ପ୍ରମୂଖ ଖବର
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ପୁରୀରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ

ପୁରୀ, ୧୭/୯ : ମଙ୍ଗଳବାର ଠାରୁ ଆରମ୍ଭ ହେଲା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ। ଏହା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶରେ ପୁରୀ ପୌର ପରିଷଦ ପକ୍ଷରୁ ଆଜି ପୂର୍ବାହ୍ନରେ ଦିଗବାରେଣୀ ଛକ ଠାରୁ ଏକ ସଚେତନତା ଶୋଭାଯାତ୍ରା ବ୍ଲୁ ଫ୍ଲାଗ ବିଚ୍ ପର୍ଯ୍ୟନ୍ତ ଯାଇଥିଲା। ପରେ ବ୍ଲୁ ଫ୍ଲାଗ୍ ବିଚ୍ ଠାରେ ଏକ ମାନବ ଶୃଙ୍ଖଳା, ସ୍ୱଚ୍ଛତା ହିଁ ସେବା ଶପଥ ପାଠ, ସ୍ୱାକ୍ଷର ଅଭିଯାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଏନଫୋର୍ସମେଣ୍ଟ ଅଧିକାରୀ ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରାକୁ ଉଦଘାଟନ କରିବା ସହ ଶପଥ ପାଠରେ ସାମିଲ ହୋଇଥିଲେ। ଏହି ଅବସରରେ ପୌର ନିର୍ବାହୀ ଅଧିକାରୀ କହିଛନ୍ତି ଯେ, ପ୍ରତ୍ୟେକଙ୍କ ପାଇଁ ସ୍ୱଛତା ଜରୁରୀ। ନିଜେ ନିଜ ପରିବାର, ନିଜ ପରିସର ସ୍ୱଚ୍ଛ ରଖିଲେ ସମାଜ, ରାଜ୍ୟ ଓ ଦେଶ ମଧ୍ୟ ସ୍ୱଚ୍ଛ ଓ ସୁନ୍ଦର ହୋଇ ପାରିବ। ଏହି କାର୍ଯ୍ୟକ୍ରମରେ ପୌର ପରିଷଦର କର୍ମଚାରୀ, ସ୍ୱଚ୍ଛ ସାଥୀ, ମିଶନ ଶକ୍ତି ମାଆମାନେ ସାମିଲ ହୋଇଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.