ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ, ପ୍ରତାରକ ଯୁବକକୁ ବାନ୍ଧି ଜେଲ୍ ପଠାଇଲା ମହିଳା ଥାନା ପୁଲିସ

ଭୁବନେଶ୍ୱର,୧୬/୦୯: ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶ୍ରୁତି ଦେଲା । ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିଲା। ଯୁବତୀଙ୍କ  ନାଁରେ ଲୋନ୍‌ କରି ଏସି, ଫ୍ରିଜ୍‌, ଟିଭି ଓ ମୋବାଇଲ  ନେଇଗଲା । ଶେଷରେ ଅଧିକ ଟଙ୍କା ଲୋନ୍‌ କରିବାକୁ  ବାଧ୍ୟ କରି ମାଡ଼ ମାରିଲା । ଏଭଳି ଜଣେ ପ୍ରତାରକକୁ  ବାନ୍ଧିଛି ଭୁବନେଶ୍ୱର ମହିଳା ଥାନା ପୁଲିସ । ତାଙ୍କ  ନାମ ସୁଧୀର ବେହୁରା(୨୫) । ଘର କଟକ ନିଆଳି।  ସେ ପୁରୀ ବାଇପାସ୍‌ର ପାଣ୍ଡରାରେ ରହୁଥିଲେ । 

ପୁଲିସ ସୂଚନା ଅନୁଯାୟୀ, ପୀଡ଼ିତା ୨୦୨୨  ମସିହାରେ ସହିଦ ନଗରରେ ଏକ ମଲ୍‌ରେ କାମ  କରୁଥିବା ବେଳେ ସୁଧୀରଙ୍କ ସହ ଭେଟ ହୋଇଥିଲା ।  ପ୍ରଥମ ଦେଖାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ  ଗଢ଼ି ଉଠିଥିଲା । ପରେ ସୁଧୀର ପୀଡ଼ିତାଙ୍କୁ ବିବାହ  କରିବାକୁ ତାଙ୍କ ମା’ଙ୍କୁ ପ୍ରସ୍ତାବ ଦେଇଥିଲେ । ପରେ  ଗତ ଏପ୍ରିଲ ୧ ତାରିଖରୁ ସେ ପୀଡ଼ିତାଙ୍କୁ ବିବାହର  ପ୍ରତିଶ୍ରୁତି ଦେଇ ତାଙ୍କୁ ସାଙ୍ଗରେ ଆଣି ଆସିଥିଲେ । ପାଣ୍ଡରାରେ ଏକ ଘର ଭଡ଼ା ନେଇ ଉଭୟ ପତିପତ୍ନୀର ପରିଚୟ ଦେଇ ରହୁଥିଲେ । ସେଠାରେ ସୁଧୀର  ପୀଡ଼ିତାଙ୍କ ସହ ଇଚ୍ଛା ବିରୋଧରେ ଶାରୀରିକ ସଂପର୍କ  ରଖିଥିଲେ । ଏହାପରେ ସେ ପୀଡ଼ିତାଙ୍କ ନାମରେ  ଲୋନ୍‌ କରି ଏସି, ଫ୍ରିଜ, ଟିଭି ଓ ଦାମୀ ମୋବାଇଲ  ଆଦି ନେଇଥିଲେ । କିଛିଦିନ ପରେ ସେ ପୁଣି ଲୋନ୍‌  କରି ଟଙ୍କା ଆଣିବାକୁ କହିଥିଲେ । ପୀଡ଼ିତା ମନା  କରିବାରୁ ସୁଧୀର ତାଙ୍କୁ ମାଡ଼ ମାରିଥିଲେ। ସୁଧୀର  ଏପରି ଅନେକ ଲୋକଙ୍କ ଠାରୁ ଋଣ କରିଥିବା  ପୀଡ଼ିତା ଜାଣିବାକୁ ପାଇଥିଲେ । ଏ ନେଇ ସୁଧୀରଙ୍କୁ  ସେ ପଚାରିବାରୁ ସୁଧୀର ତାଙ୍କୁ ପୁଣି ମାଡ଼ ମାରିବା  ସହ ତାଙ୍କ ମା’ଙ୍କୁ ମଧ୍ୟ ଗାଳିଗୁଲଜ କରି ମାଡ଼  ମାରିଥିଲେ । ପୀଡ଼ିତା ଏନେଇ ମହିଳା ଥାନାରେ  ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ  କରି ସୁଧୀରଙ୍କୁ ଗିରଫ କରିଥିଲା । ଅପରାହ୍ଣରେ  ସୁଧୀରଙ୍କୁ ଅଦାଲତ ଚାଲାଣ କରାଯାଇଥିଲା । ଜାମିନ  ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ାସ୍ଥିତ ସ୍ୱତନ୍ତ୍ର  କାରାଗାରକୁ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.