ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବାରିପଦା ସହରରେ ୩ଟି ସ୍ଥାନରୁ ଛିନ୍‌ତାଇ, ଥାନା ଆଗରୁ ଝାମ୍ପିନେଲେ ସୁନା ଚେନ୍

Published By : Rasmita Pradhan | January 11, 2025 2:51 PM

ବାରିପଦା, ୧୧/୦୧ : ବାରିପଦାରେ ବଢି ଚାଲିଛି ଚୋରି ଏବଂ ଛିନ୍‌ତାଇ। ନା ଅଛି ପୋଲିକୁ ଭୟ କି ଖାତିର୍। ଦିନ ଦ୍ଵିପ୍ରହରରେ ଥାନା ସମ୍ମୁଖରୁ ଝାମ୍ପିନେଲେ ସୁନା ଚେନ୍। ବାରିପଦା ଟାଉନ ଥାନା ସମ୍ମୁଖରୁ ଲୁଟ୍ ହୋଇଛି। ଏକ ବାଇକ୍‌ରେ ଆସି ମହିଳାଙ୍କ ବେକରୁ ଚେନ୍ ଝାମ୍ପନେଲେ ଦୁର୍ବୃତ୍ତ।

ସୂଚନାନୁଯାୟୀ, ବାରିପଦା ଟାଉନ ଥାନା ଅନ୍ତର୍ଗତ ବଡ଼ବଜାର ଅଞ୍ଚଳର ପୂର୍ଣ୍ଣମ ଖଣ୍ଡେଲଓଆଲ ଶ୍ୟାମ ବାବା କଳସ ଶୋଭାଯାତ୍ରାରେ ଯୋଗ ଦେଇ ଘରକୁ ଫେରୁଥିଲେ। ଦିନ ୧୧ଟା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଥାନା ସମ୍ମୁଖରୁ ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛନ୍ତି। ସୁନା ଚେନ୍‌ଟି ୩୫ ରୁ ୪୦ ଗ୍ରାମର ଥିବା ଜଣାପଡ଼ିଛି। ଏନେଇ ସେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଆଧାରରେ ପୋଲିସ ତନାଘନା ଆରମ୍ଭ କରିଛି। 

ଆଜି ବାରିପଦା ସହରର ତିନୋଟି ସ୍ଥାନରେ ଏଭଳି ଛିନ୍‌ତାଇ ହୋଇଥିବା ସୂଚନା ମିଳିଛି। ସହରରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ଦିନକୁ ଦିନ ବଢି ଚାଲିଥିବା ଅପରାଧ ଉପରେ ପୋଲିସର ନିୟନ୍ତ୍ରଣ ରହୁନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକେ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେପଟେ ସହରରେ ଦିନକୁ ଦିନ ବଢୁଥିବା ଚୋରି ଏବଂ ଲୁଟ୍ ଘଟଣା ଏବେ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.