ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ବହୁଚର୍ଚ୍ଚିତ ଆଳି ଅର୍ଜୁନ ରାଉତ ହତ୍ୟାକାଣ୍ଡ ମାମଲା, ୩ ଜଣଙ୍କୁ ଆଜୀବନ ଜେଲ୍‌

କେନ୍ଦ୍ରାପଡ଼ା,୧୯/୦୯: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ବଡିହ ଅଞ୍ଚଳର ବହୁଚର୍ଚ୍ଚିତ ଅର୍ଜୁନ ରାଉତ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । କେନ୍ଦ୍ରାପଡ଼ା  ଜିଲ୍ଲା ଓ ଦୌରା ଜଜ୍‌ ବିଶ୍ୱଜିତ ମହାନ୍ତି ମାମଲାର ବିଚାର କରି ସାକ୍ଷ୍ୟପ୍ରମାଣ ଆଧାରରେ ୩ ଅଭିଯୁକ୍ତ  ସୁକାନ୍ତ ବାରିକ, ପଞ୍ଚାନନ ଦାସ ଓ ଜୟରାମ ବାରିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସମସ୍ତ ଆସାମୀଙ୍କୁ  ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ  ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା  କରିଛନ୍ତି କୋର୍ଟ । ଜରିମାନା ଅନାଦାୟ ଆସାମୀମାନଙ୍କୁ  ଅତିରିକ୍ତ ୬ ମାସ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ  କରାଯିବ । 

୨୦୧୪ ଏପ୍ରିଲ ୧୮ ରାତି ପ୍ରାୟ ୮ଟା ବେଳେ  ବଡିହ ଗ୍ରାମର ଅର୍ଜୁନ ରାଉତ ଓ ତାଙ୍କ ପୁଅ ପ୍ରତାପ  ରାଉତ ତରୁଣ ଜେନା ନାମକ ସମ୍ପର୍କୀୟ ଯୁବକଙ୍କୁ  ଘରେ ଛାଡ଼ିବା ପାଇଁ ଯାଉଥିଲେ । ବାଟରେ ବଡିହ  ଗ୍ରାମର ସୁକାନ୍ତ ବାରିକ, ପଞ୍ଚାନନ ଦାସ ଓ ମହୁଲିଆ  ଗ୍ରାମର ଜୟରାମ ବାରିକ ଅତର୍କିତ ଭାବେ ଅର୍ଜୁନଙ୍କୁ  ଆକ୍ରମଣ କରିଥିଲେ । ତରୁଣ ଓ ପ୍ରତାପ ସେଠାରୁ  କୌଣସିମତେ ଖସିଯାଇ ଗ୍ରାମବାସୀଙ୍କୁ ଘଟଣା  ସମ୍ପର୍କରେ ଜଣାଇଥିଲେ । ଅର୍ଜୁନଙ୍କୁ ବଞ୍ଚାଇବା  ପାଇଁ ବାବାଜୀ ବାରିକ, ରବୀନ୍ଦ୍ର ଜେନା, ରାକେଶ  ରାଉତ, ଭୀମସେନ୍‌ ରାଉତ ପ୍ରମୁଖ ଘଟଣାସ୍ଥଳରେ  ପହଞ୍ଚିଥିଲେ ହେଁ ସେମାନେ ମଧ୍ୟ ଆକ୍ରମଣରୁ ବର୍ତ୍ତି  ନଥିଲେ । ଆହତମାନଙ୍କୁ ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ  ମଧ୍ୟରୁ ଅର୍ଜୁନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ  ତାଙ୍କୁ ଆଳିରୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କୁ କେନ୍ଦ୍ରାପଡ଼ା  ଅଣାଯାଉଥିବା ବେଳେ ବାଟରେ ତାଙ୍କର ପ୍ରାଣବାୟୁ  ଉଡ଼ିଯାଇଥିଲା । ଅର୍ଜୁନଙ୍କ ପୁଅ ପ୍ରତାପ ଆଳି  ଥାନାରେ ଏନେଇ ଅଭିଯୋଗ କରିଥିଲେ । ପୁଲିସ୍‌  ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।  ମାମଲାର ମୁଖ୍ୟ ଆସାମୀ ଭାଗିରଥି ବାରିକକୁ ପୂର୍ବରୁ  ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।  ଏବେ ଅନ୍ୟ ତିନି ଆସାମୀଙ୍କୁ ଦଣ୍ଡିତ କରାଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.