ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଆଖି ବୁଜିଲେ ହୋଟେଲ ରୁମ୍‌ରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବତୀ, ପୁରୁଷ ବନ୍ଧୁ ଗିରଫ

ରାଉରକେଲା,୧୪/୦୯: ହୋଟେଲରେ ଆତ୍ମାହୁତି ଉଦ୍ୟମ  କରିଥିବା ଯୁବତୀ ଆଖି ବୁଜିଲେ । ଡାକ୍ତରଖାନାରେ ଚିକିତ୍ସାଧୀନ  ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ଏହି  ଘଟଣାକୁ ଗୁରୁତ୍ୱର ସହ ନେଇଛି ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା  ପୁଲିସ୍‌ । ସାଇଣ୍ଟିଫିକ୍‌ ଟିମ୍‌ ସହ ପୁଲିସ୍‌ ହୋଟେଲ ରୁମ୍‌ରେ ପହଞ୍ଚି  ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତଦନ୍ତ କରିଛି । ହୋଟେଲ ରେଜିଷ୍ଟର ଓ  ସିସିଟିଭି କ୍ୟାମେରା ଯାଞ୍ଚ କରାଯାଇଛି । ଅନ୍ୟପଟେ ହୋଟେଲରେ ଯୁବତୀଙ୍କ ସହ ଥିବା ତାଙ୍କ ପୁରୁଷ  ବନ୍ଧୁ ହିଁ ହତ୍ୟାକାରୀ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।  ପୁଲିସ୍‌ ହତ୍ୟା ମାମଲା ରୁଜୁ କରିଛି ।  ପୁରୁଷ ବନ୍ଧୁ ଅଜୟ  ସାହାଙ୍କୁ ଗିରଫ କରିଛି । ହେଲେ ହୋଟେଲ୍‌  ରୁମ୍‌କୁ କିରାସିନି କେଉଁଠୁ ଆସିଲା, ଯୁବତୀ ଜଣକ କେଉଁ ପରିସ୍ଥିତିରେ  ଆତ୍ମାହୁତି ଉଦ୍ୟମ କଲେ ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଛି ।  

ପୁଲିସ୍‌ ସୂଚନା ଅନୁଯାୟୀ, ଛେଣ୍ଡ ଥାନା ଅନ୍ତର୍ଗତ ବନପୋଷରେ  ରୁହନ୍ତି ଅଜୟ ସା । ପ୍ରାୟ ୩ ବର୍ଷ ତଳେ ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳର ସମ୍ପୃକ୍ତ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ବୁଧବାର  ସକାଳେ ଅଜୟ ଏବଂ ଯୁବତୀ ହୋଟେଲ ମହାରାଜାକୁ ଯାଇଥିଲେ।  ଉଭୟେ ଗୋଟିଏ ରୁମ୍‌ରେ ରହିଥିଲେ । ରୁମ୍‌ ନେବାର କିଛି ସମୟ  ପରେ ଅଜୟ କୌଣସି ସାମଗ୍ରୀ ନେବା ଲାଗି ବାହାରକୁ ଆସିଥିଲେ । ଏହି ସମୟରେ ଯୁବତୀ ଜଣକ କିରାସିନି ଢାଳି ହୋଇ ଦେହରେ ନିଆଁ  ଲଗାଇ ଦେଇଥିଲେ । ଯନ୍ତ୍ରଣା ଅସହ୍ୟ ହେବାରୁ ଛଟପଟ ହୋଇ ରୁମ୍‌ର  କବାଟ ଖୋଲି ବାହାରକୁ ଚାଲି ଆସିଥିଲେ । ଅଜୟ ହୋଟେଲରେ  ପହଞ୍ଚିବା ବେଳକୁ ପ୍ରେମିକା ଜଳୁଥିଲେ । ହୋଟେଲ କର୍ମଚାରୀଙ୍କ  ସହାୟତାରେ ତାଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ  ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା ।  ପ୍ରେମିକଙ୍କ ସହ ମନୋମାଳିନ୍ୟରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା  ପୁଲିସ୍‌ ସନ୍ଦେହ କରୁଛି । ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ  ବୋଲି ଜୋନାଲ ଡିଏସ୍‌ପି ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.