ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଶାଶୁଘରୁ ନିର୍ଯାତନା ସହି ନପାରି ଚାଲି ଆସିଲେ, ସହାୟତା ମାଗି ଦୁଷ୍କର୍ମର ଶିକାର ହେଲେ ମହିଳା

ଭଦ୍ରକ, ୦୩/୦୯ : ଶାଶୁଘରୁ ନିର୍ଯାତନା ସହି ନପାରି ଚାଲି ଆସିଲେ। ଭାବିଥିଲେ କାମଧନ୍ଦା କରି ନିଜ ପେଟ ପୋଷିବେ। ହେଲେ ଯାହାକୁ ଭରସା କରି ସହାୟତା ମାଗିଲେ ସିଏ ହିଁ ସାହାଯ୍ୟ କରିବା ବଦଳରେ ଦୁଷ୍କର୍ମ କଲା। ଏଭଳି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରାଞ୍ଚଳ ଥାନା ଅଞ୍ଚଳରେ। 

ସୂଚନାନୁଯାୟୀ, ଯାଜପୁର ଅଞ୍ଚଳର ଜୈନେକ ମହିଳା କିଛିମାସ ତଳେ ଶାଶୁଘରେ ନିର୍ଯାତନା ସହିନପାରି ଭଦ୍ରକ ଚାଲିଆସିଥିଲେ। ମହିଳା ଜଣକ କେତେବେଳେ ମେଡିକାଲ ବାରଣ୍ଡା ତ କେତେବେଳେ ବସଷ୍ଟାଣ୍ଡ ଆଶ୍ରୟସ୍ଥଳୀରେ ରହୁଥିଲେ। ଗତ ଶନିବାର ବିଳମ୍ବିତ ରାତିରେ ମହିଳା ଜଣକ ବସଷ୍ଟାଣ୍ଡର ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିଲେ। ଏତିକି ବେଳେ ସ୍ଥାନୀୟ ଗଙ୍ଗାଧର ଦାସ ନାମକ ଜଣେ ଯୁବକ ମହିଳାଙ୍କୁ ଘର ଯୋଗାଇ ଦେବାକୁ କହି ତାଙ୍କ ସାଙ୍ଗରେ ଯିବାକୁ କହିଥିଲେ। ମହିଳା ଜଣକ ରାଜି ନହେବାରୁ ବସଷ୍ଟାଣ୍ଡରେ ମଦୁଆ ଓ ନିଶାଡୀଙ୍କ ପାଦୁର୍ଭାବ କହି ଯୁବକ ଜଣକ ମହିଳାଙ୍କୁ ଡରାଇଥିଲେ। ଫଳରେ ମହିଳା ଜଣକ ଭୟରେ ସେହି ଯୁବକଙ୍କ ସାଙ୍ଗରେ ଆସିଥିଲେ।

ଯୁବକ ଜଣକ ମହିଳାଙ୍କ ଅସହାୟତାର ସୁଯୋଗ ନେଇ ଭଡା ଘରକୁ ନେବା ବଦଳରେ ଏକ ନିରୋଳା ଗୃହକୁ ନେଇଥିଲେ। ସେଠାରେ କେହି ନଥିବାରୁ ମହିଳାଙ୍କ ସନ୍ଦେହ ହୋଇଥିଲା। ସେ ପାଟି କରିବାରୁ ଯୁବକ ଜଣକ ଭିତର ପଟୁ କବାଟ କିଳି ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିଲେ। କିଛି ସମୟ ପରେ ମହିଳାଙ୍କର ଚେତା ଚାଲିଯାଇଥିଲା। ଆଉ ଚେତା ଫେରିବା ପରେ ମହିଳା ଜଣକ ସକାଳୁ ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କହିଥିଲେ। ପୋଲିସ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତି କରିଥିଲା। ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ତେବେ ଜଣେ ଅସହାୟ ମହିଳାଙ୍କୁ ସାହାଯ୍ୟ କରିବାକୁ କହି ଅସଦାଚରଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.