ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଟିକିରିରେ ଗଣେଶ ପୂଜା ଭସାଣି ଉତ୍ସବ : ଯୋଗ ଦେଲେ ଉତ୍କଳ ଆଲୁମିନା ଓ ଆଦିତ୍ୟ ଆଲୁମିନାର ବରିଷ୍ଠ ଅଧିକାରୀ

କାଶୀପୁର - କାଶୀପୁର ବ୍ଲକ ଟିକିରି ଠାରେ ବଣିକ ସଙ୍ଘ ପକ୍ଷରୁ ଆୟୋଜିତ ଗଣେଶ ପୂଜା ଭସାଣି ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାୟଗଡା ବିଧାୟକ ଆପଲ ସ୍ୱାମୀ କାଡ଼ରାକା , ଉତ୍କଳ ଆଲୁମିନା ୟୁନିଟ ହେଡ଼ ରବି ନାରାୟଣ ମିଶ୍ର ,କଂସାରି ଗୁଡ଼ା, ଆଦିତ୍ୟ ଆଲୁମିନା ପ୍ରକଳ୍ପର ସଭାପତି ମଝହର ବେଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ବଣିକ ସଙ୍ଘ ସଭାପତି ମୁନା ବେହେରା ,ପ୍ରଫୁଲ୍ଲ ସାହୁ ପ୍ରମୁଖ କାର୍ଯ୍ୟ କର୍ତ୍ତା ଅତିଥିଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇ ଥିଲେ। ଅତିଥିମାନେ ଠାକୁର ଦର୍ଶନ କରି ଆଶିଷ ଭିକ୍ଷା କରିବା ପରେ ଅନ୍ନ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। 

ସେଠାରେ ଗଣେଶଙ୍କ ପୂଜା ଲଡ଼ୁ ନିଲାମ କରାଯାଇ ଥିଲା। ବ୍ୟବସାୟୀ ଲଙ୍କପତି ସାହୁ ୩୪ ହଜାର ଏକ ଶହ ଟଙ୍କାରେ ବୁନ୍ଦିଲଡ଼ୁର ନିଲାମ ନେଇ ଥିଲେ। ବିଘ୍ନ ବିନାଶକ ପ୍ରଭୁ ଗଜାନନଙ୍କ ବିରାଟ ମୃଣ୍ମୟ ପ୍ରତିମୂର୍ତ୍ତିକୁ କ୍ରେନ ସାହାଯ୍ୟରେ ଉଠାଯାଇ ବାଦ୍ୟ ବାଜଣାରେ ମେଢ଼ର ଗ୍ରାମ ପରିକ୍ରମା କରାଯାଇ ଥିଲା। ସ୍ଥାନୀୟ ପୁଲିସ ପ୍ରଶାସନ ସହ ବହୁ ନିମନ୍ତ୍ରିତ ଅତିଥି ଏବଂ ଗ୍ରାମବାସୀମାନେ ଉତ୍ସବରେ ଯୋଗ ଦେଇଥିଲେ। 

ଉତ୍କଳ ଆଲୁମିନା ୟୁନିଟ ହେଡ଼ ରବି ନାରାୟଣ ମିଶ୍ରଙ୍କ ସହିତ ଧର୍ମପତ୍ନୀ ଏବଂ ଆଦିତ୍ୟ ଆଲୁମିନାର ତନ୍ମୟ ମହାନ୍ତି, ଦୀପକ ସାହୁଙ୍କ ସହିତ ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ, ଜିଜୁରୁ ମାଝୀ, ସରପଞ୍ଚ ଜଗବନ୍ଧୁ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ବଣିକ ସଙ୍ଘର ମାଜି ଗୌରୀ ମିଶ୍ର, ନରସିଂହ ଷଡଙ୍ଗୀ, ଡ଼ମ୍ୱୁରୁସାହୁ, ସୀମାଞ୍ଚଳ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.