ପ୍ରମୂଖ ଖବର
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ରାଜଧାନୀ ରାସ୍ତାରେ ତାଲିବାନୀ ଆତଙ୍କ ଘଟଣା: ଗିରଫ ହେଲେ ୫, ଏବେ ବି ୫ ଫେରାର, ୩ ଗାଡ଼ି ଜବତ

ଭୁବନେଶ୍ୱର,୧୭/୦୯: ପାକିସ୍ତାନ କି ଆଫଗାନିସ୍ଥାନ ନୁହେଁ । ରାଜଧାନୀ ଭୁବନେଶ୍ୱରର ଜନପଥରେ  କିଛି ସଂଖ୍ୟାଲଘୁ ଯୁବକ ତାଲିବାନୀ ଷ୍ଟାଇଲରେ ବେପରୁଆ ଭାବେ ଗାଡ଼ି ଚଳାଇ ଆତଙ୍କ ସୃଷ୍ଟି କରିଥିଲେ । ଗୋଟିଏ କି ଦୁଇଟି ଗାଡ଼ି ନୁହେଁ,  ଏକାସାଙ୍ଗରେ ୪ଟା ଗାଡ଼ିରେ ସେମାନେ ରାସ୍ତାରେ ବୁଲି ବୁଲି ପାକିସ୍ତାନ ଜିନ୍ଦାବାଦ ଧ୍ୱନି ଦେଇଥିଲେ । ଟ୍ରାଫିକ୍‌ ନିୟମକୁ ତ  ମାନି ନଥିଲେ, ଓଲଟା ଟ୍ରାଫିକ୍‌ ପୁଲିସ୍‌କୁ ଗାଡ଼ି ଚଢ଼ାଇ ମାରି ଦେବାକୁ ଉଦ୍ୟମ  ମଧ୍ୟ କରିଥିଲେ । ଆଶ୍ଚର୍ଯ୍ୟର କଥା, ଏ ସମ୍ପର୍କରେ କମିସନରେଟ୍‌ ପୁଲିସ୍‌  ସୂଚନା ବି ପାଇ ନଥିଲା । ବେପରୁଆ ଗାଡ଼ି ଚାଳନା ଭିଡିଓ  ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌  ହେବା ପରେ ସ୍ପେସାଲ୍‌ ସ୍କ୍ୱାଡ୍‌ ତତ୍ପର  ହୋଇଥିଲା ଏବଂ ଏହି ଯୁବକମାନଙ୍କୁ  ଖୋଜିଥିଲା । ୫ ଜଣଙ୍କୁ ଧରିବା ସହ  ୩ଟି ଗାଡ଼ି ଜବତ କରି ଖାରବେଳନଗର ଥାନାକୁ ହସ୍ତାନ୍ତର କରିଛି । ସେମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ  ବୋଲି ପୁଲିସ୍‌ କହିଛି । ଗିରଫ ୫ ଜଣଙ୍କ  ମଧ୍ୟରେ ୪ ଜଣ ନାବାଳକ ଥିବା ପୁଲିସ୍‌  କହିଛି । ଅନ୍ୟ ୫ ଜଣ ଏକ ଗାଡ଼ିରେ ଫେରାର ହୋଇଯାଇଛନ୍ତି । 

