କଟକ, ୧୮/୦୯ : କାଠଯୋଡ଼ି ନଦୀପଠାରୁ କୁମ୍ଭୀର ଛୁଆ ଉଦ୍ଧାର। କଟକ ସିଡିଏ ୧୧ ନମ୍ଵର ନିକଟ ନଦୀପଠାରୁ ୨ ଫୁଟ ଲମ୍ଵର ଏକ ୪ ମାସର କୁମ୍ଭୀର ଛୁଆ ଉଦ୍ଧାର ହୋଇଛି। କଟକ ସିଟି ଫରେଷ୍ଟ ଡିଭିଜନ କର୍ମଚାରୀ ଓ ନନ୍ଦନକାନନ ବିଶେଷଜ୍ଞଙ୍କ ଉପସ୍ଥିତିରେ ଉଦ୍ଧାର କରାଯାଇଥିବା ରେଞ୍ଜ ଅଫିସର ରଶ୍ମିରେଖା ପରିଡା ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ଏହି କୁମ୍ଭୀର ଛୁଆଟି ଘଡ଼ିଆଳ ପ୍ରଜାତିର ହୋଇଥିବା ଜଣାପଡ଼ିଛି। ବନ ବିଭାଗ ତାକୁ ସିଟି ଫରେଷ୍ଟ ରେଞ୍ଜ୍ ଅଫିସକୁ ଆଣିଛି। କୁମ୍ଭୀର ଛୁଆର ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ୍ କରାଯାଇଛି। ତାର ସ୍ଵାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି। ତେବେ କୁମ୍ଭୀର ଛୁଆକୁ କେଉଁଠାରେ ଛଡ଼ାଯିବ ସେନେଇ ବନ ବିଭାଗ ନିଷ୍ପତ୍ତି ନେବ।