଂ ବିଶାଳ ଅମରେଶ ପାଣ୍ଡେଙ୍କୁ ଗିରଫ କରିଛି । 

 ବିବେକ ଏବଂ ବିଶାଳଙ୍କ ବୟସ ୧୯ ବର୍ଷ । ମୃତକ ପ୍ରିୟା ପ୍ରହଲ୍ଲାଦ ନାଏକ ପାନଭେଲରେ ରହୁଥିଲେ । ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ୧୩ରେ  ପ୍ରିୟାଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଥିଲା । ଶବ ବ୍ୟବଚ୍ଛେଦ ହେବା ପରେ ପ୍ରିୟାଙ୍କ ମୃତ୍ୟୁ ହୋଇନାହିଁ ବରଂ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । 

ପୋଲିସ ଛାନଭିନ କରିବା ପରେ ଜଣାପଡ଼ିଲା ଯେ, ପାଟିଲ ଏବଂ ପାଣ୍ଡେ ସହ ମିଶି ପ୍ରଣାଳୀ ତାର ମା’ଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ଅଭିଯୁକ୍ତ ବିରୋଧରେ ୧୦୩(୧) (ହତ୍ୟା), ୬୧(୨) (ଅପରାଧିକ ଷଡ଼ଯନ୍ତ୍ର) ଏବଂ ଭାରତୀୟ ନ୍ୟାୟ ସଂହିତାର ଅନ୍ୟ ଧାରାରେ ପୋଲିସ ମାମଲା ରୁଜୁ କରିଛି । ସେପଟେ ପ୍ରଣାଳୀ ଓ ପ୍ରିୟାଙ୍କ ମଧ୍ୟରେ ସଂପତ୍ତିକୁ ନେଇ ବିବାଦ ଲାଗିରହିଥିଲା ବୋଲି ପୋଲିସ ସ୍ପଷ୍ଟ କରିଛି ।

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.