ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ଏନ୍‌ଏଚ୍‌ଆର୍‌ସିରେ ପହଞ୍ଚିଲା ମାମଲା

ଭୁବନେଶ୍ୱର,୧୬/୦୯: ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି)ରେ ପହଞ୍ଚିଛି । ଏହି ସମ୍ବେଦନଶୀଳ  ଘଟଣାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚାପିଦେବାକୁ ଚକ୍ରାନ୍ତ  ଚଳାଇଥିବା ଅଭିଯୋଗ ହୋଇଛି । ଘଟଣାର ନିରପେକ୍ଷ ତଦନ୍ତ  କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହୋଇଛି ।  

ସୂଚନା ଅଧିକାର କର୍ମୀ ଜୟନ୍ତ କୁମାର ଦାସ ଏ ନେଇ  ଏନ୍‌ଏଚ୍‌ଆର୍‌ସିରେ ପିଟିସନ ଦାୟର କରିଛନ୍ତି । ଏଥିରେ  ଉଲ୍ଲେଖ କରିଛନ୍ତି, ଅର୍ଥନୀତି ବିଭାଗର ଜଣେ ବରିଷ୍ଠ ପ୍ରଫେସର  ଉକ୍ତ ବିଭାଗର ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି । ଅଗଷ୍ଟ ୧୬ ତାରିଖରେ ଅପରାହ୍ନ ୨ଟା ବେଳେ ପ୍ରଫେସର ବହି ଆଣିବା ବାହାନାରେ ଛାତ୍ରୀଙ୍କୁ ତାଙ୍କ ପ୍ରକୋଷ୍ଠକୁ ଡାକି ତାଙ୍କୁ  ଅସଦାଚରଣ କରିଥିଲେ । ଛାତ୍ରୀ ଚିତ୍କାର କରି ପ୍ରଫେସରଙ୍କ  କବଳରୁ ବାହାରି ଆସିବା ପାଇଁ ଚେଷ୍ଟା କରିଥିଲେ । ଏ ନେଇ  ଛାତ୍ରୀ ଯୌନ ନିର୍ଯାତନା ସେଲ୍‌କୁ ଲିଖିତ ଅଭିଯୋଗ କରିଛନ୍ତି ।  

ଶ୍ରୀ ଦାସ ଅଭିଯୋଗ କରିଛନ୍ତି, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ  କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଘଟଣାକୁ ଚାପି ଦେବାର ଚକ୍ରାନ୍ତ  ଚଳାଇଛନ୍ତି । ଯୌନ ନିର୍ଯାତନା ସେଲ୍‌ ଘଟଣାର ତଦନ୍ତରେ  ହେଳା କରୁଛି । ପ୍ରଫେସରଙ୍କୁ ସୁରକ୍ଷା ଦେବାକୁ ସବୁ ପ୍ରକାର  ଚେଷ୍ଟା ଚାଲିଛି । ତେଣୁ ଏକ ସ୍ୱତନ୍ତ୍ର କମିଟି ଦ୍ୱାରା ମାମଲାର  ତଦନ୍ତ କରିବାକୁ ସେ ଉଲ୍ଲେଖ କରିଛନ୍ତି । ଏହାସହ ସବୁ  ପ୍ରଫେସରଙ୍କ ପ୍ରକୋଷ୍ଠରେ ସିସିଟିଭି କ୍ୟାମେରା ଲଗାଇବାକୁ  ମଧ୍ୟ ଅନୁରୋଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.