ପ୍ରମୂଖ ଖବର
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅଚଳାବସ୍ଥା, ପାଣି ପାଇଁ ହାହାକାର ଜନତା

ଚନ୍ଦ୍ରଶେଖରପୁର,୧୭/୦୯: ଦୁଇଦିନ ହେବ ଟୋପାଏ ପାଣି ଆସୁନି । ଗାଧୁଆ ପାଧୁଆ ନାହିଁ । ଏମିତିକି  ପିଇବା ପାଇଁ ପାଣି ବି ଟୋପାଏ ନାହିଁ । ଲୋକମାନେ ଡହଳବିକଳ  ହେଉଛନ୍ତି । ଚନ୍ଦ୍ରଶେଖରପୁର ଅଞ୍ଚଳର  ବିଭିନ୍ନ କଲୋନୀ ଓ ବସ୍ତିରେ ଏହି  ସମସ୍ୟା ଦେଖିବାକୁ ମିଳିଛି । ଏନେଇ  ଲୋକେ ୱାଟକୋ ନିକଟରେ ଅଭିଯୋଗ  କରିଥିଲେ ମଧ୍ୟ ପାଇପ ଫାଟି ଯିବାର  ବାହାନା କରି ଚୁପ୍‌ ରହିଛନ୍ତି ବିଭାଗୀୟ କର୍ମଚାରୀ । ରବିବାର ସକାଳଠୁ ନୀଳାଦ୍ରି  ବିହାର, ହାଉସିଂବାର୍ଡ କଲୋନୀ, ବିଡ଼ିଏ  କଲୋନୀ, ମୈତ୍ରୀ ବିହାର, ସାଲିଆ  ସାହି ଆଦି ଅଞ୍ଚଳରେ ପାଣି ଆସିନାହିଁ । ଲୋକମାନେ ନାହଁ ନଥିବା ଅସୁବିଧାର  ସମ୍ମୁଖୀନ ହୋଇଛନ୍ତି । ବିଶେଷକରି  ଅଧିକ ଦୁର୍ଦ୍ଦଶା ଭାଗୁଛନ୍ତି ବସ୍ତି ବାସିନ୍ଦା ।  କିଛି ବସ୍ତିକୁ ଟ୍ୟାଙ୍କରରେ ଜଳ ଯୋଗାଣ  କରାଯାଇଥିଲା । ମାତ୍ର ତାହା ସମୁଦ୍ରକୁ  ଶଙ୍ଖେ । କଲୋନୀ ଲୋକଙ୍କ ଘରେ ଯେଉଁ  ସମ୍ପ ରହିଛି, ସେଥିରୁ ମଧ୍ୟ ପାଣି ଶେଷ  ହୋଇଗଲାଣି ।  

ବସ୍ତିର ଲକ୍ଷ୍ମୀଧର ସାହୁ କହିଛନ୍ତି  କଲୋନୀ ଲୋକଙ୍କ ଘରେ ସମ୍ପ, ପାଣି  ଟାଙ୍କି ଅଛି । ସେମାନେ ଦିନେ ଦୁଇଦିନ  ଚଳିଯିବେ । ହେଲେ ଆମର କେବଳ ୨  ଶହ ଲିଟର ପ୍ଲାଷ୍ଟିକ ପାଣି ଡ୍ରମ ହିଁ ସାହା  ଭରଷା । ତାହା ମାତ୍ର କେଇ ଘଣ୍ଟାରେ  ଶେଷ ହୋଇଗଲା । ପିଇବା ପାଇଁ ପାଣି  ଟୋପାଏ ନାହିଁ । ଅଭିଯୋଗ କଲେ କେହି  ଶୁଣୁ ନାହାଁନ୍ତି ।  

ସେହିପରି ନୀଳାଦ୍ରି ବିହାର ସେକ୍ଟର  ୨ କଲୋନୀ ବାସିନ୍ଦା ଶୁଭଶ୍ରୀ ଦାସ  କହିଛନ୍ତି ପାଣି ବୋହି ବୋହି ଦେହ ହାତ  ଦରଜ ହୋଇଗଲାଣି । ଏନେଇ ଯନ୍ତ୍ରୀଙ୍କ  ସହିତ ଯୋଗାଯାଗ କରାଯାଇଥିଲେ ମଧ୍ୟ  ସେ ଫୋନ ଉଠାଉ ନାହାନ୍ତି । ଅନ୍ୟ ଜଣେ  କର୍ମଚାରୀ କହିଛନ୍ତି, ମୁଖ୍ୟ ପାଇପ ଫାଟି  ଯାଇଥିବାରୁ ଏଭଳି ସମସ୍ୟା ହୋଇଛି ।  କାମ ଚାଲିଛି ତୁରନ୍ତ ଏହାର ସମାଧାନ  ହୋଇଯିବ । ସୂଚନାଯୋଗ୍ୟ ୨ ମାସ  ତଳେ ପାଣି ପାଇପ୍‌ ଫାଟିଯିବା ଯୋଗୁ  ୩ ଦିନ ସାଲିଆ ସାହି, ମୈତ୍ରୀ ବିହାରକୁ  ଜଳ ଯୋଗାଣ ବନ୍ଦଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.