ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ମେଜର୍‌ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: ଯାହାଙ୍କ ପାଇଁ ଏତେ ପାଲା ସେମାନେ ଗଲେ କୁଆଡ଼େ ?

ଭୁବନେଶ୍ୱର ୧୯/୦୯: ମେଜର ଓ  ତାଙ୍କ ବାନ୍ଧବୀକୁ ନିର୍ଯାତନା ଦେବା ଘଟଣାରେ  କମିସନରେଟ୍‌ ପୁଲିସ୍‌ ସାରା ଦେଶରେ ବଦନାମ ହୋଇଛି । ୫ ଜଣଙ୍କୁ ନିଲମ୍ବନ କରି ସାରିଛନ୍ତି  ଡିଜିପି । ହେଲେ ଯେଉଁମାନଙ୍କ ପାଇଁ ଏତେ ପାଲା ହେଲା । ପୁଲିସ୍‌ ବଦନାମ ମୁଣ୍ଡାଇଲା । ସେମାନଙ୍କ କିଛି ଟେର ପାଇନି କି ଖୋଜାଖୋଜି  ବି କରିନି ପୁଲିସ । ଏମିତି ଚୁପ୍‌ ବସିବା  ପଛରେ ଭରତପୁର ଥାନାର କି ଉଦ୍ଦେଶ୍ୟ  ରହିଛି ତାକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି ।  

ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ  ଅଙ୍କିତା ଗତ ଶନିବାର ରାତି ପ୍ରାୟ ୧୨ଟା ୩୦ରେ  କାର୍‌ରେ ପଟିଆରୁ ଭରତପୁର ଆସୁଥିଲେ । ଏହି  ସମୟରେ ରାସ୍ତାରେ ୨ଟି କାର୍‌କୁ ଓଭରଟେକ୍‌  କରି ଆଗକୁ ଯାଇଥିଲେ ମେଜର । ସେହି ଦୁଇଟି  କାର୍‌ରେ ଥିବା ୫ରୁ ଅଧିକ ଯୁବକ ଗୁରୁବଂଶ  ଏବଂ ଅଙ୍କିତାଙ୍କ କାର୍‌କୁ ଓଭରଟେକ୍‌ କରି ଦୁଇ ଜଣଙ୍କୁ ରାସ୍ତାରେ ଅଟକାଇଥିଲେ । ତା’ପରେ  ସେମାନେ କାର୍‌ରୁ ବାହାରି ଗୁରୁବଂଶଙ୍କୁ ଧକ୍କା  ମାରିବା ସହ ଧମକ ଦେଇ ପଳାଇଥିଲେ । ଏ  ସମ୍ପର୍କରେ ଅଭିଯୋଗ କରିବା ଲାଗି ଗୁରୁବଂଶ  ଏବଂ ଅଙ୍କିତା ଭରତପୁର ଥାନାରେ ରାତି  ପ୍ରାୟ ସାଢ଼େ ଗୋଟାଏରେ ପହଞ୍ଚିଥିଲେ ।  ତା’ପରେ ଥାନାରେ ଯାହା ଘଟିଛି ତାହା ଓଡ଼ିଶା  ପୁଲିସ ଇତିହାସରେ କଳଙ୍କିତ ଅଧ୍ୟାୟ ।  

ଗତ ୩ ଦିନ ହେବ ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ହେଲେ ଯେଉଁ ଆସାମାଜିକ ଯୁବକଙ୍କ ଆତଙ୍କ ବିରୋଧରେ ମେଜର ଥାନାକୁ ଯାଇ ଅଭିଯୋଗ  କରିଥିଲେ, ସେମାନଙ୍କୁ ପୁଲିସ୍‌ ଭୁଲି ଯାଇଛି । ପୁଲିସ୍‌ ଚାହିଁଲେ ଅତି ସହଜରେ ସେମାନଙ୍କୁ ଧରିପାରିବ। ଫଳରେ ପୁଲିସ୍‌କୁ କିଛି ନୂଆ ତଥ୍ୟ ମିଳିବ । ଭରତପୁର ଛକରେ ସିସିଟିଭି  କ୍ୟାମେରା ଲାଗିଛି । ଚନ୍ଦକା-ଭରତପୁର ରାସ୍ତାରେ ଅନେକ ଦୋକାନୀ ମଧ୍ୟ ସିସି  କ୍ୟାମେରା ଲଗାଇଛନ୍ତି । ପୁଲିସ ଏଥିରୁ ଗାଡି  ନମ୍ବର ପାଇ ସେମାନଙ୍କୁ ଗିରଫ କରିପାରିବ ।  ସିସିଟିଭି ନ ଥିଲେ ମେଜରଙ୍କୁ ଯୁବକମାନେ  ଯେଉଁଠାରେ ଅଟକାଇ ଥିଲେ ସେ ସ୍ଥାନରୁ  ‘ଟାୱାର ଡମ୍ପ୍‌’ ମାଧ୍ୟମରେ ଅଭିଯୁକ୍ତ ଚିହ୍ନଟ  ହୋଇପାରିବେ । ସେମାନଙ୍କୁ ଗିରଫ କରି ଜେରା  କରିବା ପରେ ସେ ରାତିର କଥା ପଦାକୁ ଆସିବ ।  

