ପ୍ରମୂଖ ଖବର
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ମେଡିକାଲ୍‌ ନାମଲେଖା ପାଇଁ ସଂଶୋଧିତ ମେଧା ତାଲିକା ପ୍ରକାଶ: ୨୩ ସୁଦ୍ଧା ଚଏସ୍‌ ଲକିଂ, ୨୬ରେ ସିଟ୍‌ ଆବଣ୍ଟନ

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ମେଡିକାଲ  ନାମଲେଖା ପାଇଁ ସଂଶୋଧିତ ମେଧାତାଲିକା  ପ୍ରକାଶ ପାଇଛି । ଏଥିରେ ଛାତ୍ରଛାତ୍ରୀ ୨୩ ତାରିଖ ମଧ୍ୟରେ ଚଏସ୍‌ ଫିଲିଂ ଓ ଲକିଂ  କରିବେ । ଦ୍ୱିତୀୟ ପର୍ଯ୍ୟାୟ ପ୍ରୋଭିଜନାଲ୍‌  ଆଲଟମେଣ୍ଟ (ଅସ୍ଥାୟୀ ଆବଣ୍ଟନ  ଲିଷ୍ଟ) ୨୪ ତାରିଖ ଅପରାହ୍ନ ୫ଟାରେ  ପ୍ରକାଶ ପାଇବ । ୨୫ ତାରିଖ ସଂଧ୍ୟା  ୫ଟା ସୁଦ୍ଧା ଏହି ସିଟ୍‌ ଆବଣ୍ଟନକୁ ନେଇ  ପିଲାମାନେ ଅଭିଯୋଗ କରିପାରିବେ । ୨୬ରେ ଚୂଡ଼ାନ୍ତ ଆବଣ୍ଟନ ତାଲିକା  ପ୍ରକାଶ ପାଇବ । ଏଥିସହ ଆଲଟ୍‌ମେଣ୍ଟ  ଲେଟର ଡାଉନ୍‌ଲୋଡ୍‌ କରିବାକୁ ସୁଯୋଗ  ମିଳିବ । 

୨୮ରୁ ଅକ୍ଟୋବର ୨ ତାରିଖ  ମଧ୍ୟରେ ନାମଲେଖା ହେବ । ଓଜେଇଇ  ସେଲ୍‌ଠାରେ ରିପୋର୍ଟିଂ କରି ନାମଲେଖା  ପାଇଁ ଫି ଦାଖଲ କରି ନାମଲେଖାଇବେ  ଛାତ୍ରଛାତ୍ରୀ । ଏହି ନାମଲେଖା ପ୍ରକ୍ରିୟାରୁ  ଇଚ୍ଛୁକ ଛାତ୍ରଛାତ୍ରୀ ଅକ୍ଟୋବର ୧୩ ମଧ୍ୟରେ  ଓହରି ପାରିବେ । ଏନେଇ ଆଜି ଓଡ଼ିଶା  ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)  ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

ସେହିପରି ତୃତୀୟ ପର୍ଯ୍ୟାୟ ନାମଲେଖା  ପ୍ରକ୍ରିୟା ଅକ୍ଟୋବର ୭ରୁ ୮ ମଧ୍ୟରେ  ପଞ୍ଜିକରଣ, ଅନ୍‌ଲାଇନ୍‌ ଆପ୍ଲିକେଶନ,  ଡକ୍ୟୁମେଣ୍ଟ ଅପଲୋଡ୍‌ ଓ ଯାଞ୍ଚ କରାଯିବ ।  ଏହାର ସଂଶୋଧିତ ମେରିଟ୍‌ ଲିଷ୍ଟ  ଅକ୍ଟୋବର ୯ ତାରିଖରେ ପ୍ରକାଶ ପାଇବ ।  ଛାତ୍ରଛାତ୍ରୀମାନେ ୧୦ରୁ ୧୩ ମଧ୍ୟରେ ଚଏସ୍‌  ଫିଲିଂ କରିବେ । ୧୫ରେ ପ୍ରୋଭିଜ୍‌ନାଲ  ସିଟ୍‌ ଆଲଟମେଣ୍ଟ ଲିଷ୍ଟ ପ୍ରକାଶ ପାଇବ ।  

୧୬ରେ ସଂଧ୍ୟା ୫ଟା ସୁଦ୍ଧା ଏହି ସିଟ୍‌  ଆବଣ୍ଟନକୁ ନେଇ ପିଲାମାନେ ସୂଚନା,  ଅଭିଯୋଗ ଆଦି କରିପାରିବେ । ୧୭ରେ  ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଏଥିରେ  ଚୟନ ହୋଇଥିବା ପିଲାମାନେ ୧୮ରୁ  ୨୧ ମଧ୍ୟରେ ନାମଲେଖାଇବେ । ତେବେ  ସ୍ପଟ୍‌ ରାଉଣ୍ଡ କାଉନ୍‌ସେଲିଂ ସଂପର୍କିତ  ସୂଚନା ପରବର୍ତ୍ତୀ ସମୟରେ ଓଜେଇଇ  ପକ୍ଷରୁ ଦିଆଯିବ । ଏନେଇ ସମସ୍ତ  ସୂଚନା ଓଜେଇଇ ୱେବ୍‌ସାଇଟ୍‌ www.ojee.nic.in ରେ ଉପଲବ୍ଧ ରହିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.