ପ୍ରମୂଖ ଖବର
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ପୁରୀ ବଳିଆପଣ୍ଡା ବସ୍ତିରେ ବୋମାମାଡ଼, ବାପ-ପୁଅଙ୍କୁ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣିଲା ପଡ଼ୋଶୀ

ପୁରୀ, ୧୭।୯: ପୁରୀ ବଳିଆପଣ୍ଡା ବସ୍ତିରେ ବୋମାମାଡ଼ ଓ ହଣାକଟା । ମଙ୍ଗଳବାର ପୂର୍ବାହ୍ନରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ଏହି ହଣାକଟାରେ ବାପପୁଅ ଗୁରୁତର ଆହତ ହୋଇଛନ୍ତି । ଆହତ ଦୁଇ ଜଣ ବଳିଆପଣ୍ଡା ବିଜୟ ନଗର ବସ୍ତିର ସନ୍ଦୀପ ସାନିଏଲ ଓ ତାଙ୍କ ପୁଅ ମୃତ୍ୟୁଞ୍ଜୟ ସାନିଏଲ ବୋଲି ଜଣାପଡ଼ିଛି । ଉଭୟଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସକାଳ ସାଢ଼େ ୯ଟାରେ ମୃତ୍ୟୁଞ୍ଜୟ ତାଙ୍କ ଟୋଟୋରେ ବସିଥିଲେ । ହଠାତ୍ ତାଙ୍କ ପଡ଼ୋଶୀ ମାନସ ସେନାପତି ୪ଟି ବୋମାମାଡ଼ କରିଥିଲା । 

ପ୍ରଚଣ୍ଡ ଶବ୍ଦରେ ଟୋଟୋର ବ୍ୟାଟେରୀ ଫାଟିଯାଇଥିଲା । ଶବ୍ଦ ଶୁଣି ସନ୍ଦୀପ ଘରୁ ବାହାରି ଆସିଥିଲେ । ଏହି ସମୟରେ ମାନସ ତାଙ୍କୁ ଖଣ୍ଡାରେ ନୃଶଂସ ଭାବେ ହାଣିଥିଲା । ପରେ ସେ ଘଟଣାସ୍ଥଳରୁ ପଳାଇଥିଲା । ସେପଟେ ଟୋଟୋ ପାଖରେ ମୃତ୍ୟୁଞ୍ଜୟ ଗୁରୁତର ଆହତ ଅବସ୍ଥାରେ ପଡ଼ିଥିଲେ । ଉଭୟଙ୍କୁ ପରିବାର ଲୋକେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.