ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ନୀରବତା ପରେ ନବୀନଙ୍କ ସଙ୍ଗଠନ ମଜଭୁତ ପାଗଭିଡ଼ା: ଅକ୍ଟୋବରରେ ଜନସମ୍ପର୍କ ପଦଯାତ୍ରା, ନଭେମ୍ବରରୁ ବୁଲିବେ

ଭୁବନେଶ୍ୱର,୧୪/୦୯: ମମତା  ମହାନ୍ତ ପରେ ସୁଜିତ କୁମାର । ଲଗାତାର  ଦୁଇ ନେତା ବିଜେଡି ଛାଡ଼ିଲେ । କେବଳ  ଦୁଇ ନେତା ଦଳ ଛାଡ଼ିଲେନି, ରାଜ୍ୟସଭାରେ  ବିଜେଡିର ସଂଖ୍ୟା ଆହୁରି ୨ କମିଗଲା ।  ଦଳର ଏଭଳି ସଙ୍କଟ ସମୟରେ ନିଜେ  ମୁଖିଆ ଅଣ୍ଟା ଭିଡ଼ିଲେଣି ସ୍ଥିତି ସମ୍ଭାଳିବାକୁ ।  ନବୀନ ଏବେ ନିୟମିତ ନିର୍ବାଚନମଣ୍ଡଳୀ  ଓ ଜିଲ୍ଲା ସଂଗଠନର ସ୍ଥିତି ସମୀକ୍ଷା  ଚଳାଇଛନ୍ତି । ଆଗକୁ ରାଜ୍ୟତମାମ  ଗସ୍ତ ପାଇଁ ବ୍ଲୁ ପ୍ରିଣ୍ଟ ବି ପ୍ରସ୍ତୁତି ଚଳାଇଛନ୍ତି । ସେତିକି ନୁହେଁ,  ବେଶ୍‌ କିଛି ଦିନର ନୀରବତା ପରେ ନବୀନ ଏବେ ସିଧା  ବିଜେପି ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି ।  

ଶୁକ୍ରବାର ନବୀନ ନିବାସରେ ଜଗତସିଂହପୁର ଜିଲ୍ଲା  ଉପରେ ଚାଲିଲା ମାନସ ମନ୍ଥନ । ନିଜେ ବିଜେଡି ସଭାପତି  ନବୀନ ପଟ୍ଟନାୟକ ବସି ଦଳର ବରିଷ୍ଠ ନେତା, ବିଧାୟକ ଓ  ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ ଓ ପର୍ଯ୍ୟବେକ୍ଷକଙ୍କ ସହ  ଲମ୍ବା ଆଲୋଚନା କଲେ । ବୁଝିଲେ ସଂଗଠନର ସ୍ଥିତି । ପୁଣି ଥରେ  ସକ୍ରିୟ ହୋଇ ଲାଗି ପଡ଼ିବାକୁ ପରାମର୍ଶ ଦେଲେ । ଢେଙ୍କାନାଳର  ହିନ୍ଦୋଳ ଓ ଭୁବନ ନେଇ ବି ବୈଠକ କରିଛନ୍ତି ନବୀନ ।   

ଦିନକ ପୂର୍ବରୁ ନବୀନ ନିବାସରେ ପୁରୀ ଜିଲ୍ଲାର ବିଭିନ୍ନ  ନିର୍ବାଚନମଣ୍ଡଳୀ ନେଇ ସ୍ଥିତି ସମୀକ୍ଷା କରିଥିଲେ ନବୀନ । ବ୍ରହ୍ମଗିରି  ଓ ସତ୍ୟବାଦୀ ନିର୍ବାଚନମଣ୍ଡଳୀକୁ ନେଇ ଦେଖା ଦେଇଥିବା ବିବାଦର  ସମାଧାନ ସୂତ୍ର ବି ବାହାର କଲେ । ବିଶ୍ୱସ୍ତ ସୂତ୍ର ଅନୁସାରେ  ନବୀନଙ୍କ ନିର୍ଦ୍ଦେଶ କ୍ରମେ ପୁଣି ଥରେ ବ୍ରହ୍ମଗିରିକୁ ଫେରିଛନ୍ତି  ସଞ୍ଜୟ ଦାସବର୍ମା । ସେହିପରି ପୁନର୍ବାର ସତ୍ୟବାଦୀ ଦାୟିତ୍ୱ ଉମା  ସାମନ୍ତରାୟଙ୍କ କାନ୍ଧରେ ଦିଆଯାଇଛି । ନିର୍ବାଚନବେଳେ ଉଭୟ  ଆସନରେ ପ୍ରାର୍ଥୀ ବଦଳାଇଥିଲା ବିଜେଡି । ସଞ୍ଜୟ ବ୍ରହ୍ମଗିରିରୁ  ଯାଇଥିଲେ ସତ୍ୟବାଦୀ ଓ ଉମା ସତ୍ୟବାଦୀରୁ ବ୍ରହ୍ମଗିରି ଯାଇ  ନିର୍ବାଚନ ଲଢ଼ିଥିଲେ । ମାତ୍ର ସ୍ଥିତି ଏମିତି ହେଲା, ଉଭୟ  ଆସନରେ ବିଜେଡି ହାରିଲା । ଉଭୟ ସଞ୍ଜୟ ଓ ଉମାଙ୍କ ଶିବିର  ଭିତରେ ବଢ଼ୁଥିବା ବିବାଦର ସମାଧାନ ବାଟ ବାହାର କରିଛନ୍ତି ।  

