ବାଲିଚନ୍ଦ୍ରପୁର,୧୬/୦୯: ବିରୂପା ନଦୀରେ ବୁଡ଼ି ଜଣେ ମୃତ। ମୃତକ ବାଲିଚନ୍ଦ୍ରପୁର ଥାନା ନାନପୁର ଗ୍ରାମର ଭିକାରୀ ଚରଣ ଜେନା (୪୮)ଙ୍କ ବୋଲି ଜଣାପଡିଛି।
ସୂଚନା ମୁତାବିକ, ସୋମବାର ସକାଳେ ବିରୂପା ନଦୀକୁ ଗାଧୋଇବାକୁ ଯାଇଥିଲେ ଭିକାରୀ ଚରଣ ଜେନା। ଗାଧୋଉଥିବା ବେଳେ ହଠାତ୍ ଗୋଡ଼ ଖସିଯିବାରୁ ବୁଡି ଯାଇଥିଲେ। ସେ ଗଭୀର ପାଣିକୁ ଚାଲି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ସ୍ଥାନୀୟଲୋକ ଉଦ୍ୟମ କରିଥିଲେ। ପରେ ଦମକଳ ବାହିନୀ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଏକ ଅଗ୍ନିଶମ ବାହିନୀ ପହଞ୍ଚ ନଦୀରେ ବ୍ୟକ୍ତିଙ୍କୁ ଖୋଜା ଖୋଜି ଆରମ୍ଭ କରିଥିଲେ। ପରେ ଗଭୀର ପାଣି ଭିତରୁ ଭିକାରୀଙ୍କୁ ଉଦ୍ଧାର କରିଥିଲା ଟିମ୍ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତାଙ୍କୁ ନିକଟ ମୋଡିକାଲକୁ ପଠାଯାଇଥିବା ଜଣାପଡିଛି।