ପୁରୁଣା ଥାନାରେ ଶୋଇଥିଲେ ପୁଲିସ 

ଶନିବାର ରାତିରେ ୮ ଜଣ ପୁଲିସ କର୍ମଚାରୀ  ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ମାଡ଼  ମାରିଥିଲେ । ଯାହା ସବୁ ଘଟୁଥିଲା ଥାନା  ଅଧିକାରୀଙ୍କ ପାଖକୁ ଖବର ଯାଉଥିଲା । ଭରତପୁର ପୁରୁଣା ଥାନାରେ ଶୋଇ ତେଲୁଗୁ  ସିନେମା ଦେଖୁଥିଲେ ଆଇଆଇସି ଦୀନକୃଷ୍ଣ  ମିଶ୍ର। ହେଲେ ନୂଆ ଥାନାକୁ ଗଲେ ନାହିଁ ।  ଥାନାରେ କର୍ମଚାରୀଙ୍କ ଠାରୁ ଭୁଲ୍‌ ତଥ୍ୟ  ଶୁଣି ମେଜର ଓ ତାଙ୍କ ବାନ୍ଧବୀଙ୍କ ଉପରେ  କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଲେ । ପୁରୁଣା ଥାନା ଠାରୁ ନୂଆର ଦୂରତା ମାତ୍ର ୧.୫  କିମି । ଯଦି ଦୀନକୃଷ୍ଣ ସେଠାକୁ ଯାଇଥାନ୍ତେ  ତା’ହେଲେ ହୁଏତ ଏତେ ବଡ଼ କାଣ୍ଡ ଘଟିନଥାନ୍ତା । କମିଶନର ଓ ଡିସିପି ରାତି ୩ଟା  ପର୍ଯ୍ୟନ୍ତ ସହରରେ ପାଟ୍ରୋଲିଂ କରୁଛନ୍ତି ।  ହେଲେ ସାଢ଼େ ୧୨ଟା ବେଳେ ଆଇଆଇସି ଥାନାରେ ଶୋଇପଡୁଥିବା କୁହାଯାଉଛି ।  

ପୁଲିସର ୮ ମୋବାଇଲ୍‌ କୁଆଡ଼େ ଗଲା 

ଦୁଇ ପ୍ରକାର କଥା ଏବେ ପଦାକୁ ଆସୁଛି । ପୁଲିସ  କହୁଛି ମେଜର ଓ ତାଙ୍କ ବାନ୍ଧବୀ ଆମକୁ ମାଡ଼ ମାରି କାମୁଡ଼ି ପକାଇଲେ । ମେଜର କହୁଛନ୍ତି  ସେମାନେ ଥାନାରେ ଅକଥନୀୟ ନିର୍ଯାତନା  ପାଇଛନ୍ତି । ମେଜର ଓ ତାଙ୍କ ବାନ୍ଧବୀଙ୍କ ଦେହ ଓ  ମୁହଁରେ ଥିବା ଚିହ୍ନରୁ ଜଣାପଡ଼ିଛି ସେମାନଙ୍କ  ଉପରେ ମାଡ଼ ହୋଇଛି । ହେଲେ ପୁଲିସ କିଛି  ପ୍ରମାଣ ଦେଖାଇପାରୁନି । ଟ୍ରାଫିକ୍‌ ଯାଞ୍ଚ ଠାରୁ ଆରମ୍ଭ କରି ଗଞ୍ଜେଇ ଜବତ ସବୁଠି ନିଜ ଫୋନ୍‌ ବାହାର କରି ଭିଡିଓ କରୁଛି ପୁଲିସ୍‌ । ‘ହର’ ଟିମ୍‌ ବୁଲି ବୁଲି ଭିଡିଓ କରି ଅଭିଯୁକ୍ତଙ୍କୁ  ଗିରଫ କରୁଛି । ଭରତପୁର ଥାନରେ ସେ ଦିନ  ରାତିରେ ୮ ଜଣ ପୁଲିସ ଥିଲେ । ସମସ୍ତଙ୍କ  ପାଖରେ ମୋବାଇଲ୍‌ ଥିଲା । ହେଲେ ମେଜର ଓ ତାଙ୍କ ବାନ୍ଧବୀଙ୍କ କାରନାମା କେହି ରେକର୍ଡିଂ କରିପାରିଲେ ନାହିଁ? ଯଦି ପୁଲିସ କିଛି ବେଆଇନ୍‌ କାର୍ଯ୍ୟ କରି ନାହିଁ ତା’ହେଲେ ମୋବାଇଲ୍‌ରେ  ରେକର୍ଡିଂ କରିବାକୁ ପଛଘୁଞ୍ଚା ଦେଇଥିଲା କ’ଣ  ପାଇଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.