ଏଭଳି ପ୍ରତିଟି ନିର୍ବାଚନମଣ୍ଡଳୀର  ସ୍ଥିତି ଓ ସମସ୍ୟା ବୁଝି ନବୀନ ସମାଧାନ  କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଏଇ କିଛି ଦିନ  ଭିତରେ ବିଜେଡିର ତିନି ଛାମୁଆ ସଂଗଠନର  ପୃଥକ ପୃଥକ ରାଜ୍ୟ ସମ୍ମିଳନୀ ଡାକିଥିଲେ  ନବୀନ । ଛାତ୍ର, ମହିଳା ଓ ଯୁବ କର୍ମକର୍ତ୍ତାଙ୍କ  ରାଜ୍ୟ ସମ୍ମିଳନୀ କରି ନବୀନ ସଭିଙ୍କ ଭିତରେ  ଉତ୍ସାହ ଭରିବା ସହ ଆଗାମୀ ଦିନ ପାଇଁ  ରଣନୀତି ପ୍ରସ୍ତୁତ କରିଛନ୍ତି । ଏବେ ନବୀନ  ନିଜେ ସାମ୍ନାକୁ ଆସି ବିଜେପି ସରକାରଙ୍କୁ କଡ଼ା  ଆକ୍ରମଣ କରିବା ଆରମ୍ଭ କରିଛନ୍ତି । ସୁଭଦ୍ରା ହେଉ କି ରେଭେନ୍ସା  ପ୍ରସଙ୍ଗ ସବୁ ପ୍ରସଙ୍ଗରେ ଏବେ ନବୀନ ଖୋଲା ଆକ୍ରମଣ କଲେଣି ।   

ବିଜେଡି ସୂତ୍ର ଅନୁସାରେ ଚଳିତ ସେପ୍ଟେମ୍ବର ମାସ  ଭିତରେ ନବୀନ ସମସ୍ତ ଜିଲ୍ଲା ଓ ନିର୍ବାଚନମଣ୍ଡଳୀର ସ୍ଥିତି  ପରଖିବା ସହ ରଣନୀତି କରିବେ । ଅକ୍ଟୋବର ୨ରୁ ବିଜେଡି  ଆରମ୍ଭ କରିବ ଜନସମ୍ପର୍କ ପଦଯାତ୍ରା । ସେଥିରେ ବି ନବୀନ  ସାମିଲ ହେବେ । ଦଶହରା ପରେ ନଭେମ୍ବର ମାସରୁ ନବୀନ  ସାରା ରାଜ୍ୟ ବୁଲିବେ । ପ୍ରତି ନିର୍ବାଚନମଣ୍ଡଳୀର ସ୍ଥିତି ତୃଣମୂଳ  ସ୍ତରରୁ ପରଖିବେ । ବର୍ତ୍ତମାନ ରାଜ୍ୟ ସମନ୍ୱୟ କମିଟି ଦଳର  ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରୁଛି । ଜନସମ୍ପର୍କ ଯାତ୍ରା ପରେ  ଦଳର ନୂଆ ରାଜ୍ୟ ସାଂଗଠନିକ ଟିମ୍‌ ଘୋଷଣା ହେବ । ତା’ପରେ  ଜିଲ୍ଲା ସ୍ତରୀୟ କମିଟି ଓ ଛାମୁଆ ସଂଗଠନରେ ପରିବର୍ତ୍ତନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.