ପ୍ରମୂଖ ଖବର
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ନୌସେନାକୁ ଦେବା ପୂର୍ବରୁ କ୍ରାସ୍ ହେଲା ଦୃଷ୍ଟି ୧୦ ଷ୍ଟାରଲାଇନର ଡ୍ରୋନ୍, ପୋରବନ୍ଦରରେ ଚାଲିଥିଲା ଟେଷ୍ଟିଂ

Published By : Prameya | January 14, 2025 8:04 PM

ନୂଆଦିଲ୍ଲୀ,୧୪।୧: ଗୁଜରାଟ ପୋରବନ୍ଦର ଉପକୂଳରେ ଭାରତୀୟ ନୌସେନା ପାଇଁ ତିଆରି କରାଯାଉଥିବା ଦୃଷ୍ଟି ୧୦ ଷ୍ଟାରଲାଇନର ଡ୍ରୋନ୍ ପରୀକ୍ଷଣ ବେଳେ କ୍ରାସ୍। ଆଦାନୀ ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଦ୍ବାରା ତିଆରି କରାଯାଇଥିବା ଏହି ଡ୍ରୋନ୍ ନୌସେନାକୁ ଦିଆଯିବା ପୂର୍ବରୁ କରାଯାଇଥିବା ପରୀକ୍ଷଣ ଅନୁସାରେ ଉଡାଣ କରାଯାଉଥିଲା। ଦୃଷ୍ଟି ୧୦ ଷ୍ଟାରଲାଇନର ଏକ ମଧ୍ୟ ଉଚ୍ଚତା ବିଶିଷ୍ଟ ଦୂରଗାମୀ କ୍ଷମତା ଥିବା ଡ୍ରୋନ୍। ଏହାକୁ ଇସ୍ରାଏଲ ଡିଫେନ୍ସ ଫର୍ମ ଏଲବିଟ୍ ସିଷ୍ଟମର ସହଯୋଗରେ ବିକଶିତ କରାଯାଇଛି। ଏହି ଡ୍ରୋନ୍‌ ୭୦% ସ୍ବଦେଶୀ ଓ ଏହା ୩୬ ଘଣ୍ଟା ପର୍ଯ୍ୟନ୍ତ ଉଡାଣ କ୍ଷମତା ରଖିଛି। ୪୫୦ କିଲୋଗ୍ରାମ ପର୍ଯ୍ୟନ୍ତ ପେଲୋଡ୍ ନେଇଯିବାରେ ସକ୍ଷମ ଏହି ଡ୍ରୋନ୍ ଗୁଇନ୍ଦା ସୂଚନା ଏକାଠି କରିବାରେ ଭୂମିକା ଗ୍ରହଣ କରିଥାଏ।

ଭାରତୀୟ ନୌସେନା ପୂର୍ବରୁ ହିଁ ଦୃଷ୍ଟି ୧୦କୁ ସାମିଲ କରିଛି। ଏହି ଡ୍ରୋନ୍ ସେନା ଓ ନୌସେନାର ଗୁଇନ୍ଦା କ୍ଷମତାକୁ ବଢାଇବା ଉଦେଶ୍ୟରେ କିଣାଯାଇଛି। ପ୍ରତ୍ୟେକ ଦୃଷ୍ଟି ୧୦ ଡ୍ରୋନ୍‌ର ମୂଲ୍ୟ ପ୍ରାୟ ୧୪୫ କୋଟି ଟଙ୍କା। ଦୁର୍ଘଟଣା ପରେ ଡ୍ରୋନ୍‌କୁ ଉଦ୍ଧାର କରାଯାଇଛି। ଏବେ ମାମଲାର ଯାଞ୍ଚ ଆରମ୍ଭ କରାଯାଇଛି। ଘଟଣାଟି ଏଭଳି ସମୟରେ ଘଟିଛି, ଯେତେବେଳେ ଭାରତୀୟ ନୌସେନା ନିଜର ସାମୁଦ୍ରିକ ସୁରକ୍ଷା ନେଇ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ୪ ମାସ ପୂର୍ବରୁ ଏମକ୍ୟୁ-୯ ବି ସିଗାର୍ଡିୟନ୍ ଡ୍ରୋନ୍ ମଧ୍ୟ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

ଭାରତୀୟ ନୌସେନା ଖୁବ୍‌ଶୀଘ୍ର ଦୁଇଟି ଯୁଦ୍ଧପୋତ ଓ ଏକ ବୁଡାଜାହାଜକୁ ସାମିଲ କରିବାକୁ ଯାଉଛି। ଏଥିରେ କଲଭରି-କ୍ଲାସର ଅନ୍ତିମ ବୁଡାଜାହାଜ ‘ବାଘଶିର’ ବିଧ୍ବଂସକ ‘ସୁରଟ୍’ ଓ ଫ୍ରିଗେଟ୍ ‘ନୀଳଗିରି’ ସାମିଲ ରହିଛି। ଏହା ମୁମ୍ବାଇ ସ୍ଥିତ ମଝଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ୍‌ରେ ନିର୍ମିତ ହୋଇଛି। ନୌସେନା ନିଜର କ୍ଷମତାକୁ ମଜବୁତ କରିବା ପାଇଁ ଆମେରିକାରୁ ୩୧ ଏମକ୍ୟୁ-୯ ବି ଡ୍ରୋନ୍ କିଣିବାର ଚୁକ୍ତି ସାକ୍ଷର କରିସାରିଛି। ଏହାର ମୁଖ୍ୟ ଉଦେଶ୍ୟ ଭାରତୀୟ ମହାସାଗାର ଅଞ୍ଚଳରେ ଚୀନ୍‌ର ବଢୁଥିବା ଗତିବିଧି ଉପରେ ନଜର ରଖିବା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.