ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୌନ ନିର୍ଯାତନା ! ଅଭିଯୋଗ ଆଣିଲେ ଅର୍ଥନୀତି ବିଭାଗର ଛାତ୍ରୀ

ଭୁବନେଶ୍ୱର,୧୫/୦୯: ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ବିରୋଧରେ  ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ଅର୍ଥନୀତି ବିଭାଗର ଜଣେ ଛାତ୍ରୀ ଏପରି ଅଭିଯୋଗ ଆଣିଛନ୍ତି ।  ଯୌନ ନିର୍ଯାତନା ସେଲ୍‌କୁ ଏନେଇ ଲିଖିତ ଅଭିଯୋଗ  କରିଛନ୍ତି । ଏହା ଅଗଷ୍ଟ ୧୬ ତାରିଖର ଘଟଣା । ହେଲେ  ପୀଡ଼ିତାଙ୍କୁ ଏଯାଏଁ ନ୍ୟାୟ ମିଳିନାହିଁ । କର୍ତ୍ତୃପକ୍ଷ କହୁଛନ୍ତି  ତଦନ୍ତ ଚାଲିଛି, ଖୁବ ଶୀଘ୍ର ରିପୋର୍ଟ ଦିଆଯିବ ।

ଛାତ୍ରୀ  ଜଣଙ୍କ ଯୌନ ନିର୍ଯାତନା ସେଲ୍‌ରେ ଦାଖଲ କରିଥିବା  ଲିଖିତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି, ଗତ ଅଗଷ୍ଟ  ୧୬ ତାରିଖ ଅପରାହ୍ନରେ ବିଭାଗରେ ଥିବା ଅଧ୍ୟାପକଙ୍କ  ଚାମ୍ବରକୁ ଅପରାହ୍ନ ୨ଟାରେ ପାଠ୍ୟପୁସ୍ତକ ଆଣିବା  ପାଇଁ ଯାଇଥିଲେ । ଅଧ୍ୟାପକ ଜଣକ ତାଙ୍କୁ ବସିବା  ପାଇଁ କହିଥିଲେ । ଏହାପରେ ତାଙ୍କ ପାଖକୁ ଆସି  ଅସଦାଚାରଣ କରିଥିଲେ । ଏଥିସହ କହିଥିଲେ ତୁମେ  ଯଦି ମୋତେ ପସନ୍ଦ କରୁଛ ତେବେ ମୋ ପାଖକୁ  ଆସ । ମୁଁ ତୁମର ପାଠପଢ଼ାରେ ସବୁ ପ୍ରକାରର ସାହାଯ୍ୟ  କରିବି । ଯଦି ପସନ୍ଦ କରୁନ ତେବେ ଏ ବିଷୟରେ କାହାକୁ ଜଣାଇବ ନାହିଁ ବୋଲି ଅଧ୍ୟାପକ କହିଥିବା ନେଇ  ଛାତ୍ରୀ ଅଭିଯୋଗ ପତ୍ରରେ ଜଣାଇଛନ୍ତି ।

ଛାତ୍ରୀ ଜଣକ ଉଲ୍ଲେଖ କରିଛନ୍ତି, ଏହି ଘଟଣା  ପରେ ସେ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି । ମା’ ମୋର ବ୍ରେନ୍‌ ଟ୍ୟୁମରରେ ପୀଡ଼ିତ ଥିବା ବେଳେ ଏବେ ସୁସ୍ଥ  ହେଉଛନ୍ତି । ତେଣୁ ଏ ଘଟଣା ବାବଦରେ ଜଣାଇବା  ସମ୍ଭବ ନୁହେଁ । ତେଣୁ ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ  ତାଙ୍କର ଶାରୀରିକ ସୁରକ୍ଷା ଏବଂ ପାଠ୍ୟକ୍ରମଜନିତ  ସୁରକ୍ଷା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ।  ଏଥିସହ ଉଚିତ୍‌ ନ୍ୟାୟ ପ୍ରଦାନ କରିବାକୁ ନିବେଦନ  କରିଛନ୍ତି । ଅନ୍ୟପକ୍ଷରେ ସେଲ୍‌ ପକ୍ଷରୁ କୁହାଯାଇଛି,  ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ମଙ୍ଗଳବାର  ଏ ସଂପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ  ପ୍ରଦାନ କରାଯିବ । ଏନେଇ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ  କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.