ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

‘ମୁଖ୍ୟମନ୍ତ୍ରୀ ବଙ୍ଗଳା’କୁ ଆସିବେ ସିଏମ୍ ମୋହନ ମାଝୀ: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ନବୀକରଣ, ଖର୍ଚ୍ଚ ହେବ ଅଢ଼େଇ କୋଟି

ଭୁବନେଶ୍ୱର,୧୯/୦୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠିକଣା ବଦଳିବ । ଲୋୟର ପିଏମ୍‌ଜିରୁ  ରାଜପଥ (ଏଜିରୁ ରାଜଭବନ) ରାସ୍ତାକୁ ଉଠି ଆସିବ ମୁଖ୍ୟମନ୍ତ୍ରୀଙ୍କ ଠିକଣା । ଅଭିଯୋଗ ପ୍ରକୋଷ୍ଠ  ପାଖରେ ଭିଆଇଆଇଆଇଏମ୍‌ଆର୍‌-୩ରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବଙ୍ଗଳାରେ ରହିବେ ମୋହନ । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନବୀକରଣ କାମ ଚାଲିଛି ।  ପୂରା ଅଞ୍ଚଳକୁ ହାଇ ସିକ୍ୟୁରିଟି ଜୋନ୍‌ କରିବାକୁ ଯୋଜନା ହୋଇଛି । 

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଲାଗି ରହିଥିବା ବଙ୍ଗଳାରେ ମୋହନ ରହିବେ । ଏଥିପାଇଁ ସାଧାରଣ ପ୍ରଶାସନ  ବିଭାଗ ଓ ଗୃହ ବିଭାଗ ପକ୍ଷରୁ ଦିଆଯାଇଥିବା ଅନୁରୋଧକୁ ସେ ଗ୍ରହଣ କରିଛନ୍ତି । ଏବେ ସେ ଲୋୟର ପିଏମ୍‌ଜିର ବି-୧ କ୍ୱାର୍ଟର୍ସରେ ରହୁଛନ୍ତି । କିନ୍ତୁ ଏହା ଆନ୍ଦୋଳନ ଓ ବିକ୍ଷୋଭ ସ୍ଥଳକୁ ଲାଗି  ରହିଥିବାରୁ ତାଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି । କୌଣସି ଆନ୍ଦୋଳନ ସମୟରେ ମୁଖ୍ୟମନ୍ତ୍ରୀ ନିଜ କ୍ୱାର୍ଟର୍ସରୁ  ବାହାରକୁ ଯିବା ବା କ୍ୱାର୍ଟର୍ସକୁ ଫେରିବା ସମୟରେ ଅପ୍ରୀତିକର ସ୍ଥିତି ଉପୁଜିବାର ଆଶଙ୍କା ରହିଛି । ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ବି ନାକେଦମ୍‌  ହେଉଛି । ଏ ସବୁକୁ ନଜରରେ ରଖି  ମୁଖ୍ୟମନ୍ତ୍ରୀ ନିଜ ଠିକଣା ବଦଳାଇବାକୁ  ନିଷ୍ପତ୍ତି ନେଇଛନ୍ତି । ଅଭିଯୋଗ ପ୍ରକୋଷ୍ଠ ପାଖ ସରକାରୀ କ୍ୱାର୍ଟର୍ସ ଭିଆଇଆଇଆଇଏମ୍‌ଆର୍‌-୩କୁ ମୁଖ୍ୟମନ୍ତ୍ରୀ  ଓ ତାଙ୍କ ପରିବାର ଲୋକେ ବୁଲି ଦେଖିଛନ୍ତି । ଏହାପରେ ନବୀକରଣ କାମ ଆରମ୍ଭ ହୋଇଛି । ପ୍ରାୟ ଅଢ଼େଇ କୋଟି ଟଙ୍କାରେ କ୍ୱାର୍ଟର୍ସକୁ ନୂଆ ରୂପ ଦେବାକୁ କାମ ଚାଲିଛି । ପୂର୍ତ୍ତ ବିଭାଗ ଟେଣ୍ଡର ପ୍ରକ୍ରିୟା ସାରିବା ପରେ ଠିକା ସଂସ୍ଥା ନବୀକରଣ କାମ ଚଳାଇଛି । ଦୁଇ ମହଲା ବିଶିଷ୍ଟ ଏହି ବଙ୍ଗଳାର ବିଭିନ୍ନ ଘରର ଚଟାଣରେ  ପୂର୍ବରୁ ପୁରୁଣା ଅମଳର ମୋଜାଇକ୍‌ ଟାଇଲସ୍‌ ପଡ଼ିଥିଲା । କେବଳ ଦୁଇଟି କୋଠରୀରେ ୱିଣ୍ଡୋ ଏସି ଲାଗିଥିଲା । 

ଏବେ ପୂରା ବଙ୍ଗଳାକୁ ନୂଆ ରୂପ ଦିଆଯିବ । ଏବେ ବଙ୍ଗଳାର ମୁଖ୍ୟ ଫାଟକ ରାଜଭବନ- ଏଜି ରାସ୍ତାକୁ ମୁହଁ କରି ରହିଛି । ଏହାକୁ ବନ୍ଦ କରି ଅଭିଯୋଗ ପ୍ରକୋଷ୍ଠ ପାଶ୍ୱର୍ରେ ନୂଆ ଫାଟକ  ଖୋଲାଯିବ । ବାସ୍ତୁ ଅନୁସାରେ ଫାଟକ ଖୋଲିବ । ସୁରକ୍ଷା ଦୃଷ୍ଟିରୁ କ୍ୱାର୍ଟର୍ସ ଚାରିପାଖ ପାଚେରୀକୁ  ୮ ଫୁଟ ଉଚ୍ଚା କରାଯାଉଛି । ବଙ୍ଗଳା ଭିତର ଓ ପରିସରକୁ ଆକର୍ଷଣୀୟ କରାଯିବ । ସିଭିଲ୍‌  କାମ ପାଇଁ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ ହେବ । ସେହିଭଳି ଇଲେକ୍ଟ୍ରିକାଲ୍‌ କାମ ପାଇଁ ୧ କୋଟି ଓ ପିଏଚ୍‌ କାମ ପାଇଁ ପ୍ରାୟ ୫୦ଲକ୍ଷ ଟଙ୍କା  ଖର୍ଚ୍ଚ କରାଯିବ । 