ସୋମବାର ସମୟ ପ୍ରାୟ ସକାଳ ସାଢ଼େ  ୯ଟା ହେବ । ୪ଟି ଗାଡ଼ି ଝାରପଡ଼ା ମସଜିଦ୍‌  ବସ୍ତିରୁ ବାହାରିଥିଲେ । ଗାଡ଼ି ଗୁଡ଼ିକ ହେଲା  ଟାଟା ସଫାରୀ(ଓଆର୧୪ଏକ୍ସ୪୭୨୮),  କ୍ରେଟା(ଓଡି୦୨ ସିଆର ୦୦୯୨),  ଆଇ-୨୦ ଓ ମହେନ୍ଦ୍ର ଏକ୍ସୟୁଭି (ଓଡି୦୨ସିଏମ୍‌୪୬୧୬) ସେଥିରେ ୧୨ରୁ ୧୪ ଜଣ ଥିଲେ । ସନ୍‌ ରୁଫ୍‌ ଓ ଡୋର୍‌ରେ ମୁଣ୍ଡ  ବାହାରକୁ ବାହାର କରି ନିର୍ଦ୍ଦିଷ୍ଟ ପତାକା ଉଡ଼ାଇବା ସହ ପାକିସ୍ତାନ ଜିନ୍ଦାବାଦ ଧ୍ୱନି ଦେଇ ରାସ୍ତାରେ ଆତଙ୍କ ଖେଲାଇଥିଲେ । ଝାରପଡ଼ାରୁ  ଏହି ୪ଟି ଗାଡ଼ି ସତ୍ୟନଗର ବିଗ୍‌ବଜାର ଦେଇ ଜନପଥରେ ପହଞ୍ଚି ବାଣୀବିହାର ଆଡ଼କୁ ଯାଉଥିଲା । ଏମାନଙ୍କ ଆତଙ୍କରେ ରାସ୍ତାରେ  ଯାଉଥିବା ଲୋକ ଭୟଭୀତ ହୋଇପଡ଼ିଥିଲେ । ଯଦି କୌଣସି ଗାଡ଼ି ଏମାନଙ୍କ ସାମ୍ନାକୁ ଚାଲି ଆସୁଥିଲା ସେମାନେ ଅଶ୍ଳୀଳ ଭାଷାରେ ଗାଳି  ବି କରୁଥିଲେ । ଆଶ୍ଚର୍ଯ୍ୟ କଥା, ଏହି ସଂଖ୍ୟାଲଘୁ ନାବାଳକମାନେ ଅଧିକ  ଉତ୍ପାତ କରୁଥିଲେ । ଯଦି କୌଣସି ସ୍ଥାନରେ ଟ୍ରାଫିକ୍‌ ଜାମ୍‌ ରହୁଥିଲା  ସେମାନେ ଫୁଟ୍‌ପାଥରେ ଗାଡ଼ି ଚଢ଼ାଇ ଦେଉଥିଲେ । କାହର ଗାଡ଼ି  ସ୍ପିଡ୍‌ ୬୦ ତ’ ପୁଣି କାହାର ୮୦ ଡେଉଁଥିଲା । ଏ ସବୁ ଦେଖି ବାଟରେ  ଯାଉଥିବା ଲୋକମାନେ ଭିଡିଓ କରିବା ଛଡ଼ା କିଛି ଉପାୟ ପାଉ ନଥିଲେ । 

ସତ୍ୟନଗର ବିଗ୍‌ ବଜାର ଛକ ନିକଟରେ ଟ୍ରାଫିକ୍‌ ପୁଲିସ୍‌କୁ  ଗାଡ଼ି ଚଢ଼ାଇ ମାରି ଦେବାକୁ ଉଦ୍ୟମ କରୁଥିଲେ । ଟ୍ରାଫିକ୍‌  କର୍ମଚାରୀ ଜଣଙ୍କ ଏ ବିଷୟରେ ସେତେବେଳେ ଭିଏଚ୍‌ଏଫ୍‌ରେ  କାହାକୁ ନ ଜଣାଇ ଚୁପ୍‌ ରହିଥିଲେ । ସହିଦନଗର ଆଇଡିବିଆଇ  ଛକରୁ ରୂପାଲି ଛକ ମଧ୍ୟରେ ଏମାନେ ତାଣ୍ଡବ ଚଳାଇଥିଲେ ।  ଅତି ବିପଜ୍ଜନକ ଭାବେ ଗାଡ଼ି ଚଳାଉଥିଲେ । ତା’ପରେ  ବାଣୀବିହାର ଓ ରସୁଲଗଡ଼ ଦେଇ ଝାରପଡ଼ା ଯାଇଥିଲେ ।  

