ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ମୁଣ୍ଡ ପିଛା ଆୟରେ ପଶ୍ଚିମବଙ୍ଗକୁ ପଛରେ ପକାଇଲା ଓଡ଼ିଶା, ଇଏସି-ପିଏମ୍‌ ପେପର୍‌ରେ ରାଜ୍ୟକୁ ପ୍ରଶଂସା

ଭୁବନେଶ୍ୱର,୧୯/୦୯: ମୁଣ୍ଡ ପିଛା ଆୟରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ଓଡ଼ିଶା । ଏ କ୍ଷେତ୍ରରେ ପଶ୍ଚିମବଙ୍ଗକୁ ଟପିଯାଇଛି ରାଜ୍ୟ । ଏହି ଅଗ୍ରଗତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା  ପରିଷଦ (ଇଏସି-ପିଏମ୍‌) ପକ୍ଷରୁ  ପ୍ରସ୍ତୁତ ପେପର୍‌ରେ ଓଡ଼ିଶାକୁ ପ୍ରଶଂସା କରାଯାଇଛି ।  

ଇଏସି-ପିଏମ୍‌ ସଦସ୍ୟ ସଞ୍ଜୀବ  ସାନ୍ୟାଲ ଏବଂ ଯୁଗ୍ମ ନିର୍ଦ୍ଦେଶକ ଆକାଂକ୍ଷା ଆରୋରାଙ୍କ ଦ୍ୱାରା ପ୍ରସ୍ତୁତ ଏହି ପେପର୍‌  ଅନୁସାରେ, ୨୦୨୩-୨୪ରେ ଓଡ଼ିଶାର ମୁଣ୍ଡ ପିଛା ଆୟ ଜାତୀୟ ହାରାହାରିର  ୮୮.୫% ଛୁଇଁଛି, ଯାହାକି ୧୯୯୦- ୯୧ରେ ମାତ୍ର ୫୪.୩% ଥିଲା। ୧୯୬୦ରେ ଏହା ୭୦.୯% ଥିବାବେଳେ ଏଥିରେ କ୍ରମାଗତ ହ୍ରାସ ଦେଖିବାକୁ  ମିଳିଥିଲା । କିନ୍ତୁ ରାଜ୍ୟର ସମାବେଶୀ ନୀତି ଏବଂ ଦୂରଦର୍ଶୀ ଅର୍ଥନୈତିକ ପରିଚାଳନା ଫଳରେ ଏ କ୍ଷେତ୍ରରେ  ଉଲ୍ଲେଖନୀୟ ସଫଳତା ପାଇଛି ଓଡ଼ିଶା । 

ବର୍ତ୍ତମାନ ଭାରତର ମୁଣ୍ଡ ପିଛା ଆୟ ୧.୮୪ ଲକ୍ଷ ଥିବାବେଳେ ଓଡ଼ିଶାର ରହିଛି ୧.୬୧ ଲକ୍ଷ ଟଙ୍କା । ଗତ ଦୁଇ ଦଶନ୍ଧିରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି ରାଜ୍ୟ । ଯଦିଓ ଜାତୀୟ ହାରାହାରିଠାରୁ  କମ୍‌ ରହିଛି ତଥାପି ୮୮.୫%କୁ ବୃଦ୍ଧି ରାଜ୍ୟର ଉଲ୍ଲେଖନୀୟ ଅଗ୍ରଗତିକୁ ଦର୍ଶାଉଛି। ଏହାକୁ ନେଇ ତତ୍କାଳୀନ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଖୁସିବ୍ୟକ୍ତ କରିଛନ୍ତି । 

ଶ୍ରୀ ପଟ୍ଟନାୟକ ଟୁଇଟ୍‌ କରି କହିଛନ୍ତି ଯେ, ଆମର ସମାବେଶୀ ନୀତି ଏବଂ ଦୂରଦର୍ଶୀ  ଅର୍ଥନୈତିକ ପରିଚାଳନା ଯୋଗୁ ଓଡ଼ିଶାର ମୁଣ୍ଡ ପିଛା ଆୟ ଜାତୀୟ ହାରାହାରିର ୮୮.୫% କୁ ବୃଦ୍ଧି ପାଇଛି, ଯାହାକି ୨୦୦୦-୦୧ରେ  ୫୫.୮% ଥିଲା । ଏହି ଦୁଇ ଦଶନ୍ଧିରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ରାଜ୍ୟର  ଯୋଗଦାନ ୨.୩%ରୁ ବଢ଼ି ୨.୮% ହୋଇଛି ।  ଆଲୋଚ୍ୟ ଅବଧିରେ ଓଡ଼ିଶାର ଅଗ୍ରଗତିକୁ ନେଇ ଇଏସି-ପିଏମ୍‌ ପ୍ରଶଂସା କରିଥିବା ଜାଣି  ଅତ୍ୟନ୍ତ ଖୁସି ଅନୁଭବ କରୁଛି  । 




୧୯୬୦-୬୧ରେ ପଶ୍ଚିମବଙ୍ଗର ମୁଣ୍ଡ  ପିଛା ଆୟ ଜାତୀୟ ହାରାହାରିର ୧୨୭.୫%  ଥିଲା, ଯାହା ୨୦୨୩-୨୪ରେ ୮୩.୭%କୁ ହ୍ରାସ  ପାଇଛି । ବିହାର ସମେତ ଅନ୍ୟାନ୍ୟ ପୂର୍ବାଞ୍ଚଳ  ରାଜ୍ୟଗୁଡ଼ିକର ଅର୍ଥନୈତିକ ପ୍ରଦର୍ଶନକୁ ନେଇ  ରିପୋର୍ଟରେ ଚିନ୍ତା ପ୍ରକଟ କରାଯାଇଛି । ଜାତୀୟ  ହାରାହାରିର ୩୨.୮% ମୁଣ୍ଡ ପିଛା ଆୟ ସହିତ  ବିହାର ସବୁଠାରୁ ଗରିବ ରାଜ୍ୟ ରହିଛି ।  ଯଥାକ୍ରମେ ୫୭.୨% ଏବଂ ୭୩.୭% ମୁଣ୍ଡ  ପିଛା ଆୟ ସହିତ ଏହା ପଛକୁ ଝାଡ଼ଖଣ୍ଡ  ଏବଂ ଆସାମ ରହିଛନ୍ତି । ଜାତୀୟ ହାରାହାରିର  ୨୫୦.୮% ମୁଣ୍ଡ ପିଛା ଆୟ ସହିତ ଦିଲ୍ଲୀ  ସବୁଠାରୁ ଧନୀ ରାଜ୍ୟ ବୋଲି ରିପୋର୍ଟରେ  ଉଲ୍ଲେଖ କରାଯାଇଛି । ଏହା ପଛକୁ ୧୯୩.୬%  ସହିତ ତେଲେଙ୍ଗାନା ଦ୍ୱିତୀୟ ସ୍ଥାନରେ,  ୧୮୦.୭% ସହିତ କର୍ଣ୍ଣାଟକ ତୃତୀୟ ସ୍ଥାନରେ,  ୧୭୬.୮% ସହିତ ହରିୟାଣା ଚତୁର୍ଥ ସ୍ଥାନରେ  ଏବଂ ୧୭୧.୭% ସହିତ ତାମିଲନାଡୁ ପଞ୍ଚମ  ସ୍ଥାନରେ ରହିଛି ।

  • PrameyaOdia
  • prameya
  • odisha
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.