ମୋଟ ୪ ଏକର ଜାଗା ଉପରେ ଏହି  ବଙ୍ଗଳା ଓ ଅଭିଯୋଗ ପ୍ରକୋଷ୍ଠ ରହିଛି । ବଙ୍ଗଳା ସାମ୍ନା ଅଞ୍ଚଳକୁ ଲ୍ୟାଣ୍ଡସ୍କେପିଂ କରାଯିବ । ବଙ୍ଗଳାର ପଛପାଶ୍ୱର୍ରେ ୧୨ଟି ୧-ବିଏଚ୍‌କେ  ବିଶିଷ୍ଟ କ୍ୱାଟର୍ସ ତିଆରି ହେବ । ଏଥିରେ  ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ, ପିଏସ୍‌ଓ,  ବ୍ୟକ୍ତିଗତ ସହାୟକ, ରୋଷେୟା, ମାଳି ଓ  ଅନ୍ୟ ସହାୟକମାନେ ରହିବେ । ସେହିଭଳି  ପୂର୍ବରୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ  ଏଠାରୁ ଉଠାଇ ନିଆଯିବ । ପାଖ କ୍ୱାର୍ଟର୍ସକୁ  ଏହା ଉଠିଯିବ । ଅଭିଯୋଗ ପ୍ରକୋଷ୍ଠ ସ୍ଥାନରେ  ମୁଖ୍ୟମନ୍ତ୍ରୀଙ୍କ ରେସିଡେନ୍ସ ଅଫିସ୍‌ ରହିବ । ମୁଖ୍ୟମନ୍ତ୍ରୀ ଏଠାରୁ ଜରୁରୀ ସରକାରୀ କାମ  କରିବେ । ସେହିଭଳି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ  ଆସୁଥିବା ବିଶିଷ୍ଟ ଅତିଥି ଓ ଆମନ୍ତ୍ରିତ ଅତିଥିଙ୍କୁ  ସେ ଏଠାରେ ଭେଟିବା ଭଳି ବ୍ୟବସ୍ଥା କରାଯିବ । 

କ୍ୱାର୍ଟର୍ସ ଚାରି ପାଖରେ ପୁଲିସ ୱାଚ୍‌ପୋଷ୍ଟ୍‌  ରହିବ । ଏଜି ଛକରୁ ରାଜଭବନ ଛକ ଅଞ୍ଚଳ  ଓ କ୍ୱାର୍ଟର୍ସ ପଛପାଖକୁ ହାଇ ସିକ୍ୟୁରିଟି ଜୋନ୍‌ କରାଯିବ । ଏହି ରାସ୍ତାର ଏକାଧିକ ସ୍ଥାନରେ  ପୁଲିସ ପୋଷ୍ଟ୍‌ ରହିବ । ମୁଖ୍ୟ ରାସ୍ତାର ଉଭୟ ପାଶ୍ୱର୍ ସମେତ ଫୁଟପାଥ୍‌ କଡ଼ରେ ଥିବା ସର୍ଭିସ୍‌  ରାସ୍ତାକୁ ପର୍ଯ୍ୟାପ୍ତ ଆଲୋକୀକରଣ କରାଯିବ ।  ରାସ୍ତାର ବିଭିନ୍ନ ସ୍ଥାନରେ ପୁଲିସ୍‌ ୨୪ ଘଣ୍ଟା  ଜଗି ରହିବେ ।  

ଦୀର୍ଘ ୨୪ ବର୍ଷ ପରେ ପୁଣି ଥରେ ରାଜ୍ୟର  ମୁଖ୍ୟମନ୍ତ୍ରୀ ଇଅର ମାର୍କ (ମୁଖ୍ୟମନ୍ତ୍ରୀଙ୍କ ପାଇଁ  ଉଦ୍ଦିଷ୍ଟ) କ୍ୱାଟର୍ସକୁ ଫେରିବେ । ୧୯୯୫ରୁ ୧୯୯୯  ମସିହା ଯାଏ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକ  ଏହି ସରକାରୀ ବଙ୍ଗଳାରେ ରହୁଥିଲେ । ତାଙ୍କ  ପରେ ଗିରିଧର ଗମାଙ୍ଗ ଓ ହେମାନନ୍ଦ ବିଶ୍ୱାଳ  ବି ଏହି ବଙ୍ଗଳାରେ ରହିଲେ । କିନ୍ତୁ ୨୦୦୦  ମସିହାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା  ପରେ ଏହି ବଙ୍ଗଳାରେ ନ ରହି ନିଜସ୍ୱ ଘର  ‘ନବୀନ ନିବାସ’ରେ ରହୁଥିଲେ । ମୁଖ୍ୟମନ୍ତ୍ରୀଙ୍କ  ବାସଭବନକୁ ସେ ଅଭିଯୋଗ ପ୍ରକୋଷ୍ଠ  କରିଥିଲେ । ଏବେ ମୋହନ ମୁଖ୍ୟମନ୍ତ୍ରୀ ହେବା  ପରେ ପୁଣି ଏହି ବଙ୍ଗଳାରେ ରହିବାକୁ ଯାଉଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.