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ଚାରିଆଡ଼େ କ୍ୟାମେରା ଲାଗିଛି ।  ସିସିଟିଭି ଦେଖି ୨୪ ଘଣ୍ଟା ଅନ୍‌ଲାଇନ୍‌ରେ ଜରିମାନା କାଟୁଛି ପୁଲିସ୍‌ । ଏମାନେ ଜନପଥ ଭଳି ଅଞ୍ଚଳରେ ଆତଙ୍କ ଖେଳାଇବା ବେଳେ ପୁଲିସ୍‌  କିଛି ଟେର ପାଇ ନଥିଲା । ବଡ଼ କଥା ହେଲା, ୧୭ ତାରିଖ ସକାଳେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆସୁଛନ୍ତି । ଜନପଥରେ  ଥିବା ହୋଟେଲରେ ବିଭିନ୍ନ ନେତା ମନ୍ତ୍ରୀମାନେ ରହୁଛନ୍ତି । ପୁଲିସ୍‌  ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ୮୧ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ  ସହର ଜଗିଛନ୍ତି । ତିନିଦିନ ହେଲା ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରି ଚାଲିଛି । ସୋମବାର ମଧ୍ୟ କାରକେଡ୍‌ ରିହର୍ସାଲ ହୋଇଥିଲା । ଏହାରି  ଭିତରେ ସୋମବାର ସକାଳ ୯ରୁ ସାଢ଼େ ୯ ଭିତରେ ଏମାନେ ପୁଲିସ୍‌କୁ  ଖୋଲା ଚ୍ୟାଲେଞ୍ଜ କରି ଜନପଥରେ ଆତଙ୍କ ଖେଳାଇଲେ । ଅଥଚ  ଖାରବେଳ ନଗର ଥାନା ପୁଲିସ୍‌ କିଛି ଜାଣି ପାରିଲାନାହିଁ । ପ୍ରଧାନମନ୍ତ୍ରୀଙ୍କ  ଗସ୍ତର ଅବ୍ୟବହିତ ପୂର୍ବରୁ ରାଜଧାନୀ ଜନପଥରେ ଏଭଳି ଆତଙ୍କୀ  କାର୍ଯ୍ୟକଳାପ ପୁଲିସର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।   

ରାଜଧାନୀ ରାସ୍ତାରେ ତାଲିବାନୀ ଷ୍ଟାଇଲରେ ଗାଡ଼ି ଚଳାଇ ଆତଙ୍କ  ଖେଳାଉଥିବା ଏହି ଯୁବକଙ୍କ କାର୍ଯ୍ୟକଳାପର ଭିଡିଓ ଅପରାହ୍ଣରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ଯାହାକି ରାଜ୍ୟରେ  ଚହଳ ପକାଇ ଦେଇଥିଲା । ତାପରେ ଡିଜିପି ୱାଇବି ଖୁରାନିଆ ଏ ବିଷୟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଭୁବନେଶ୍ୱର ଡିସିପି ପ୍ରତୀକ  ସିଂହଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡିସିପିଙ୍କ ସ୍ପେଶାଲ୍‌ ସ୍କ୍ୱାଡ୍‌ ପ୍ରଥମେ ୨ଟି ଗାଡ଼ି ଜବତ କରିବା ସହ ୪ ଜଣଙ୍କୁ ଧରିଥିଲା । ଲକ୍ଷ୍ମୀସାଗର  ଥାନା ପୁଲିସ୍‌ ଆଉ ଏକ କାର୍‌ (ସଫାରୀ) ଗାଡ଼ି ଓ ଫୟାଜ ଖାଁ ନାମକ ଜଣେ ଯୁବକଙ୍କୁ ଧରି ଖାରବେଳ ନଗର ଥାନା ଜିମା ଦେଇଥିଲା । 

ଆଇ-୨୦ କାର୍‌ରେ ଅନ୍ୟ ଯୁବକମାନେ ଫେରାର ହୋଇଯାଇଛନ୍ତି ।  ସେମାନଙ୍କ ଶେଷ ଲୋକେସନ୍‌ ଢେଙ୍କାନାଳ ବୋଲି ପୁଲିସ୍‌ ଜାଣିବାକୁ ପାଇଛି । ସେମାନଙ୍କୁ ଧରିବାକୁ ଏକ ଟିମ୍‌ ଯାଇଛି ।  ଗିରଫ ଅଭିଯୁକ୍ତମାନଙ୍କର ଏଭଳି ଦେଶବିରୋଧୀ ଆଚରଣ  ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣାରେ ଡିସିପି ପ୍ରତୀକ  ସିଂହ କହିଛନ୍ତ, ଯେଉଁମାନେ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରିଛନ୍ତି  ସେମାନଙ୍କ ବିରୋଧରେ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ଫେରାର ଥିବା ଅଭିଯୁକ୍ତମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.