ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ବଲିଉଡ ତାରକା ଟିକୁ ତାଲସେନିଆଙ୍କୁ ବ୍ରେନଷ୍ଟ୍ରୋକ; ଦୁଃଖ ପ୍ରକାଶ କଲେ ଅଭିନେତ୍ରୀ ଅରୁନା ଇରାନୀ

Published By : Bijay Swain | January 14, 2025 4:52 PM

Image courtesy: hindustantimes

ନୂଆଦିଲ୍ଲୀ: ବଲିଉଡର ଭେଟରାନ ତାରକା ଟିକୁ ତାଲସେନିଆଙ୍କୁ ବ୍ରେନଷ୍ଟ୍ରୋକ। ନିକଟରେ ହୃଦଘାତର ଶିକାର ହୋଇ ହସପିଟାଲରେ ଭର୍ତ୍ତି ହୋଇଥିବା ଟିକୁ ବର୍ତ୍ତମାନ ବ୍ରେନଷ୍ଟ୍ରୋକରେ ପୀଡିତ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ଅରୁନା ଇରାନୀ ଟିକୁ ତାଲସେନିଆକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଉଭୟ ବଲିଉଡ ତାରକା ନିକଟରେ ରିଲିଜ ହୋଇଥିବା ‘ଜମାନା ବଦଲ ଗୟା’ ଫିଲ୍ମରେ ସାଙ୍ଗ ହୋଇ କାମ କରୁଥିଲେ। 

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅରୁଣା କହିଛନ୍ତି “ମୁଁ ତାଙ୍କ ପାଇଁ ବହୁ ଚିନ୍ତାରେ ଅଛି। ସେ ଜଲଦି ଠିକ ହୋଇ ଯାଆନ୍ତୁ। ମୁଁ ତାଙ୍କୁ ବହୁତ ଭଲପାଏ। ତାଙ୍କର ଅଭିନୟ ଓ କାମ ସତରେ ବହୁତ ଭଲ। ଏହି ଖବର ଅତ୍ୟନ୍ତ ଦୁଃଖଦାୟକ। ମୁଁ ଆଶାକରେ ସେ ଜଲଦି ଠିକ ହୋଇ ଯାଆନ୍ତୁ।”

ଏହି ସାକ୍ଷାତକାରରେ ସେ ଟିକୁଙ୍କ ପରିବାର ସହ ଏନେଇ ଯୋଗାଯୋଗା କରୁଛନ୍ତି ବୋଲି କହିଛନ୍ତି। ତେବେ ଏଯାଏ ଟିକୁଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିନାହିଁ ବୋଲି ସେ କହିଛନ୍ତି। “ମୁଁ ତାଙ୍କୁ ବାରମ୍ବାର କଲ କରୁଛି ତେବେ କେହି ମୋ ଫୋନ ଉଠାଉ ନାହାନ୍ତି। ମୁଁ ତାଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲି କିନ୍ତୁ ଏହା ସମ୍ଭବପର ହୋଇପାରିନାହିଁ। ମୁଁ ଆଶାକରୁଛି ସେ ନିଶ୍ଚୟ ସୁସ୍ଥ ଥିବେ” ବୋଲି ସେ କହିଛନ୍ତି। 

ବଲିଉଡ ଓ ଗୁଜରାଟି ସିନେମାକୁ ରୁଦ୍ଧିମନ୍ତ କରିଥିବା ମହାନ ତାରକା ଟିକୁ ତାଲସନିଆଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ରହିଥିବାରୁ ସେ ମୁମ୍ବାଇର କୋକିଲାବେନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କିଛି ଦିନ ପୁର୍ବେ ତାଙ୍କୁ ହାର୍ଟ ଆଟାକ ହୋଇଥିଲା। ତେବେ ତାଙ୍କ ଝିଅ ଶିଖା ତଲସାନିଆ ସାମାଜିକ ଗଣମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଥିବା ନେଇ ସୂଚନା ଦେଇଥିଲେ। ହେଲେ ଆଜି ତାଙ୍କ ବ୍ରେନଷ୍ଟ୍ରୋକ ହେଇଥିବା ନେଇ ଖବର ଆସିଥିଲା। 

ନିଜର ଅଭିନୟ ଦକ୍ଷତା ବଳରେ ସାରା ବଲିଉଡର ପ୍ରସିଦ୍ଧ ହାସ୍ୟ ଅଭିନେତା ଭାବେ ପରିଚିତ ଥିଲେ ଟିକୁ ତାଲସନିଆ। ତାଙ୍କ ଅଭିନିତ ସିନେମା ଗୁଡିକ ଦର୍ଶକଙ୍କୁ ଏକା ସମୟରେ ହସାଇବା ସହ କାନ୍ଦିବା ଓ ଭାବିବା ପାଇଁ ମଧ୍ୟ ବାଧ୍ୟ କରୁଥିଲା। ପଟିଆଲା ହାଉସ, ଦେବଦାସ, ହମ ହେ ରହି ପ୍ୟାର କେ, ଦିଲ ହେ କେ ମାନତା ନେହିଁ, ଅନ୍ଦାଜ ଆପନା ଆପନା ଭଳି ଅନେକ ଫିଲ୍ମରେ ସେ ନିଜ ବଳିଷ୍ଠ ଅଭିନୟର ଦକ୍ଷତା ଛାଡିଯାଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.