ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ୱାର୍ଲଡ ସ୍କିଲ୍ସ ପ୍ରତିଯୋଗିତାରେ ଓଡ଼ିଶାକୁ ୨ ପଦକ, ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଫ୍ରାନ୍ସର ଲିୟନରେ ଆୟୋଜିତ ୪୭ତମ  ଓ୍ବାର୍ଲଡ୍‌ ସ୍କିଲ୍ସ ପ୍ରତିଯୋଗିତାରେ ଓଡ଼ିଆ ପୁଅଙ୍କ କମାଲ । ଅମରେଶ କୁମାର ସାହୁ ଏବଂ ଗେଡେଲା ଅଖିଲ ପଦକ ହାସଲ କରିଛନ୍ତି । ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ନିଜର ପ୍ରତିଭା ପ୍ରତିପାଦିତ କରି ଅମରେଶ କୁମାର ବ୍ରୋଞ୍ଜ ପଦକ ଜିଣିଥିବା ବେଳେ ଗେଡେଲା ଅଖିଲ ୱାଟର ଟେକ୍ନୋଲୋଜିରେ ଉତ୍କର୍ଷତା ପାଇଁ ପଦକ ଅର୍ଜନ କରିଛନ୍ତି । ବିଶ୍ୱ ସ୍ତରରେ ଓଡିଶାକୁ ଗର୍ବିତ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ  କହିଛନ୍ତି ‘ୱାର୍ଲଡ୍‌ ସ୍କିଲ୍ସ ପ୍ରତିଯୋଗିତାରେ ଆମ ରାଜ୍ୟର ପ୍ରତିଭା ଅଂଶଗ୍ରହଣ କରି ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି । ସେମାନଙ୍କର ଏହି ସଫଳତା ରାଜ୍ୟର ଯୁବ ପ୍ରତିଭାଙ୍କୁ ବିଶ୍ବସ୍ତରରେ ପହଞ୍ଚାଇବା ଲାଗି ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାକୁ ଦର୍ଶାଉଛି ।’ ଏହା ସହ ମୁଖ୍ୟମନ୍ତ୍ରୀ, ଅମରେଶ କୁମାର ସାହୁ ଏବଂ ଗେଡେଲା ଅଖିଲଙ୍କ ସମେତ ସେମାନଙ୍କୁ ପ୍ରଶିକ୍ଷଣ ଦେଇଥିବା ସଂସ୍ଥାକୁ ବି ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାକୁ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ଲିଡର କରାଇବା ଲାଗି  ସିଟିଟିସି ଏବଂ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ସଠିକ ମାର୍ଗରେ ଯାତ୍ରା ଜାରି ରଖିଛି । ଏହି ବିଜୟ ଅଗଣିତ ଆଶାୟୀଙ୍କୁ ବିଶ୍ବସ୍ତରରେ କମାଲ ପ୍ରଦର୍ଶନ କରିବାକୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । 

ଦେବଗଡ଼ର ବାସିନ୍ଦା ଅମରେଶ କୁମାର ସାହୁ ବର୍ତ୍ତମାନ ଭୁବନେଶ୍ବରର ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର୍ (CTTC)ରେ ‘ମେକାଟ୍ରୋନିକ୍ସ’ରେ ଡିପ୍ଲୋମା କରୁଛନ୍ତି । ସେହିଭଳି ଗେଡେଲା ଅଖିଲ ସିଭି ରମଣ ଗ୍ଲୋବାଲ ୟୁନିଭରସିଟିରେ ସିଭିଲ ଇଞ୍ଜିନିୟରିଂରେ ବିଟେକ୍‌ କରୁଛନ୍ତି । ବିଶ୍ବ ଦକ୍ଷତା ପ୍ରତିଯୋଗିତା ଦୁନିଆର ସବୁଠାରୁ ବଡ଼ ପ୍ରତିଭା ସନ୍ଧାନ କାର୍ଯ୍ୟକ୍ରମ । ଏଥିରେ ୮୦ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରନ୍ତି । ଏହି କାର୍ଯ୍ୟକ୍ରମରେ ନିର୍ମାଣ, ପ୍ରଯୁକ୍ତିବିଦ୍ୟା ଏବଂ ସେବା ଭଳି ବିଭିନ୍ନ କ୍ଷେତ୍ରରେ ପ୍ରତିଭା ପ୍ରଷ୍ଫୁଟିତ କରିବାକୁ ସୁଯୋଗ ମିଳେ । ଏଥର ୱାର୍ଲଡ୍‌ ସ୍କିଲ୍ସ ପ୍ରତିଯୋଗିତା ଲାଗି ଭାରତରୁ ଯାଇଥିବା ମୋଟ ୬୦ ପ୍ରତିଯୋଗୀଙ୍କ ମଧ୍ୟରୁ ଓଡ଼ିଶାରୁ ୧୫ ଜଣ ନିଜର ଦକ୍ଷତା ଦେଖାଇବାକୁ ସୁଯୋଗ ପାଇଥିଲେ । 

  • odisha
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.