ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ପୁଣି କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ; ଭିଡିଓ ପୋଷ୍ଟ କରି କହିଲେ ଏହା ହେଉଛି ‘ପ୍ୟାରିସ ୱାଲା ଦିଲ୍ଲୀ’

Published By : Bijay Swain | January 14, 2025 7:09 PM

Image courtesy: indiatoday

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ଇଣ୍ଡିମେଣ୍ଟରେ ଥିବା ଫାଟ ସେତେ ଅଧିକ ଦିଶୁଛି। ଇଣ୍ଡିଆ ବ୍ଲକରେ ଥିବା ଦଳମାନେ ପରସ୍ପରକୁ ନେଇ ଟାର୍ଗେଟ କରିବା ପରେ ଇଣ୍ଡିମେଣ୍ଟର ରାଜନୈତିକ ରଣନୀତି ବୁଝାପଡୁନାହିଁ। ଦଳଦଳ ଭିତରେ ତିକ୍ତତା ଏବଂ କଥା କଟାକଟି ବିରୋଧିଙ୍କୁ ସମାଲୋଚନା କରିବାର ଖୋରାକ ଯୋଗାଉଛି। ଏମିତି ଲାଗୁଛି ଯେମିତି ଇଣ୍ଡିମେଣ୍ଟ ରୁପକ ଯୈଥ ପରିବାରରେ ଭିନ୍ନ ଭିନ୍ନ ସବୁ ସଦସ୍ୟ।

ଏହି ପରିପ୍ରେକ୍ଷିରେ ମଙ୍ଗଳବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅରବିନ୍ଧ କେଜ୍ରିୱାଲଙ୍କୁ ପୁଣି ଆକ୍ରମଣ କରିଛନ୍ତି। ଅରବିନ୍ଧ ଦିଲ୍ଲୀକୁ ପ୍ୟାରିସରେ ବଦଳେଇଦେବେ ବୋଲି କହିଥିବା ଏକ ପୁରୁଣା ଭିଡିଓକୁ ଟୁଇଟ କରି ରାହୁଲ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ଏହି ଭିଡିଓରେ ସେ ଏକ ଅଳିଆ ଆବର୍ଜନା ପକାଯାଉଥିବା ନଳା ପାଖରେ ଛିଡା ହୋଇ ଏହା ହେଉଛି କେଜ୍ରିୱାଲଙ୍କ ପ୍ୟରିସ ବୋଲି କହି କଟାକ୍ଷ କରୁଥିବା ନଜରକୁ ଆସିଛନ୍ତି ରାହୁଲ। 

ଟିକେ ଦିଲ୍ଲୀକୁ ଦେଖନ୍ତୁ। ସେଇ ଚମକୁଥିବା ଦିଲ୍ଲୀ। ପ୍ୟାରିସ ବନିଯାଇଥିବା ଦିଲ୍ଲୀ। ପ୍ରାୟ ସବୁ ସ୍ଥାନର ଅବସ୍ଥା ସମାନ ବୋଲି ଏହି ଭିଡିଓରେ ରାହୁଲ କହୁଥିବା ଦେଖିବାକୁ ମିଳିଛି। 

୨୦୧୯ ମସିହାରେ କେଜ୍ରିୱାଲ ଦିଲ୍ଲୀକୁ ପ୍ୟାରିସ ଓ ଲଣ୍ଡନଠୁ ଅଧିକ ସଫା ସୁତୁରା କରିପାରିବେ ବୋଲି ନିର୍ବାଚନି ରାଲିରେ ପ୍ରତିଶ୍ରୁତି ଦେଇଥିଲେ। ଏହାଛଡା ଦିଲ୍ଲୀର ରୋଡ, ହସପିଟାଲ ଓ ଯମୁନା ନଦୀକୁ ମଧ୍ୟ ଆନ୍ତର୍ଜାତିକ ସ୍ତରୀୟ ଭାବେ ବିକାଶ କରାଯିବ ବୋଲି କହିଥିଲେ। 

ସୂଚନା ମୁତାବକ, ଦିଲ୍ଲୀରେ ବିଧାନସଭା ନିର୍ବାଚନରେ ପାର୍ଥି ଭାଗବଣ୍ଟାକୁ ନେଇ କଂଗ୍ରେସ ଓ ଆପ୍ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା। ଦିଲ୍ଲୀର ସବୁ ଆସନରେ ଆପ୍ ନିଜ ପାର୍ଥି ଦେବାକୁ ଚାହୁଁଥିବା ବେଳେ କଂଗ୍ରେସ ଅଧାଅଧା ପାର୍ଥିପତ୍ର ଦାଖଲ ପାଇଁ ଆପ୍ କୁ ଜଣାଇଥିଲା। ହେଲେ ଆପ୍ ଏଥିରେ ରାଜି ନହୋଇ ସବୁ ଆସନରେ ନିଜ ପାର୍ଥିପାତ୍ର ଦାଖଲ କରିଥିଲା। ଏଇଠୁ ଆରମ୍ଭ ହୋଇଥିଲା କଂଗ୍ରେସ ଓ ଆପ୍ ମଧ୍ୟରେ ପେଲାଠେଲା। ଅନ୍ୟପଟେ ଇଣ୍ଡି ବ୍ଲକର ଅନ୍ୟ ଦଳ ଯେପରିକି ଟିଏମସି ଓ ସପା ସିଧାସଳଖ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ କୁ ନିଜ ସମର୍ଥନ ଜଣାଇଛନ୍ତି। 

ଦିଲ୍ଲୀରେ ୨୦୧୫ ମସିହାରୁ ଏଯାଏ ଆପ୍ ଶାସନରେ ରହିଆସିଛି। ବିଜେପି ମଧ୍ୟ ଦିଲ୍ଲୀ ଆସନକୁ ହାତେଇବା ପାଇଁ ଦୀର୍ଘ ୨୭ ବର୍ଷ ହେବ ନିଜ ପ୍ରଚେଷ୍ଟା ଚଳେଇଛି। ପୂର୍ବରୁ ଦିଲ୍ଲୀ ଉପରେ ଦାର୍ଘ ୧୫ ବର୍ଷ ଧରି ଶାସନ ଚଳାଇଥିବା କଂଗ୍ରେସ ଏବେ ପୁଣି ଦେଶର ରାଜଧାନୀ ଉପରେ ଶାସନ କରିବାକୁ ଚେଷ୍ଟା ଚଳାଇଛି। ଯେଉଁଥିପାଇଁ ଇଣ୍ଡି ବ୍ଲକର ଦୁଇଦଳ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.