ପ୍ରମୂଖ ଖବର
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ

Published By : Harapriya Sethi | September 19, 2024 11:16 AM

ଉଦଳା,୧୯/୦୯: ରାତିରେ ମିଳି ପାରିଲା ନାହିଁ ଚିକିତ୍ସା । ଚିକିତ୍ସା ଅଭାବରେ କପ୍ତିପଦା ଥାନା ଦେୱାନବାହାଳୀ ଗ୍ରାମର ମଧୁସୂଦନ ରାଉତଙ୍କ ୫ ମାସ ଶିଶୁକନ୍ୟାର ଜୀବନ ଚାଲିଗଲା । ମୃତଦେହ ଧରି ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଲେ ପରିବାର ଲୋକେ । ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନା ମୁତାବକ, ମଧୁସୂଦନ ରାଉତଙ୍କ ୫ ମାସର ଝିଅ ଅସୁସ୍ଥ ଥିଲେ । ପରେ ବୁଧବାର ରାତିରେ ଝିଅର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା । ତେଣୁ ମଧୁସୂଦନ ତାଙ୍କ ଝିଅକୁ ନେଇ ଉଦଳା ଡାକ୍ତରଖାନାକୁ ଯାଇଥିଲେ । କିନ୍ତୁ ସେଠାରେ ଚିକିତ୍ସାରେ ଅବହେଳା ହେବାରୁ ଡାକ୍ତରଖାନାରେ ପ୍ରାଣ ହରାଇଲା ୫ ମାସର ଝିଅ । ଏଥିରେ ଆତ୍ମହରା ହୋଇପଡ଼ିଥିଲେ ମଧୁସୂଦନଙ୍କ ପରିବାର ଲୋକେ । ପରେ ଝିଅର ମୃତଦେହ ଧରି ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଲେ । ଏନେଇ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରି ଘଟଣାର ତଦନ୍ତ ଆରମ୍ଭ କରିଛି  ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.